ଲୋକବାଦ୍ୟ ପରମ୍ପରା ପଶ୍ଚିମ ଓଡିଶାର ପରିଚୟ

ସୋନପୁର,୧୯।୧(ନି.ପ୍ର.) ପଶ୍ଚିମ ଓଡିଶାର ସଂସ୍କୃତି, ଲୋକବାଦ୍ୟ ଓ ପରମ୍ପରା ମହାନ। ଏଠାରେ ସମାଜ ଭିତ୍ତିକ ଲୋକବାଦ୍ୟ ରହିଛି। ପର୍ବ ପର୍ବାଣୀ ଅନୁସାରେ ବାଦ୍ୟର ପରିକଳ୍ପନା। ତେବେ ପ୍ରଥମେ ବାଦ୍ୟ ପରେ ପରମ୍ପରା ଆରମ୍ଭ ହୋଇଛି ଏବଂ ବାଦ୍ୟ ଅନୁସାରେ ନୃତ୍ୟର ନାମକରଣ। ଲୋକବାଦ୍ୟ ପରମ୍ପରା ହେଉଛି ପଶ୍ଚିମ ଓଡିଶାର ସ୍ବତନ୍ତ୍ର ପରିଚୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ଦ୍ୱିତୀୟ ସନ୍ଧ୍ୟାର ପ୍ରଥମ କଥାଚକ୍ରରେ ପଶ୍ଚିମ ଓଡିଶାର ଲୋକବାଦ୍ୟ ପରମ୍ପରା ଶୀର୍ଷକ ବିଷୟ ବସ୍ତୁ ଥିଲା। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ଲେଖକ ଡ. ଅଟଳ ବିହାରୀ ପଣ୍ଡା ବିଶିଷ୍ଟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ପଶ୍ଚିମ ଓଡିଶା ହେଉଛି କଳାର ସ୍ଥାନ। ଏଠାରେ ବିଭିନ୍ନ ପ୍ରକାର ଲୋକକଳା ଓ ପରମ୍ପରା ଦେଖିବାକୁ ମିଳେ। ପରମ୍ପରା, ପର୍ବପର୍ବାଣୀ ସହିତ ଲୋକବାଦ୍ୟର ସ୍ବତନ୍ତ୍ରତା ରହିଛି। ଏହା ଖୁବ୍‌ ପ୍ରାଚୀନ ବୋଲି ଡ. ପଣ୍ଡା କହିଥିଲେ। ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଆଲୋଚକଭାବେ ଯୋଗଦାନ କରି ବାଦ୍ୟଯନ୍ତ୍ରର ଆବଶ୍ୟକତା ଓ ପ୍ରାଚୀନ କାଳରେ ଆଦିମ ଅଧିବାସୀ କିଭଳି ଧ୍ୱନି ସୃଷ୍ଟି କରୁଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଡ. ମିଶ୍ର ଆହୁରି କହିଥିଲେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରକାର ଲୋକବାଦ୍ୟ ରହିଛି। ପୁରାତନ ସମୟରୁ ସ୍ଥାନୀୟ ଅଧିବାସୀ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଲୋକବାଦ୍ୟ ଗବେଷକ ରବିରତ୍ନ ସାହୁ ଅନ୍ୟତମ ଆଲୋଚକଭାବେ ଯୋଗଦେଇ ଲୋକବାଦ୍ୟର ପ୍ରକାର, ଶବ୍ଦ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଞ୍ଚଳର ଲୋକବାଦ୍ୟ ପରମ୍ପରାକୁ କିଭଳି ଉଜ୍ଜ୍ୱିବୀତ କରାଯାଇ ପାରିବ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ସେ ସମ୍ପର୍କରେ ନିଜର ମତ ରଖିଥିଲେ। ନାଟ୍ୟଶ୍ରୀ ଗଦାଧର ବାରିକ ସଭାରେ ଅଧ୍ୟକ୍ଷତା କରିଥିଲେ। ଶ୍ୟାମା ଓଁ ମିଶ୍ର ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଶିକ୍ଷାବିତ୍‌ ବ୍ରଜମୋହନ ଦାନୀଙ୍କ କବିତା ସଙ୍କଳନ ସମ୍ପର୍କର ଚିତ୍ରମାଳାକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଲକ୍ଷ୍ମୀନାରାୟଣ ସହୁ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri