ଲୁହାଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ

ଭୁବନେଶ୍ୱର,୪-୯(ବ୍ୟୁରୋ)/ କୋଣାର୍କ (ଡି.ଏନ୍‌.ଏ):ଶେଷରେ ଲୌହଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଦୀର୍ଘଦିନର ବାଦବିବାଦ ଏବଂ ଦାବି ପରେ କୋଣାର୍କ ମନ୍ଦିରରୁ ହଟିବ ଲୌହଭାରା। କୋଣାର୍କର ସଂରକ୍ଷଣ ପାଇଁ ଲାଗିଥିବା ଏହି ଲୌହଭାରା ମନ୍ଦିରର କଳାକୃତି ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାରୁ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସ୍‌ଆଇ। ଏହା ପରିବର୍ତ୍ତେ ମନ୍ଦିର ପୀଢକୁ ସପୋର୍ଟ ଦେବାକୁ ୮ଟି ଷ୍ଟିଲ୍‌ ବିମ୍‌ ଲଗାଯିବ। ଉତ୍ତରାଖଣ୍ଡର ରୁର୍‌କିସ୍ଥିତ ସେଣ୍ଟ୍ରାଲ ବିଲ୍‌ଡିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆସିଥିବା ବିଶେଷଜ୍ଞ ଟିମ୍‌ର ପରାମର୍ଶ କ୍ରମେ ଏନେଇ ନିଷ୍ପତ୍ତି ନିଆଯାଇଛି।
ରୁର୍‌କି ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ବିଶେଷଜ୍ଞ ଟିମ୍‌ ମଙ୍ଗଳବାର କୋଣାର୍କ ମନ୍ଦିର ବୁଲି ଦେଖିଥିଲେ। ଏମାନଙ୍କ ସହ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଏକ ଇଞ୍ଜିନିୟରିଂ ଟିମ୍‌ ମନ୍ଦିରର ବାହ୍ୟ ପାର୍ଶ୍ୱ ଓ ଗର୍ଭଗୃହର ସ୍ଥିତି ଯାଞ୍ଚ କରିଥିଲେ। ମନ୍ଦିରର ମରାମତି ପାଇଁ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ଲାଗିଥିବା ଲୌହଭାରା ଏହି ବିଶ୍ୱ ଐତିହ୍ୟକୁ ନଷ୍ଟ କରୁଥିବାରୁ ଚତୁଃପାର୍ଶ୍ୱରୁ ସମ୍ପୂର୍ଣ୍ଣଭାବେ ଲୁହାଭାରା ମୁକ୍ତ କରାଯିବ। ଆସନ୍ତା ୨ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଏହାବ୍ୟତୀତ ପୀଢକୁ ସପୋର୍ଟ ଦେବାକୁ ୮ଟି ଷ୍ଟିଲ୍‌ ବିମ୍‌ ଲାଗିବ ବୋଲି ବିଶେଷଜ୍ଞ ଟିମ୍‌ କହିଛନ୍ତି। ମନ୍ଦିରର ପ୍ରଥମ ପୀଢଠାରୁ ମନ୍ଦିର ଚୂଳ ଏବଂ ଗର୍ଭଗୃହରେ ଥିବା ବାଲିର ସ୍ଥିତି ଜାଣିବା ପାଇଁ ବିଶେଷଜ୍ଞ ଟିମ୍‌ ଏହି ଅବସରରେ ଗର୍ଭଗୃହ ବାଲିର ନମୂନା ସଂଗ୍ରହ କରିଥିଲେ।
ମନ୍ଦିରର ସୌନ୍ଦର୍ଯ୍ୟକୁ ପୂର୍ବବତ୍‌ ବଜାୟ ରଖିବା ସହ ଏହାର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ ଲାଗି ପ୍ରାୟ ଏକ ଦଶନ୍ଧି ହେଲା କୋଣାର୍କ ସୂର୍ଯ୍ୟମନ୍ଦିର ଲୌହଭାର ଘେରରେ ରହିଥିଲା। ବିପଦଜ୍ଜନକ ଭାବେ ଥିବା ପଥର ଖଣ୍ଡଗୁଡ଼ିକ ନ ଖସିବା ପାଇଁ ଏହି ଲୁହା ପାଇପ ଲଗାଯାଇଥିବା ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା। ହେଲେ ଏହି ଲୁହା ଭାରା ଯୋଗୁ କୋଣାର୍କର ନିଖୁଣ କାରିଗରି ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚତ୍ତ ହେଉଥିବାବେଳେ ଏହା ମନ୍ଦିରର ସୌନ୍ଦର୍ଯ୍ୟକୁ ମଧ୍ୟ ନଷ୍ଟ କରୁଥିଲା। ଏପରି କି ବ୍ଲାକ୍‌ ପାଗୋଡା କୋଣାର୍କର ବିଶ୍ୱ ଐତିହ୍ୟ ମାନ୍ୟତାକୁ ନେଇ ଦିନକୁ ଦିନ ଆଶଙ୍କା ବଢିବାରେ ଲାଗିଥିଲା। ଜବରଦଖଲ ଲାଗି କୋଣାର୍କର ଐତିହ୍ୟତା ନଷ୍ଟ ହେଉଥିବାବେଳେ ଲୁହାଭାରା ଯୋଗୁ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତାରୁ ବାଦ୍‌ ଦେବାନେଇ ଆଶଙ୍କା ସୃଷ୍ଟିହୋଇଥିଲା। ଅନ୍ୟପକ୍ଷରେ ଗତ ମେ’ ମାସରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନୀରେ ଚାରିପଟେ ଲାଗିଥିବା ଲୁହା ପାଇପ୍‌ ଭାଙ୍ଗି ମନ୍ଦିରର କାରୁକାର୍ଯ୍ୟକୁ ନଷ୍ଟ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri