ଲୁଟ୍‌ ସମ୍ପତ୍ତିର ମିଳୁନାହିଁ ପତ୍ତା :ଅନିଶ୍ଚିତତା ମଧ୍ୟରେ ତାଳଚେର-ଡୁବୁରୀ-ଚଣ୍ଡିଖୋଲ ୪ ଲେନ ନିର୍ମାଣ କାର୍ଯ୍ୟ

ଯାଜପୁର ଅଫିସ,୨୨ା୭ : ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅଧୀନରେ ତାଳଚେର-ଡୁବୁରୀ-ଚଣ୍ଡିଖୋଲ ୨୦୦ନମ୍ବର ଜାତୀୟ ରାଜପଥର ୪ଲେନ ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ଅବହେଳା ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି। ଅବହେଳାରୁ ନିର୍ମାଣ କାର୍ଯ୍ୟ ତ ବନ୍ଦ ହୋଇଛି, ଏହାସହ ପ୍ରାୟ ୪୦କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଲୁଟ୍‌ ହୋଇଛି। ଏହି ଲୁଟ୍‌ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ହେବାର ୨ବର୍ଷ ପରେ ବି ଏହା ଉଦ୍ଧାର ହୋଇପାରି ନାହିଁ। ଲୁଟ ଯନ୍ତ୍ରାଂଶ ଉଦ୍ଧାର ନ ହୋଇପାରିବା ଯେତିକି ବିସ୍ମୟ ସୃଷ୍ଟି କରୁ ନାହିଁ ତାଠାରୁ ଅଧିକ ଆଶ୍ଚର୍ଯ୍ୟ କରୁଛି ପୋଲିସର ଶିଥିଳ କାର୍ଯ୍ୟାନୁଷ୍ଠାନ। ଏହି ସମ୍ପତ୍ତିର ସୁରକ୍ଷା ଦାୟିତ୍ୱରେ ଥିବା ଜେଡ୍‌ ପ୍ଲସ ସୁରକ୍ଷା ସେବା ପକ୍ଷରୁ ଯାଜପୁର ଜିଲାର ସୁକିନ୍ଦା, ଧର୍ମଶାଳା ଓ ଜେନାପୁର ଏବଂ ଢେଙ୍କାନାଳ ଜିଲାର ଭୁବନ ଓ କାମାକ୍ଷାନଗର ଥାନା ଅଧିକାରୀଙ୍କ ନିକଟରେ ବଳପୂର୍ବକ ଯନ୍ତ୍ରାଂଶ, ରାସ୍ତା ତିଆରି ଦ୍ରବ୍ୟ ଏବଂ ଆସବାବପତ୍ର ଇତ୍ୟାଦି ଲୁଟି ନେବା ସମ୍ପର୍କରେ ଲିଖିତ ସୂଚନା ଦିଆଯାଇଥିଲା। ଏଥିସହ ଏନ୍‌ଏଚ୍‌ଏଆଇ ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ତାଙ୍କ ଅଭିଯୋଗ ପତ୍ର ସଂଖ୍ୟା ୮୮୯/୨୨ା୬ା୨୦୧୭ରେ ଯାଜପୁର ଓ ଢେଙ୍କାନାଳ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପୋଲିସର କୋହଳ କାର୍ଯ୍ୟାନୁଷ୍ଠାନ ଯୋଗୁ ଲୁଟ ହୋଇଥିବା ମୂଲ୍ୟବାନ ସମ୍ପତ୍ତି ବାହାର ରାଜ୍ୟରେ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି।
ତାଳଚେର-ଡୁବୁରୀ-ଚଣ୍ଡିଖୋଲ ୨୦୦ନମ୍ବର ଜାତୀୟ ରାଜପଥର ଚାରିଲେନ ନିର୍ମାଣ କାର୍ଯ୍ୟ କୋର୍ସାନ କୋଭିୟମ୍‌ କନ୍‌ଷ୍ଟ୍ରକ୍ସନ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ା ଏହି କାର୍ଯ୍ୟ ଏନ୍‌ଏଚ୍‌ ୨୦୦ ନମ୍ବରର ୩୦୧.୮୯୦କି.ମି.ରୁ ୪୨୮.୦୩ କି.ମି. ପର୍ଯ୍ୟନ୍ତ ଏବଂ ୨୩ନମ୍ବର ଜାତୀୟ ରାଜପଥର ୮.୫୦ କି.ମି.ରୁ ୧୫.୭୫ କି.ମି. ପର୍ଯ୍ୟନ୍ତ ରାସ୍ତାର ଚାରିଲେନ ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଉକ୍ତ ଠିକାସଂସ୍ଥା ପର୍ଯ୍ୟାୟକ୍ରମେ କେତେକ ପେଟି କଣ୍ଟ୍ରାକ୍ଟର/ସବ୍‌ କଣ୍ଟ୍ରାକ୍ଟରଙ୍କୁ ନିର୍ମାଣ ଦାୟିତ୍ୱ ଦେଇଥିଲା। ହେଲେ ଏନ୍‌ଏଚ୍‌ଏଆଇ ସହ ଚୁକ୍ତି ଅନୁସାରେ ସମ୍ପୃକ୍ତ ଠିକାସଂସ୍ଥା ଉପଯୁକ୍ତ ଭାବେ କାର୍ଯ୍ୟ ସମ୍ପାଦନ କରିପାରି ନ ଥିଲା। ଫଳରେ କୋର୍ସାନ କୋଭିୟମ୍‌ କନ୍‌ଷ୍ଟ୍ରକ୍ସନ ଠିକାସଂସ୍ଥା ସହ ଚୁକ୍ତିକୁ ୧୫ା୩ା୨୦୧୭ରେ ବାତିଲ କରି ଦିଆଯାଇଥିଲା। ଚୁକ୍ତି ବାତିଲ ପରେ ଉକ୍ତ ଠିକା ସଂସ୍ଥା ଭୁବନେଶ୍ୱରର ଜେଡ୍‌ ପ୍ଲସ ସୁରକ୍ଷା ସେବା ସଂସ୍ଥାକୁ ଭୁବନ, ଚଣ୍ଡିଖୋଲ, କାମାକ୍ଷାନଗରଠାରେ ଥିବା ବିଭିନ୍ନ କ୍ୟାମ୍ପଗୁଡ଼ିକରେ ସୁରକ୍ଷା ଦାୟିତ୍ୱ ଦେଇଥିଲା। ତେବେ ସମୟକ୍ରମେ ଉକ୍ତ ଠିକାସଂସ୍ଥା ବକୈୟା ପାଉଣା ସମାଧାନ ନ କରି ସ୍ଥାନ ଛାଡ଼ି ଚାଲିଯାଇଥିଲା। ଫଳରେ କ୍ୟାମ୍ପଗୁଡ଼ିକରେ କୋଟିକୋଟି ଟଙ୍କାର ଗ୍ରେଡର, ବେଚିଂ ପ୍ଲାଣ୍ଟ, କ୍ରଶର ଇତ୍ୟାଦି ଯନ୍ତ୍ରାଂଶ ଓ ଆସବାବପତ୍ର ରହିଯାଇଥିଲା। ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଅନୁସାରେ ଠିକାସଂସ୍ଥାର ଚୁକ୍ତି ବାତିଲ ହେବା ପରେ ନିର୍ମାଣ ସାମଗ୍ରୀ ଓ ଯନ୍ତ୍ରପାତି ଭାରତ ସରକାରଙ୍କ ଏନ୍‌ଏଚ୍‌ଏଆଇ ଅଧୀନରେ ରହିଥାଏ। କିନ୍ତୁ ସେଠାରେ ନିୟୋଜିତ ଥିବା ପେଟି କଣ୍ଟ୍ରାକ୍ଟର ଓ ସବ୍‌କଣ୍ଟ୍ରାକ୍ଟର କାହାରିକୁ ନ ଜଣାଇ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କଠାରୁ ଜବରଦସ୍ତ ନିର୍ମାଣ ସାମଗ୍ରୀ ଲୁଟ କରିନେଇଥିଲେ। ଏନେଇ ଜେଡ୍‌ ପ୍ଲସ ସୁରକ୍ଷା ସଂସ୍ଥା ଧର୍ମଶାଳା, ଚଣ୍ଡିଖୋଲ, ଜେନାପୁର, ଭୁବନ ଓ କାମାକ୍ଷାନଗର ଥାନାରେ ୧୯ା୬ା୨୦୧୭ରେ ସୁରକ୍ଷା ସଂସ୍ଥାର ମ୍ୟାନେଜିଂ ପାର୍ଟନର କୃଷ୍ଣଚନ୍ଦ୍ର ସ୍ବାଇଁ ଅଭିଯୋଗ ଦାଏର କରିଥିଲେ। ଉକ୍ତ ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଠିକାସଂସ୍ଥାର ଆର୍ଥିକ ଅବନତି ଯୋଗୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହି ସମୟ ମଧ୍ୟରେ କୋର୍ସାନ କୋଭିୟମ୍‌ କନ୍‌ଷ୍ଟ୍ରକ୍ସନ ଠିକାସଂସ୍ଥା ନିୟୋଜିତ କରିଥିବା ସବ୍‌କଣ୍ଟ୍ରାକ୍ଟର ଓ ତାଙ୍କ ସହଯୋଗୀ ଠିକାଦାରମାନେ ଚଣ୍ଡିଖୋଲ ଅଫିସ ଓ ଚଢେଇଧରା କ୍ୟାମ୍ପରୁ ସମସ୍ତ ଜିନିଷପତ୍ର ସୁରକ୍ଷା କର୍ମୀଙ୍କୁ ଧମକାଇ ଚମକାଇ ନେଇ ଚାଲିଛନ୍ତି। ଏହାପରେ ଭୁବନ(ମଙ୍ଗଳପୁର) କ୍ୟାମ୍ପ, କାମାକ୍ଷାନଗର ଆଦି କ୍ୟାମ୍ପରୁ ଲୁଟି ନେବା ପାଇଁ ବନ୍ଦୋବସ୍ତ କରୁଛନ୍ତି। ଆଗାମୀ ଦିନରେ ଏକ ବଡ଼ଧରଣର ସର୍ବସାଧାରଣ ସମ୍ପତ୍ତିର କ୍ଷତି ଘଟିବାକୁ ଯାଉଛି। ଏଣୁ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଗଲେ ଏନ୍‌ଏଚ୍‌ଏଆଇ ବା ସର୍ବସାଧାରଣ ସମ୍ପତ୍ତିର ରକ୍ଷା କରାଯାଇ ପାରିବ ବୋଲି ସେ ପୋଲିସକୁ ଅନୁରୋଧ କରିଥିଲେ। ଉକ୍ତ ଅଭିଯୋଗର ୩ଦିନ ପରେ ଏନ୍‌ଏଚ୍‌ଏଆଇ ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଢେଙ୍କାନାଳ ଓ ଯାଜପୁର ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ପୋଲିସ ଏଯାବତ୍‌ କେଉଁ ସ୍ବାର୍ଥରେ ନୀରବ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂକ୍ରାନ୍ତରେ ଏନ୍‌ଏଚ୍‌ଆଇ ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାବେଳେ ଜେଡ୍‌ ପ୍ଲସ ସୁରକ୍ଷା ସେବାର ମ୍ୟାନେଜିଂ ପାର୍ଟନର ସ୍ବାଇଁଙ୍କୁ ପଚାରିବାରୁ, ଏନ୍‌ଏଚ୍‌ଏଆଇର ଲୁଟ୍‌ ସଂକ୍ରାନ୍ତରେ ସମ୍ପୃକ୍ତ ଥାନାଗୁଡ଼ିକରେ ଅଭିଯୋଗ ହୋଇଥିଲା। ହେଲେ ଲୁଟ୍‌ ସାମଗ୍ରୀ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି ନାହିଁ ବୋଲି କହିଛନ୍ତି। ଅପରପକ୍ଷରେ ୨ଜିଲାର ପୋଲିସ ମଧ୍ୟ ଏନେଇ କୌଣସି ମୁହଁ ଖୋଲି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri