ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ: ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷେ ଟଙ୍କା

ପରଜଙ୍ଗ, ୩।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରା ଆତଙ୍କ ଦେଖାଦେଇଛି। ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନରେ ଭାରତ ଫାଇନାନ୍ସ କର୍ମଚାରୀ ଆଶିଷ କୁମାର ନାୟକଙ୍କ ଠାରୁ ଏକଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଛି। ଗତ ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏଥିପୂର୍ବରୁ ଗତ ଶୁକ୍ରବାର ମଧ୍ୟ ଆଶିଷ ଲୁଟ୍‌ର ଶିକାର ହୋଇଥିଲେ। ଡକାୟତମାନେ ତାଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଲୁଟେରାମାନେ ଫାଇନାନ୍ସ କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରୁଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରି ଲୁଟ୍‌ପାଟ୍‌ କରୁଛନ୍ତି। ଅଭିଯୋଗ କଲେ ଥାନାରେ ଏତଲା ରଖାଯାଉନାହିଁ। ପୋଲିସ ସୁରକ୍ଷା ଯୋଗାଇଦେବାରେ ବିଫଳ ହେଉଥିବାରୁ ଏପରି ଘଟଣା ବଢ଼ିବାରେ ଲାଗିଛି ବୋଲି ଆଶିଷ ଅଭିଯୋଗ କରିଛନ୍ତି।
କୁମୁସି, ସାଆନ୍ଦା, ବାଲିପଶି ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ୩ ବାଇକ୍‌ରେ ଭାରତ ଫାଇନାନ୍ସର ୪ଜଣ କର୍ମଚାରୀ ଫେରୁଥିଲେ। ଆଗରେ ଗୋଟିଏ ବାଇକ୍‌ରେ ରତିକାନ୍ତ ମହାପାତ୍ର, ହିରଣ୍ୟ ରାଉତ, ପଛରେ ପ୍ରଦୀପ ନାୟକ ଏବଂ ମଝିରେ ଆଶିଷ ବାଇକ୍‌ (ଓଡ଼ି ୧୯ ଏମ୍‌ ୫୫୫୦)ରେ ପରଜଙ୍ଗ ଫେରୁଥିଲେ। ଗଣ୍ଡତଇଲା ନିକଟରେ ସେମାନଙ୍କୁ ପିଛା କରୁଥିବା ୬ଜଣ ଯୁବକ ୩ଟି ବାଇକ୍‌ରେ ଆସି ଅଟକାଇଥିଲେ। ପିସ୍ତଲ, ଭୁଜାଲି ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାବେଳେ ରତିକାନ୍ତ କୌଶଳକ୍ରମେ ବାଇକ୍‌ରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେହିପରି ପଛରେ ଆସୁଥିବା ପ୍ରଦୀପ ଲୁଟେରାଙ୍କ କବଳରୁ ବର୍ତ୍ତିବା ପାଇଁ ଭାଲୁମୁଣ୍ଡା ଆଡକୁ ପଳାଇଥିଲେ। ଆଶିଷ ବାଇକ୍‌ ରଖି ପ୍ରାଣ ବିକଳରେ ଧାନଖେତ ଆଡ଼କୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।
ଆଶିଷଙ୍କ କହିବା କଥା, ଟଙ୍କା ଆଦାୟ କରିବାକୁ ଯିବା ପୂର୍ବରୁ ପୋଲିସକୁ ସୂଚନା ଦେବା ଗାଇଡଲାଇନ୍‌ ରହିଛି। ତଦନୁଯାୟୀ ସାଆନ୍ଦା ଫାଣ୍ଡିକୁ ଅବଗତ କରାଯାଇଥିଲା। ହେଲେ ପୋଲିସ ପକ୍ଷରୁ ସେମାନଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନ ଥିଲା। ଗତ ଶୁକ୍ରବାର ୧୪୯ନଂ. ଜାତୀୟ ରାଜପଥର କୁଲେଇ ରାଣା ସ୍ପଞ୍ଜ କାରଖାନା ନିକଟରୁ ଦୁର୍ବୃତ୍ତମାନେ ଆଶିଷଙ୍କଠାରୁ ୧ଲକ୍ଷ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଆସଥିଲେ ମଧ୍ୟ ପୋଲିସ ତାଙ୍କୁ ନିରାଶ କରିଥିଲା। ଉଭୟ ଲୁଟ୍‌ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ର ହାତ ରହିଛି। ଏ ନେଇ ସେ ପରଜଙ୍ଗ ଥାନାକୁ ସୂଚନା ଦିଆଯାଇଥିବା ସେ କହିଛନ୍ତି। କିଛିମାସ ମଧ୍ୟରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ସମାନ ଢଙ୍ଗରେ ଏକାଧିକ ଲୁଟ୍‌ ହେଲାଣି। ଲୁଟେରାମାନେ ଏଯାଏ ଧରାପଡ଼ିନାହାନ୍ତି, ଯାହା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି।
ଏହି ବିଷୟରେ ଡିସିଓ ଦାୟିତ୍ୱରେ ଥିବା ଏସ୍‌ଆଇ ସରୋଜ ସେଠୀ କୁହନ୍ତି, ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି। ଏ ନେଇ ଲିଖିତ ଅଭିଯୋଗ ହୋଇନାହିଁ। ମୌଖିକ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri