ପରଜଙ୍ଗ, ୩।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରା ଆତଙ୍କ ଦେଖାଦେଇଛି। ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନରେ ଭାରତ ଫାଇନାନ୍ସ କର୍ମଚାରୀ ଆଶିଷ କୁମାର ନାୟକଙ୍କ ଠାରୁ ଏକଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଛି। ଗତ ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏଥିପୂର୍ବରୁ ଗତ ଶୁକ୍ରବାର ମଧ୍ୟ ଆଶିଷ ଲୁଟ୍ର ଶିକାର ହୋଇଥିଲେ। ଡକାୟତମାନେ ତାଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଲୁଟେରାମାନେ ଫାଇନାନ୍ସ କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରୁଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରି ଲୁଟ୍ପାଟ୍ କରୁଛନ୍ତି। ଅଭିଯୋଗ କଲେ ଥାନାରେ ଏତଲା ରଖାଯାଉନାହିଁ। ପୋଲିସ ସୁରକ୍ଷା ଯୋଗାଇଦେବାରେ ବିଫଳ ହେଉଥିବାରୁ ଏପରି ଘଟଣା ବଢ଼ିବାରେ ଲାଗିଛି ବୋଲି ଆଶିଷ ଅଭିଯୋଗ କରିଛନ୍ତି।
କୁମୁସି, ସାଆନ୍ଦା, ବାଲିପଶି ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ୩ ବାଇକ୍ରେ ଭାରତ ଫାଇନାନ୍ସର ୪ଜଣ କର୍ମଚାରୀ ଫେରୁଥିଲେ। ଆଗରେ ଗୋଟିଏ ବାଇକ୍ରେ ରତିକାନ୍ତ ମହାପାତ୍ର, ହିରଣ୍ୟ ରାଉତ, ପଛରେ ପ୍ରଦୀପ ନାୟକ ଏବଂ ମଝିରେ ଆଶିଷ ବାଇକ୍ (ଓଡ଼ି ୧୯ ଏମ୍ ୫୫୫୦)ରେ ପରଜଙ୍ଗ ଫେରୁଥିଲେ। ଗଣ୍ଡତଇଲା ନିକଟରେ ସେମାନଙ୍କୁ ପିଛା କରୁଥିବା ୬ଜଣ ଯୁବକ ୩ଟି ବାଇକ୍ରେ ଆସି ଅଟକାଇଥିଲେ। ପିସ୍ତଲ, ଭୁଜାଲି ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାବେଳେ ରତିକାନ୍ତ କୌଶଳକ୍ରମେ ବାଇକ୍ରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେହିପରି ପଛରେ ଆସୁଥିବା ପ୍ରଦୀପ ଲୁଟେରାଙ୍କ କବଳରୁ ବର୍ତ୍ତିବା ପାଇଁ ଭାଲୁମୁଣ୍ଡା ଆଡକୁ ପଳାଇଥିଲେ। ଆଶିଷ ବାଇକ୍ ରଖି ପ୍ରାଣ ବିକଳରେ ଧାନଖେତ ଆଡ଼କୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କଠାରୁ ଟଙ୍କା ବ୍ୟାଗ୍ ଛଡ଼ାଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।
ଆଶିଷଙ୍କ କହିବା କଥା, ଟଙ୍କା ଆଦାୟ କରିବାକୁ ଯିବା ପୂର୍ବରୁ ପୋଲିସକୁ ସୂଚନା ଦେବା ଗାଇଡଲାଇନ୍ ରହିଛି। ତଦନୁଯାୟୀ ସାଆନ୍ଦା ଫାଣ୍ଡିକୁ ଅବଗତ କରାଯାଇଥିଲା। ହେଲେ ପୋଲିସ ପକ୍ଷରୁ ସେମାନଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନ ଥିଲା। ଗତ ଶୁକ୍ରବାର ୧୪୯ନଂ. ଜାତୀୟ ରାଜପଥର କୁଲେଇ ରାଣା ସ୍ପଞ୍ଜ କାରଖାନା ନିକଟରୁ ଦୁର୍ବୃତ୍ତମାନେ ଆଶିଷଙ୍କଠାରୁ ୧ଲକ୍ଷ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଆସଥିଲେ ମଧ୍ୟ ପୋଲିସ ତାଙ୍କୁ ନିରାଶ କରିଥିଲା। ଉଭୟ ଲୁଟ୍ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍ର ହାତ ରହିଛି। ଏ ନେଇ ସେ ପରଜଙ୍ଗ ଥାନାକୁ ସୂଚନା ଦିଆଯାଇଥିବା ସେ କହିଛନ୍ତି। କିଛିମାସ ମଧ୍ୟରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ସମାନ ଢଙ୍ଗରେ ଏକାଧିକ ଲୁଟ୍ ହେଲାଣି। ଲୁଟେରାମାନେ ଏଯାଏ ଧରାପଡ଼ିନାହାନ୍ତି, ଯାହା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି।
ଏହି ବିଷୟରେ ଡିସିଓ ଦାୟିତ୍ୱରେ ଥିବା ଏସ୍ଆଇ ସରୋଜ ସେଠୀ କୁହନ୍ତି, ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି। ଏ ନେଇ ଲିଖିତ ଅଭିଯୋଗ ହୋଇନାହିଁ। ମୌଖିକ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି।
ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ
ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
Archives


