‘ଲିମ୍‌କା ବୁକ୍‌ ରେକର୍ଡସ୍‌’ରେ ୪ର୍ଥ ଥର ପାଇଁ ପେପରମ୍ୟାନ୍‌ ଶଶାଙ୍କ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ପୁଣିଥରେ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇବେ ‘ପେପରମ୍ୟାନ୍‌’ ଶଶାଙ୍କ ଶେଖର ଦାଶ। ଚତୁର୍ଥ ଥର ଲାଗି ସେ ଏହି ରେକର୍ଡସ୍‌ରେ ନିଜ ନାମଦରଜ କରିବେ। ଏନେଇ ତାଙ୍କୁ ଇ-ମେଲ ଯୋଗେ ଜଣାଯାଇଛି। ସର୍ବାଧିକ ବିଦେଶୀ ଖବରକାଗଜ ସଂଗ୍ରହ କରି ସେ ଏହି ରେକର୍ଡ ହାସଲ କରିଛନ୍ତି। ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୦’ରେ ତାଙ୍କ ନାମ ସ୍ଥାନିତ ହେବ ବୋଲି ଲିମ୍‌କା ବୁକ ଅଧିକାରୀ ଟ୍ରେସା ବେଞ୍ଜାମିନ ଜଣାଇଛନ୍ତି।
ଅର୍ନ୍ତଜାତୀୟ ଗାନ୍ଧୀ ପିସ୍‌ ଫାଉଣ୍ଡେଶନର ଅବୈତନିକ ଆମ୍ବାସାଡର ଶଶାଙ୍କ ଶେଖର ଦାଶ ‘ପେପରମ୍ୟାନ ଇଣ୍ଡିଆ’ ଭାବେ ପରିଚିତ। ୨୦୧୩ ଓ ୨୦୧୯ ଲିମ୍‌କା ବୁକରେ ତାଙ୍କ ନାମ ସ୍ଥାନିତ ହୋଇଥିଲା। ୨୦୧୩ରେ ସେ ଏକାଥରେ ଦୁଇଟି ରେକର୍ଡ କରିଥିଲେ। ଗୋଟିଏ ଦିନରେ ସର୍ବାଧିକ ଖବରକାଗଜ ଓ ଭାରତରୁ ପ୍ରକାଶିତ ଖବରକାଗଜ ମଧ୍ୟରୁ ସର୍ବାଧିକ ଦୈନିକ ଖବରକାଗଜ ସଂଗ୍ରହ କରିଥିବା ଲାଗି ତାଙ୍କୁ ଏହି ରେକର୍ଡ ପ୍ରଦାନ କରାଯାଇଥିଲା। ବିଭିନ୍ନ ନାମର ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ୨୦୧୯ରେ ମଧ୍ୟ ନିଜ ନାମ ଲିମ୍‌କା ବୁକରେ ସ୍ଥାନିତ କରିଥିଲେ। ଅଧୁନା ତାଙ୍କୁ ସ୍ବୀକୃତି ମିଳିବା ସହ ସେ ୪ଟି ଲିମ୍‌କା ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏହି ରେକର୍ଡ ଖୁସି ଆଣି ଦେଇଥିବାବେଳେ ସେ ଯେଉଁ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ଆରମ୍ଭ କରିଛନ୍ତି ତା’ର କାମ ବଢ଼ାଇଦେଲା ବୋଲି ଶଶାଙ୍କ କହିଛନ୍ତି। ତାଙ୍କ ବାପା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଦୋଳଗୋବିନ୍ଦ ଦାଶ ଏହା ଜାଣିବା ପରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ରାଜ୍ୟ ସରକାର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା କରିବେ ବୋଲି ଆଶାପ୍ରକାଶ କରିଛନ୍ତି।
ଏନେଇ ପତ୍ନୀ ରାଧାରାଣୀ ଏବଂ ପୁତ୍ର ସାଇବ୍ରତଙ୍କ ସହ ଶଶାଙ୍କ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ସେ କିଛି ପୁରାତନ ଖବରକାଗଜର ନମୁନା କପି ରାଜ୍ୟପାଳଙ୍କୁ ଦେଖାଇଥିଲେ। ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ ଦେଖି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ। ପୂର୍ବରୁ ଡାକଟିକଟ, ମୁଦ୍ରା ଓ କାଗଜ ନୋଟ ସଂଗ୍ରହ ଦେଖିଥିଲି, ତେବେ ଖବରକାଗଜ ସଂଗ୍ରହ ଏକ ନୂତନ ସଂଗ୍ରହ ବୋଲି ରାଜ୍ୟପାଳ କହିଛନ୍ତି। ଏହାକୁ ବଜାୟ ରଖ ଓ ଓଡ଼ିଶାର ନାମ ଉଜ୍ଜ୍ୱଳ କର ବୋଲି ରାଜ୍ୟପାଳ ଶଶାଙ୍କଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଶଶାଙ୍କ ୨୦୦୧ରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ। ଇତିମଧ୍ୟରେ ଶଶାଙ୍କ ୧୦୬ ଦେଶର ୯୧ଟି ଭାଷାରେ ପ୍ରକାଶିତ ୪୪୧୪ ଖବରକାଗଜ ସଂଗ୍ରହ କରିସାରିଛନ୍ତି। ଏହାସହ ନିଜ ଗ୍ରାମ ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦଠାରେ ବାପାଙ୍କ ନାମରେ ‘ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ ଓ ‘ଇଣ୍ଡିଆ ବୁକ୍‌’ରେ ସ୍ଥାନ ପାଇଥିବା ପେପରମ୍ୟାନ ଶଶାଙ୍କ ଖୁବ୍‌ଶୀଘ୍ର ‘ଗିନିଜ୍‌ ୱାର୍ଲଡ ରେକର୍ଡସ୍‌’ରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri