ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋର, ୨୬ା୪ (ଡି.ଏନ.ଏ):  ସରକାରୀ ନିୟମ ଅନ୍‌ସାରେ ଏସ୍‌ଇସିସି ତାଲିକାରେ ଯେନ୍‌ମାନକର ନଁା ଥିବା ଆର ଘରଦୁଆର ନାଇଁଥିବା ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଯୁଗେଇ ଦେବାର ବେବସ୍‌ତା ରହିଛେ। ଭାରତ ସରକାରକଁର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ତରଫୁ ଗଲା ୨୦୧୧ ସାଲେ ଜନଗଣନା କରାଯାଇଥିଲା। ସେ ତାଲିକା ହିସାବେ ଗଁାଗଁଲିର ଗରିବ୍‌ ପରିବାରମାନକୁ ପକା ଘର ଯୁଗେଇ ଦିଆଯାଉଛେ। ହେଲେ ସେତେବେଲେ ଇ ଜନଗଣନାରେ ଯେନ୍‌ମାନେ ନିୟାଜିତ ଥିଲେ ସେମାନକର ଭୁଲଭଟକା ଲାଗି ଅନେକ ଗରିବ ପରିବାର ଏସ୍‌ଇସିସି ତାଲିକାରୁ ବାଦ୍‌ ପଡ଼ିଛନ୍‌। ଇ ଗରିବ୍‌ ପରିବାରମାନେ ସରକାରୀ କରମଚାରୀକର ଭୁଲ ଲାଗି ଆଏଜ୍‌ ବି ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାରେ। ଲାଠୋର ଗଁାର କାର୍ତ୍ତିଆପଡ଼ା, ହସପିଟାଲ ପଡ଼ା, ଖଇରାପଡ଼ା, କଲୋନିପଡ଼ା ଆର ଉନିଆ ପଡ଼ାମାନକେ ଶହ ଶହ ଗରିବ ପରିବାର ଘର ଅଭାବୁ ଝଁାଟିମାଟି କୁରିଆମାନକେ ବଡ଼ା ଗୁଲଗୁଲା ହେଇ ରହୁଛନ୍‌। ଯେନ୍‌ମାନକର ଏସ୍‌ଇସିସି ତାଲିକାରେ ନଁା ନାଇଁ ସେମାନକୁ ତାଲିକାରେ ସାମିଲ କରବାର ଲାଗି ଗଲା ୨୦୧୭ରେ ଆବେଦନ କରବାର ଲାଗି କୁହାଯାଇଥିଲା। ପାଖାପାଖି ୯ଶହ ଗରିବ୍‌ ହିତାଧିକାରୀ ପକାଘର ପାଏବାର ଆଶ୍‌ରେ ପଁଚେତ୍‌ରେ ଆବେଦନ କରିଥିବାର କଥା ସରପଁଚ୍‌ କହିଛନ୍‌। ସେନ୍‌ତା ଇ ଗରିବ୍‌ ହିତାଧିକାରୀମାନକର ନଁା ସୁପାରିଶ କରାଯାଇଛେ ବଲି ସରପଁଚ୍‌ ସୂଚନା ଦେଇଛନ୍‌। ହେଲେ ଦୁଖର କଥା ହିତାଧିକାରୀମାନେ ଆବେଦନ କରବାର ଆଏଜ୍‌କେ ୨ ବଛର ବିତିଯାଇଥିଲେ ବି ପକାଘର ଖଁଡ଼େ ଲେଖଁା ପାଏବାରୁ ବଁଚିତ ହେଇ ରହିଛନ୍‌। ଗଁାରେ ୨୦୧୧ ଏସ୍‌ଇସିସି ତାଲିକା ଅନ୍‌ସାରେ କି ୨୦୧୭ରେ ଆବେଦନ କରିଥିବାର ହିତାଧିକାରୀମାନକୁ ଘର ଯୁଗେଇ ଦିଆଯାଉଛେ ସେଟା ବି ଲୋକ୍‌ ଜାନି ନାଇଁପାରୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ବି ଅଭିଯୋଗ ହେଉଛେ ଯେ କେତେ ପରିବାରକେ ଏକାଧିକ୍‌ ଘର ଯୁଗେଇ ଦିଆଯାଇଥିଲାବେଲେ ନିହାତି ଦରକାର ଥିବାର ଗରିବ୍‌ ପରିବାରମାନେ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଇ ବାବ୍‌ଦେ ତଦଁତ୍‌ ହେବାର କଥା ବଲି କେତେ ହିତାଧିକାରୀ କହିଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ୨୦୧୭ରେ ଯେନ୍‌ମାନେ ଘର ଲାଗି ଆବେଦନ କରିଥିଲେ ସେଟା ସୁପାରିଶ ଲାଗି ପଠାଯାଇଛେ। ସେଠାନୁ କେହେନ୍‌ସି ପରକାର ନିରଦେଶ ନୁହେଆସେ। ଯେନ୍‌ଥିରଲାଗି ଏନ୍‌ତା ପରିସ୍ଥିତି ଦେଖା ଦେଇଛେ ବଲି ସେ କହିଥିଲେ। ହେଲେ ଯେତେ ଜଲଦି ହେବା ଜିଲା ଆର ଥାନୀୟ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ଘଟନାର ତଦଁତ୍‌ କରବାର ସଂଗେ ଗରିବ୍‌ ଦୁଖିକୁ ଆବାସ ଯୋଜନାରେ ସାମିଲ କରବାକେ ଜନ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri