ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ: ବନ୍ଧା ହେଲେ ବିଡିଏ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୬।୧୧:ମଙ୍ଗଳବାର ଦିନ ଦ୍ୱିପ୍ରହରରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପୁରୁଷୋତ୍ତମ ଜେନାଙ୍କୁ ଭିଜିଲାନ୍ସ କାବୁ କରିଛି। ଜୟଦେବବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ସମ୍ବିତ ପାଣିଗ୍ରାହୀଙ୍କ ଫ୍ଲାଟ୍‌କୁ ଅଧା ଭାଙ୍ଗି ପୂରା ଉଚ୍ଛେଦ କରିିଛନ୍ତି ବୋଲି ପୁରୁଷୋତ୍ତମ ରିପୋର୍ଟ ପ୍ରସ୍ତୁତ କରିଥିଲେ। ପରେ ୧୫ ହଜାର ଟଙ୍କା ନ ଦେଲେ ସତରେ ପୂରା ଭାଙ୍ଗିଦେବେ ବୋଲି ସେ ସମ୍ବିତଙ୍କୁ ଧମକ ଦେଇଥିଲେ। ଦାବି ମୁତାବକ ପୁରୁଷୋତ୍ତମ ମଙ୍ଗଳବାର କେଶରୀ ସିନେମା ହଲ୍‌ ନିକଟରେ ଥିବା ଏକ ଚା’ ଦୋକାନ ପାଖରୁ ସମ୍ବିତଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱରରେ ଥିବା ପୁରୁଷୋତ୍ତମଙ୍କ ଭଡ଼ାଘର ଓ ଅଫିସ୍‌ ଚ୍ୟାମ୍ବରରେ ଯାଞ୍ଚ କରିଛି। ଏ ନେଇ ଭିଜିଲାନ୍ସ ସେଲ୍‌ ଥାନାରେ ୧୮/୨୦୧୯ରେ ଏକ ମାମଲା ରୁଜୁ କରାଯାଇ ପୁରୁଷୋତ୍ତମଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୩ରେ ଜୟଦେବ ବିହାର ନିକଟ ଜୟଦେବ ଟାଓ୍ବାରରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଆପାର୍ଟମେଣ୍ଟରେ ଥିବା ପାର୍କିଂ ସ୍ଥାନରେ ବେଆଇନ୍‌ ନିର୍ମାଣ ଓ ଉପର ମହଲାକୁ ବିନା ପ୍ଲାନ୍‌ରେ ତିଆରି କରାଯାଇଥିବା ଦର୍ଶାଇ ଉଚ୍ଛେଦ କରାଯାଇଛି ବୋଲି ଦର୍ଶାଯାଇଥିଲା। ବିନା ନୋଟିସ୍‌ ଓ ସୂଚନାରେ ସେଠାରେ ବିଡିଏ କର୍ମଚାରୀ ପହଞ୍ଚିଥିବାରୁ ଆପାର୍ଟମେଣ୍ଟବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଛେଦକୁ ବିରୋଧ କରିଥିଲେ। ଫଳରେ ଉଚ୍ଛେଦ ବିଳମ୍ବରେ ଆରମ୍ଭ ହୋଇଥିଲା। ବିନା କାହାରି ପରାମର୍ଶ ଓ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ସ୍ଥଗିତାଦେଶକୁ ଖାତିର ନ କରି ପୁରୁଷୋତ୍ତମ ଉଚ୍ଛେଦ କରିଥିଲେ। ସମ୍ବିତ ବାରମ୍ବାର ଅନୁରୋଧ କରିଥିଲେ ବି ସେ ଶୁଣି ନଥିଲେ। କିନ୍ତୁ ବର୍ଷା ଅଧିକ ହେବା ଫଳରେ ଉଚ୍ଛେଦ ଅଧାରୁ ବନ୍ଦ ହୋଇଯାଇଥିଲା। ଏହାପରେ ସମ୍ବିତଙ୍କୁ ପୁରୁଷୋତ୍ତମ ବ୍ଲାକ୍‌ମେଲ କରିବା ଆରମ୍ଭ କରିଦେଇଥିଲେ। ଆଗକୁ ଉଚ୍ଛେଦ ନ ହେବା ଲାଗି ୧୫ ହଜାର ଲାଞ୍ଚ ମାଗିଥିଲେ। ଏନେଇ ସମ୍ବିତ ଭିଜିଲାନ୍ସର ଦ୍ୱାରସ୍ଥ ହେଇଥିଲେ। ସୂଚନାଥାଉ କି, ପୁରୁଷୋତ୍ତମ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ସେ ଠିକାରେ ବିଡିଏରେ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?