ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ଜିଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ଲାଞ୍ଚ ଟଙ୍କାକୁ ପାଟିରେ ପୂରାଇ ନଷ୍ଟ କରିବାକୁ ଚେଷ୍ଟା କରିବା ବେଳେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କୁ କାମୁଡ଼ି ରକ୍ତାକ୍ତ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁକାଳୀନ ସହାୟତା ରାଶି ମିଳିବା ଫାଇଲକୁ ଜିଲାପାଳଙ୍କ ନିକଟକୁ ପଠାଇବା ନିମନ୍ତେ ଲାଞ୍ଚ ନେବାବେଳେ ସଂପୃକ୍ତ ଅଧିକାରୀ ଧରାପଡ଼ି ଗିରଫ ହୋଇଛନ୍ତି। ଏ ନେଇ ଭିଜିଲାନ୍ସରେ ନଂ.୩୦/୧୯ରେ ଏକ ମାମଲା ରୁଜୁ କରାଯାଇ ଶ୍ରମ ଅଧିକାରୀ ବେହେରାଙ୍କୁ କୋର୍ଟଚାଲାଣ କରାଯାଇଛି। ଫୁଲବାଣୀସ୍ଥିତ ତାଙ୍କ ଭଡ଼ା ଘର ଓ କଟକ ସିଡିଏ ୧୦ରେ ଥିବା ବାସଭବନ ଉପରେ ଚଢାଉ କରାଯାଇ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନା ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ୪ ଶ୍ରମିକ ତଥା ନୀରୋଦା ପ୍ରଧାନ, ଇନ୍ଦିରା କହଁର, କୁନ୍ତିମାଳା ପ୍ରଧାନଙ୍କ ସ୍ବାମୀ ଏବଂ ଗଜପତି ପ୍ରଧାନଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ନାମ ଶ୍ରମ କାର୍ଯ୍ୟାଳୟରେ ପଞ୍ଜୀକୃତ ରହିଛି। ତେଣୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସରକାରୀ ନିୟମ ଅନୁସାରେ ଅକାଳ ମୃତ୍ୟୁ ଯୋଗୁ ୧ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାପାଇଁ ଟିକାବାଲିର ଆଞ୍ଚଳିକ ବିଶ୍ୱକର୍ମା ଶ୍ରମିକ ସଂଘର ସଭାପତି ବାବୁଜା ପ୍ରଧାନ ଆବେଦନ କରିଥିଲେ ା ଏ ସମ୍ପର୍କିତ ଫାଇଲ ଯାଞ୍ଚ କରି ଜିଲାପାଳଙ୍କ ନିକଟକୁ ପଠାଇବାକୁ ଶ୍ରମିକ ସଂଘ ସଭାପତି ପ୍ରଧାନଙ୍କୁ ଜିଲା ଶ୍ରମ ଅଧିକାରୀ ବେହେରା ୧୫ ହଜାର ଟଙ୍କା ମାଗିଥିଲେ ା ଏ ନେଇ ପ୍ରଧାନ ବୁଧବାର ଫୁଲବାଣୀସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ା ଯୋଜନା ମୁତାବକ ଗୁରୁବାର ସେ ୧୫ ହଜାର ଟଙ୍କା ନେଇ ଶ୍ରମ ଅଧିକାରୀ ବେହେରାଙ୍କୁ ତାଙ୍କ ଅଫିସ ପ୍ରକୋଷ୍ଠରେ ଦେଇଥିଲେ ା ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଉକ୍ତ ଟଙ୍କା ଜବତ କରିିବା ବେଳେ ଶ୍ରମ ଅଧିକାରୀ ବେହେରା ତାହାକୁ ପାଟିରେ ପୂରାଇ ଦେଇଥିଲେ ା ଇନ୍ସପେକ୍ଟର ପୁଲସ୍ତି ଛତ୍ରିଆ ତାଙ୍କ ପାଟିରୁ ଟଙ୍କା ବାହାର କରୁଥିବା ବେଳେ ବେହେରା ହାତକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ ା ପରେ ଉକ୍ତ ଟଙ୍କା ଜବତ କରାଯାଇ ବେହେରାଙ୍କୁ ଗିରଫ କରାଯାଇଥିଲା। ଚଢ଼ାଉରେ ଭିଜିଲାନ୍ସ ଇନ୍ସପେକ୍ଟର ଛତ୍ରିଆଙ୍କ ସମେତ ଇନ୍ସପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ ପ୍ରମୁଖ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: ସ୍ବାମୀଙ୍କୁ ମିଳିଲା ଏଭଳି ଦଣ୍ଡ

ରାୟଗଡା,୨୪।୧୨(ଆଶିଷ ରଞ୍ଜନ ପଣ୍ଡା)- ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri