ଲଟେରିରେ ୧ କୋଟି ଜିତି ସୁରକ୍ଷା ଲୋଡ଼ିଲେ ନାରାୟଣ

କୋଲକାତା,୩।୧: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଦ୍ଧମାନ ଜିଲାରେ ରହୁଥିବା ଜଣେ ୭୦ ବର୍ଷୀୟ ବ୍ୟକ୍ତି ପୂର୍ବରୁ ଚର୍ଚ୍ଚିତ ନ ଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକଳାପ ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ନେଇଆସିଛି। ସୂଚନାଯୋଗ୍ୟ, ନାରାୟଣ ସେନ୍‌ ଲଟେରିରେ ୧କୋଟି ଟଙ୍କା ଜିତିବା ପରେ ଭୟରେ ସେ ଏବେ ପୋଲିସକୁ ସୁରକ୍ଷା ମାଗିଛନ୍ତି। ରବିବାର ନାରାୟଣ ନାଗାଲାଣ୍ଡ ଷ୍ଟେଟ ଲଟେରିରୁ ୧୦ଟି ଟିକେଟ ମୋଟ ୬୦ ଟଙ୍କାରେ କିଣିଥିଲେ। ଟିକେଟ କିଣି ସେ କ’ଣ ଲେଖା ହୋଇଛି ନ ପଢ଼ି ଚୁପ୍‌ଚାପ୍‌ ପକେଟରେ ରଖିଦେଇଥିଲେ। ହେଲେ ରାତିରେ ଜାଣିବାକୁ ପାଇଥିଲେ ଯେ, ସେ କିଣିଥିବା ଲଟେରି ଟିକେଟରୁ କୋଟିଏ ଟଙ୍କା ଜିତିଛନ୍ତି। ଏହାପରେ ସୋମବାର ସେ କାଲନା ଥାନାରେ ପହଞ୍ଚି ଏସ୍‌ଏଚ୍‌ଓ ରାକେଶ ସିଂହଙ୍କ ନିକଟରେ ନିଜର ସୁରକ୍ଷା ପାଇଁ ନିବେଦନ କରିଥିଲେ। ନାରାୟଣ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ନଳକୂଅ ଅପରେଟର ଭାବେ ସେ ଚାକିରି କରୁଥିବା ବେଳେ ୧୦ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିସାରିଛନ୍ତି। ୧୦ ହଜାର ଟଙ୍କା ପେନ୍‌ସନ ପାଉଥିବା ନାରାୟଣ ଏବେ ରାତାରାତି କୋଟିପତି ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri