ଲଘୁଚାପ ବର୍ଷା : ବଜାର ଅଞ୍ଚଳରେ ଆଣ୍ଠୁଏ ପାଣି

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ବର୍ଷା ଯୋଗୁ ବଜାର ଅଞ୍ଚଳ ରାସ୍ତାରେ ୨ଫୁଟ ପାଣି କେନାଲ ସଦୃଶ ହୋଇଛି। ଡ୍ରେନ ସମସ୍ୟା ଲାଗି ବଜାର ଅଞ୍ଚଳରେ କୁଢ କୁଢ ବର୍ଜ୍ୟବସ୍ତୁ ରାସ୍ତାରେ ଜମା ହୋଇଛି। ଏପରିସ୍ଥଳେ ବଜାର ଅଞ୍ଚଳରେ ଥିବା ବିଭିନ୍ନ ବ୍ୟବସାୟ ଅନୁଷ୍ଠାରେ ପାଣି ଭର୍ତ୍ତି ହେବାରୁ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ତେଲକୋଇ ବଜାର ଅଞ୍ଚଳ ପାଇଁ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ରାସ୍ତାର ଉଭୟ ପକ୍ଷରୁ ଡ୍ରେନ ନିର୍ମାଣର ଯୋଜନା କରାଯାଇଥିଲା। ତେବେ ପ୍ରଶାସନ ଏହାକୁ ଅମାନ୍ୟ କରିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ କରାଯାଇଥିଲେ ବି ଏହାର ସମାଧାନ ହୋଇପାରୁ ନାହିଁ। ତେବେ ସ୍ଥାନୀୟବାସୀ ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି କରିଛନ୍ତି।