ଲଗାଣ ବର୍ଷାରେ ଲାଞ୍ଜିଗଡରେ ବନ୍ୟା ପରିସ୍ଥିତି: ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ,୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସୋମବାରଠାରୁ ବର୍ତ୍ତମାନ ଯାଏଁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ମଙ୍ଗଳବାଠାରୁ ବିଦ୍ୟୁତ ସରବରାହରେ ବ୍ୟାହତ ହେବା ସହ ମୋବାଇଲ ନେଟୱାର୍କ ରହୁନାହିଁ। ଅନେକ ସ୍ଥାନରେ ଘର ଭୁଶୁଡି ପଡିଥିବା ଯୋଗୁ ଲୋକ ଘରଦ୍ୱାର ଛାଡି ନିରାପଦ ଆଶ୍ରୟ ସ୍ଥଳକୁ ଯାଇଥିବା ଖବର ମିଳିଛି। ମଙ୍ଗଳବାର ରାତି ୮ଟାରେ ଚନ୍ଦନପୁର ଗାଁ ସ୍କୁଲପଡାର ୫ଟି ପରିବାର ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ମଙ୍ଗଳବାର ଲଗାଣ ବର୍ଷାରେ ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟରାସ୍ତା ବେଦାନ୍ତ କମ୍ପାନୀ ପାଖ ରାସ୍ତା ଉପରେ ୪ ଫୁଟ ପାଣି ପ୍ରଭାହିତ ହେଉଥିବା ଯୋଗୁ ରାସ୍ତାର ଗୋଟିଏ ପାଖ କଟିଯାଇ ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଇଛି।ଗତ ୩ ଦିନ ହେଲା ଲାଞ୍ଜିଗଡ ଅଞ୍ଚଳରେ ଲଗାଣ ବର୍ଷା ହେଉଥିଲେ ହେଁ ବ୍ଲକ ପ୍ରସାଶନ କାହାରି ପାଖରେ ପହଞ୍ଚତ୍ ପାରି ନାହାନ୍ତି। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ସହ ରିଲିଫ୍‌ ସାମଗ୍ରୀ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଲାଞ୍ଜିଗଡ ବିଡିଓଙ୍କୁ ପଚାରିବାରୁ ଆମେ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଛୁ, ପଞ୍ଚାୟତ ମହକୁମାରେ ରହିବା ପାଇଁ ଏବଂ ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କ ପାଇଁ ପୋଲିଥିନ ବ୍ୟବସ୍ଥା କରିଛୁ। ବ୍ଲକ ପ୍ରଶାସନ ସଦାବେଳେ ସଜାଗ ରହିଛି ବୋଲି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ୮ଟାରୁ ଦିନସାରା ପ୍ରବଳ ବର୍ଷା ଯୋଗୁ ନଈ, ନାଳରେ ବନ୍ୟାଜଳ ବୋହୁଛି। ମୁନିଗୁଡା-ଲାଞ୍ଜିଗଡ ମୁଖ୍ୟ ରାସ୍ତାରେ ମଙ୍ଗଳବାର ୧ଟାରୁ ୧ ଫୁଟ୍‌ ପାଣି ଚାଲିଥିବା ବେଳେ ରାତି ୧୦ଟାରୁ ୪ଫୁଟ୍‌ ପାଣି ପ୍ରବାହିତ ହୋଇ ଯାତାୟାତ ଠପ୍‌ ହୋଇଯାଇଛି । ଦିଆଲବାହାଲିସ୍ଥିତ ରେତ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଥିବାରୁ ୮ଟି ଗାଁ ଦିଆଲବାହାଲି, ସଲପାଙ୍ଗ୍‌, ମନସ୍ତରା, ବାରଗୁଡା, ତେନ୍ତୁଳିପୁଙ୍ଗା, ରଣରଣା ଆଦି ଗାଁ ଜଳବନ୍ଦି ଜୀବନଯାପନ କରୁଛନ୍ତି । କାନକୁଟ୍ରୁ ପଞ୍ଚାୟତ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ଚନ୍ଦନପୁର ଗାଁରେ ମଧ୍ୟ ୨ ଜଣଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସାନ୍ଦୁଲ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଲାଞ୍ଜିଗଡରୋଡ ପଞ୍ଚାୟତରମାଣିବନ୍ଧା ଗାଁ ପଞ୍ଚାୟତ ମହକୁମା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସେହିଭଳି ବଂଶଧାରା ନଦୀରେ ଜଳପତନ ବୃଦ୍ଧି ଯୋଗୁ ନିଆଳି, ଗୋପୀନାଥପୁର, ବୋରିଙ୍ଗପଦର, ବାଣିପଙ୍ଗା ଆଦି ଗାଁର ଲୋକେ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ଦୁର୍ଗମ ଅଞ୍ଚଳରେ ବର୍ଷା ପାଇଁ ଅନେକ ଲୋକ ବେଘର ହୋଇଯାଇଥିବା ବେଳେ ଅନେକ ଲୋକ ଭୋକ ଉପାସରେ ରହିଛନ୍ତି । ସେହିପରି ୩ ଦିନର ଲଗାଣ ବର୍ଷାରେ ଲାଞ୍ଜିଗଡର ବଜାରପଡାର ଅରବିନ୍ଦ ଗୁପ୍ତା ଓ ଡାକ୍ତରଙ୍କ ବସାରେ ଓ ଫାରମାସିଷ୍ଟ ଟୁନା ପାଣିଗ୍ରାହୀଙ୍କ ଘରେ ପାଣି ପଶିଯାଇଛି। ଦମକଳ ବିଭାଗ ଯାଇ ପାଣି ନିଷ୍କାସନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri