ଲଗାଣ ବର୍ଷାରେ ଲାଞ୍ଜିଗଡରେ ବନ୍ୟା ପରିସ୍ଥିତି: ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ,୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସୋମବାରଠାରୁ ବର୍ତ୍ତମାନ ଯାଏଁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ମଙ୍ଗଳବାଠାରୁ ବିଦ୍ୟୁତ ସରବରାହରେ ବ୍ୟାହତ ହେବା ସହ ମୋବାଇଲ ନେଟୱାର୍କ ରହୁନାହିଁ। ଅନେକ ସ୍ଥାନରେ ଘର ଭୁଶୁଡି ପଡିଥିବା ଯୋଗୁ ଲୋକ ଘରଦ୍ୱାର ଛାଡି ନିରାପଦ ଆଶ୍ରୟ ସ୍ଥଳକୁ ଯାଇଥିବା ଖବର ମିଳିଛି। ମଙ୍ଗଳବାର ରାତି ୮ଟାରେ ଚନ୍ଦନପୁର ଗାଁ ସ୍କୁଲପଡାର ୫ଟି ପରିବାର ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ମଙ୍ଗଳବାର ଲଗାଣ ବର୍ଷାରେ ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟରାସ୍ତା ବେଦାନ୍ତ କମ୍ପାନୀ ପାଖ ରାସ୍ତା ଉପରେ ୪ ଫୁଟ ପାଣି ପ୍ରଭାହିତ ହେଉଥିବା ଯୋଗୁ ରାସ୍ତାର ଗୋଟିଏ ପାଖ କଟିଯାଇ ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଇଛି।ଗତ ୩ ଦିନ ହେଲା ଲାଞ୍ଜିଗଡ ଅଞ୍ଚଳରେ ଲଗାଣ ବର୍ଷା ହେଉଥିଲେ ହେଁ ବ୍ଲକ ପ୍ରସାଶନ କାହାରି ପାଖରେ ପହଞ୍ଚତ୍ ପାରି ନାହାନ୍ତି। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ସହ ରିଲିଫ୍‌ ସାମଗ୍ରୀ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଲାଞ୍ଜିଗଡ ବିଡିଓଙ୍କୁ ପଚାରିବାରୁ ଆମେ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଛୁ, ପଞ୍ଚାୟତ ମହକୁମାରେ ରହିବା ପାଇଁ ଏବଂ ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କ ପାଇଁ ପୋଲିଥିନ ବ୍ୟବସ୍ଥା କରିଛୁ। ବ୍ଲକ ପ୍ରଶାସନ ସଦାବେଳେ ସଜାଗ ରହିଛି ବୋଲି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ୮ଟାରୁ ଦିନସାରା ପ୍ରବଳ ବର୍ଷା ଯୋଗୁ ନଈ, ନାଳରେ ବନ୍ୟାଜଳ ବୋହୁଛି। ମୁନିଗୁଡା-ଲାଞ୍ଜିଗଡ ମୁଖ୍ୟ ରାସ୍ତାରେ ମଙ୍ଗଳବାର ୧ଟାରୁ ୧ ଫୁଟ୍‌ ପାଣି ଚାଲିଥିବା ବେଳେ ରାତି ୧୦ଟାରୁ ୪ଫୁଟ୍‌ ପାଣି ପ୍ରବାହିତ ହୋଇ ଯାତାୟାତ ଠପ୍‌ ହୋଇଯାଇଛି । ଦିଆଲବାହାଲିସ୍ଥିତ ରେତ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଥିବାରୁ ୮ଟି ଗାଁ ଦିଆଲବାହାଲି, ସଲପାଙ୍ଗ୍‌, ମନସ୍ତରା, ବାରଗୁଡା, ତେନ୍ତୁଳିପୁଙ୍ଗା, ରଣରଣା ଆଦି ଗାଁ ଜଳବନ୍ଦି ଜୀବନଯାପନ କରୁଛନ୍ତି । କାନକୁଟ୍ରୁ ପଞ୍ଚାୟତ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ଚନ୍ଦନପୁର ଗାଁରେ ମଧ୍ୟ ୨ ଜଣଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସାନ୍ଦୁଲ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଲାଞ୍ଜିଗଡରୋଡ ପଞ୍ଚାୟତରମାଣିବନ୍ଧା ଗାଁ ପଞ୍ଚାୟତ ମହକୁମା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସେହିଭଳି ବଂଶଧାରା ନଦୀରେ ଜଳପତନ ବୃଦ୍ଧି ଯୋଗୁ ନିଆଳି, ଗୋପୀନାଥପୁର, ବୋରିଙ୍ଗପଦର, ବାଣିପଙ୍ଗା ଆଦି ଗାଁର ଲୋକେ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ଦୁର୍ଗମ ଅଞ୍ଚଳରେ ବର୍ଷା ପାଇଁ ଅନେକ ଲୋକ ବେଘର ହୋଇଯାଇଥିବା ବେଳେ ଅନେକ ଲୋକ ଭୋକ ଉପାସରେ ରହିଛନ୍ତି । ସେହିପରି ୩ ଦିନର ଲଗାଣ ବର୍ଷାରେ ଲାଞ୍ଜିଗଡର ବଜାରପଡାର ଅରବିନ୍ଦ ଗୁପ୍ତା ଓ ଡାକ୍ତରଙ୍କ ବସାରେ ଓ ଫାରମାସିଷ୍ଟ ଟୁନା ପାଣିଗ୍ରାହୀଙ୍କ ଘରେ ପାଣି ପଶିଯାଇଛି। ଦମକଳ ବିଭାଗ ଯାଇ ପାଣି ନିଷ୍କାସନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri