ଲକ୍‌ ଡାଉନ୍‌: ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ୨୪ କୋଟି ୯୮ ଲକ୍ଷରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ ଡାଉନ୍‌ ଘୋଷଣା ପରେ ପନିପରିବା, ଖାଦ୍ୟ ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି। ଫଳରେ ସାଧାରଣ ଲୋକେ ହନ୍ତସନ୍ତ ହେବା ଆରମ୍ଭ କରିଛନ୍ତି। ଲକ୍‌ ଡାଉନ୍‌ ଯୋଗୁ ଦେଶର ୨୪ କୋଟି ୯୮ ଲକ୍ଷରୁ ଅଧିକ ଶ୍ରମିକ ଏବେ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରହିଛନ୍ତି। ସେମାନଙ୍କ ପାଇଁ କାମ ନ କଲେ ଖାଇବା ବନ୍ଦ। କାମଧନ୍ଧା ନ ଥିବାରୁ ଏବେ ଖାଇବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ। ସମ୍ପ୍ରତି ଦେଶରେ ୪୬ କୋଟି ୭୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରେ ୪୭ ପ୍ରତିଶତ ଅର୍ଥାତ୍‌ ୨୧ କୋଟି ୯୪ ଲକ୍ଷରୁ ଅଧିକ ଲୋକ ନିଜେ ନିଜର କାମ ଧନ୍ଦା କରୁଥାନ୍ତି। ୫୩.୫ ପ୍ରତିଶତ ଅର୍ଥାତ୍‌ ୨୪ କୋଟି ୯୮ ଲକ୍ଷରୁ ଅଧିକ ଶ୍ରମିକ ରହିଛନ୍ତି। ଅପରପକ୍ଷରେ ୩୬.୫ ପ୍ରତିଶତ ସାମୟିକ ଶ୍ରମିକ ରହିଛନ୍ତି। ସେମାନଙ୍କ ସଂଖ୍ୟା ୧୭ କୋଟି ୪ ଲକ୍ଷରୁ ଅଧିକ ରହିଛି। ସେହିପରି ୧୭ ପ୍ରତିଶତ ଅର୍ଥାତ୍‌ ୭ କୋଟି ୯୩ ଲକ୍ଷରୁ ଅଧିକ ଦିନ ମଜୁରିଆ ରହିଛନ୍ତି। ୨୦୧୫ ରିପୋର୍ଟ ଅନୁସାରେ ରୋଜଗାର କରୁଥିବା ଲୋକଙ୍କ ମଧ୍ୟରୁ ୯୨ ପ୍ରତିଶତରୁ ଅଧିକ ମହିଳା ଏବଂ ୮୨ ପ୍ରତିଶତରୁ ଅଧିକ ପୁରୁଷଙ୍କ ମାସିକ ଆୟ ୧୦,୦୦୦ଟଙ୍କାରୁ କମ୍‌ ରହିଛି। ୭ମ ବେତନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ମାସିକ ଆୟ ସୀମା ୧୮,୦୦୦ଟଙ୍କାଠାରୁ ସେମାନେ ଯଥେଷ୍ଟ କମ ରୋଜଗାର କରିଥାନ୍ତି। ସେହିପରି ବିଭିନ୍ନ ରାଜ୍ୟରୁ ଅନ୍ୟ ରାଜ୍ୟକୁ କାମ ଧନ୍ଦା ଉଦ୍ଦେଶ୍ୟରେ ଆସିଥିବା ଠିକା ଶ୍ରମିକଙ୍କ ଅବସ୍ଥା ମଧ୍ୟ ଲକ୍‌ ଡାଉନ୍‌ ଯୋଗୁ ଅଧିକ ପ୍ରଭାବିତ ହେବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

https://thewire.in/labour/migrant-contract-workers-coronavirus-lockdown


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri