Posted inକଟକ

ଲକ୍‌ଡାଉନ କଟକଣାକୁ ଫୁ, ହାଟରେ ଜମୁଛି ଭିଡ଼

ଚୌଦ୍ୱାର,୩୧ା୩(ଡି.ଏନ୍‌.ଏ)- କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର କରିଥିବା ଲକ୍‌ଡାଉନ ଘୋଷଣାକୁ ମଙ୍ଗଳବାର ୭ଦିନ ହୋଇଯାଇଛି। ଇତି ମଧ୍ୟରେ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀସ୍ତରରେ ସଚେତନତା କରିବା ସହ ଘରେ ରହିବାକୁ ନିବେଦନ କରାଯାଉଛି। କିନ୍ତୁ ଏହି ଲକଡାଉନ କଟକଣାକୁ ଫୁ କରି ଚୌଦ୍ୱାର ଅଞ୍ଚଳର ଓଟିଏମ୍‌ ପରିବା ମାର୍କେଟରେ କେତେକ ବ୍ୟବସାୟୀ, ଲୋକ ହାଟରେ ଭିଡ଼ କରୁଛନ୍ତି। ସାମାଜିକ ଦୂରତା ନ ରଖିବାବେଳେ ପ୍ରାୟ ବ୍ୟବସାୟୀ ବିନା ବ୍ୟବଧାନରେ ବେପାର କରିବା ଭଳି ଦେଖାଯାଇଛି। ଫଳରେ ଲୋକମାନେ ମଧ୍ୟ ମନଇଚ୍ଛା ଭିଡ଼ କରି ଯିବାଆସିବା କରିବା ସହ ନିୟମକୁ ବେଖାତିର କରୁଛନ୍ତି। ଗତ କିଛିଦିନ ତଳେ ପୌରପାଳିକା ଓ ଚୌଦ୍ୱାର କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ପରିବା ମାର୍କେଟରେ ଜନଗହଳି ହେଉଥିବା ଲକ୍ଷ୍ୟ ରଖି ସେହି ବଜାରର ପରିବା ବ୍ୟବସାୟୀ ମାନଙ୍କ ପାଇଁ ୫୫ନଂ ଜାତୀୟ ରାଜପଥ କଡରେ ଥିବା ଜାଗା ଚିହ୍ନଟ କରି ସେଠାରେ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବ୍ୟବସାୟ କରୁଥିବା ଦେକାନୀ ଓ ଗ୍ରାହକଙ୍କ ମଧ୍ୟରେ ସମଦୂରତା ରକ୍ଷା ହେବା ସହିତ ଗହଳି ଲାଗି ରହିବ ନାହଁି ା ଏଥି ସହିତ ଦୋକାନ ସାମନାରେ ଗୋଲ ବୁଲାଯିବା ଓ ଧାଡି ହୋଇ ଗ୍ରାହକଙ୍କୁ ସରୁଖୁରୁରେ ପରିବା ଦେଇହେବ। ହେଲେ ଏସବୁ ନିୟମକୁ ହେୟ ମନେକରି କିଛି ଦୋକାନୀ ଚିରାଚରିତ ଢଙ୍ଗରେ କାରବାର କରୁଛନ୍ତି। ଏଭଳି ପରିସ୍ଥିତ ଲାଗିରହିଲେ ଚୌଦ୍ୱାରରେ ଭୂତାଣ ବ୍ୟାପିବାର ଆଶଙ୍କା ରହିଛି। ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri