ଲକ୍‌ଡାଉନ୍‌ ପାଇଁ ପଛେଇଯାଇଛି ଅନ୍ଧତ୍ୱ ଦୂରୀକରଣ ଯୋଜନା: ମୋତିଆବିନ୍ଦୁ ରୋଗୀଙ୍କ ସଙ୍କଟ ବଢ଼ିଲା

କଟକ ଅଫିସ, ୧୮ା୫: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଏବେ ସରକାରଙ୍କ ଅନ୍ଧତ୍ୱ ଦୂରୀକରଣ ଯୋଜନା ଅନେକ ଯୋଜନ ପଛକୁ ଚାଲିଯାଇଛି। ପ୍ରତି ମାସରେ ଯେଉଁ ସଂଖ୍ୟାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଉଥିଲା, ଲକ୍‌ଡାଉନ ଯୋଗୁ ସେହି ସଂଖ୍ୟା ଏବେ ଦ୍ରୁତଗତିରେ ଖସୁଥିବା ଦେଖିବାକୁ ମିଳୁଛି। ସବୁଠି ଅନ୍ଧତ୍ୱ ବଢ଼ିବାରେ ଲାଗିଛି।
ତଥ୍ୟ ଅନୁଯାୟୀ, ୫୦ ପ୍ରତିଶତ ଲୋକଙ୍କଠାରେ ମୋତିଆବିନ୍ଦୁର ଅଳ୍ପ ବହୁତ ଲକ୍ଷଣ ଥାଏ। ସେମାନଙ୍କ ମଧ୍ୟରୁ କେତେକ ଚଷମା କିମ୍ବା ଅନ୍ୟ ଚିକିତ୍ସା ପଦ୍ଧତି ଆପଣାଉଥିବା ବେଳେ ଅବଶିଷ୍ଟ ରୋଗୀଙ୍କ ପାଇଁ ମୋତିଆ ବିନ୍ଦୁ ହିଁ ଏକ ମାତ୍ର ବିକଳ୍ପ। ଏହି ଶ୍ରେଣୀଭୁକ୍ତ ରୋଗୀଙ୍କ ପରଳକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅସ୍ତ୍ରୋପଚାର ଦ୍ୱାରା ବାହାର କରା ନ ଗଲେ ତାହା ପରେ ଫାଟିଯିବା କାରଣରୁ ଅନ୍ଧତ୍ୱର ଶିକାର ହେବାକୁ ପଡ଼ିଥାଏ। ଏବେ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ଏ ବାବଦରେ ଏସ୍‌ସିବିର ଚକ୍ଷୁ ବିଭାଗ ଓ ଅନ୍ୟ ଚକ୍ଷୁ ଚିକିତ୍ସାଳୟକୁ ଶତାଧିକ ଲୋକ ଆସି ନିରାଶ ହୋଇ ଫେରୁଛନ୍ତି। ବର୍ତ୍ତମାନ କେବଳ ଦୁର୍ଘଟଣା ଓ ସଙ୍କଟାପନ୍ନ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଉଥିବାରୁ ମୋତିଆବିନ୍ଦୁ ରୋଗୀଙ୍କ କଥା ଗୌଣ ହୋଇଯାଇଛି।
ଏସ୍‌ସିବି ଚକ୍ଷୁ ବିଭାଗ ମୁଖ୍ୟ ଡା. ପ୍ରଶାନ୍ତ କୁମାର ନନ୍ଦଙ୍କ କହିବା ଅନୁଯାୟୀ, ଏସ୍‌ସିବିରେ ମାସକୁ ୧୦୦୦ରୁ ଅଧିକ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଉଥିଲା। କିନ୍ତୁ କରୋନା ଆରମ୍ଭ ହେବା ପରଠାରୁ ଏହି ସଂଖ୍ୟା ଏବେ ବହୁ ତଳକୁ ଖସି ଆସିଛି। ଏହା ସମାଜରେ ଅନ୍ଧତ୍ୱ ବଢ଼ିବାର ଆଶଙ୍କାକୁ ବହୁଗୁଣିତ କରିବ। ସଦ୍ୟତମ ଗବେଷଣା ଦର୍ଶାଉଛି ଯେ ଆଖି ମାଧ୍ୟମରେ କରୋନା ସଂକ୍ରମଣ ଆଶଙ୍କା ୨ରୁ୪ ପ୍ରତିଶତ ରହିଥାଏ। ଏହି କାରଣ ଯୋଗୁ ଚକ୍ଷୁ ବିଭାଗରେ ଉପରୋକ୍ତ ଚିକିତ୍ସା ମଧ୍ୟ ଏକ ପ୍ରକାର ପ୍ରଭାବିତ ହୋଇଛି। ସେହିପରି ମୋତିଆବିନ୍ଦୁ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜେପିଏମ୍‌ ରୋଟାରୀ ଆଇ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଆଲୋକ କୁମାର ସାହୁ କହିଛନ୍ତି, ଲକ୍‌ଡାଉନ ଅବଧି ବାରମ୍ବାର ବଢ଼ିବାରେ ଲାଗିଛି। ଏଣେ ଦୈନିକ ଅନେକ ରୋଗୀ ବାରମ୍ବାର ଆମ ପାଖକୁ ଆସି ଅସ୍ତ୍ରୋପଚାର ପାଇଁ ଅନୁରୋଧ କରୁଛନ୍ତି। ଏହି ସ୍ଥିତି ସତର୍କ କରାଇଦେଉଛି ଯେ, ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ଆହୁରି ବିଳମ୍ବ କରାଯିବା ଦ୍ୱାରା ଭୟଙ୍କର ପରିସ୍ଥିତି ଉପୁଜିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri