ଗ୍ରାମଦେବତା ଭାବେ ପୂଜାପାଏ ବାଦୁଡ଼ି

ପାଟଣା, ୨୭ା୩- ପ୍ରାୟତଃ ଲୋକମାନେ ବାଦୁଡ଼ିକୁ ନିଶାଚର ସହ ତୁଳନା କରିବା ସହିତ ଏହାକୁ ଅଶୁଭ ବୋଲି ମାନିଥାନ୍ତି। କେରଳରେ କିଛି ବର୍ଷ ପୂର୍ବେ ବାଦୁଡ଼ିରୁ ନିପାହ ଭାଇରସ୍‌ ବାହାରିଥିଲା। ଏଥିରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକଙ୍କର ମୃତ୍ୟୁ ହୋଇଥିଲା। ସମ୍ପ୍ରତିି ଚାଇନାରୁ ସୃଷ୍ଟି କରୋନା ଭାଇରସ୍‌ ବି ବାଦୁଡ଼ିରୁ ହିଁ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଭାରତରେ ଏଭଳି ଗାଁ ରହିଛି, ଯେଉଁଠି ଲୋକମାନେ ବାଦୁଡ଼ିକୁ ଗ୍ରାମଦେବତା ଭାବେ ପୂଜା କରିଥାନ୍ତି। ଗ୍ରାମଦେବତା ହିଁ ସେମାନଙ୍କୁ ବହୁ ବିପଦ ଆପଦରୁ ଉଦ୍ଧାର କରିଥାନ୍ତି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଛି। ବିହାରର ବୈଶାଳୀ ଜିଲାରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠି ଲୋକମାନେ ବାଦୁଡ଼ିକୁ ପୂଜିଥାନ୍ତି। ଏଠାକାର ଲୋକେ ବାଦୁଡ଼ିକୁ ଧନସମ୍ପତ୍ତିର ପ୍ରତୀକ ଭାବେ ମାନିଥାନ୍ତି। ଯେଉଁଠାରେ ବାଦୁଡ଼ି ରୁହେ, ସେଠାରେ କେବେ ଧନସମ୍ପତ୍ତିର ଅଭାବ ରୁହେନି ବୋଲି ସେଠାକାର ଲୋକଙ୍କ ମନରେ ବିଶ୍ୱାସ ରହିଛି। ବୈଶାଳୀ ଜିଲାର ରାମପୁର ରତ୍ନାଗର ଗ୍ରାମରେ ହଜାର ହଜାର ବାଦୁଡ଼ି ବସା ରହିଛି। ବାଦୁଡ଼ି ପାଇଁ ସେହି ଗ୍ରାମ ପ୍ରସିଦ୍ଧି ଲାଭ କରିଛି। ବାଦୁଡ଼ିଙ୍କୁ ଦେଖିବାକୁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଅନ୍ୟପଟେ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ବାଦୁଡ଼ିରୁ ସୃଷ୍ଟି ହୋଇଥିବା କୁହାଯାଉଥିବା ବେଳେ ଏଠାକାର ଲୋକଙ୍କ ମତ ଭିନ୍ନ। ବୈଶାଳୀ ଜିଲାର କେତେଜଣ ବରିଷ୍ଠ ଲୋକଙ୍କ କହିବା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ସେଠାରେ ମହାମାରୀ ଦେଖାଦେଇଥିଲା। ସେହି ସମୟରୁ ଏଠାରେ ଶହ ଶହ ବାଦୁଡ଼ି ଆସି ବସା କରିଥିଲେ। ସେବେଠାରୁ ଆଉ ମହାମାରୀ ଦେଖାଯାଉ ନ ଥିବା ଲୋକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri