ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ,୧୯।୫(ଡି.ଏନ୍‌.ଏ.)- ଚଳିତବର୍ଷ ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ୨ଦିନ ଯାତ୍ରାରେ ବିଭିନ୍ନ ମେଢ଼, ପଟୁଆର ଓ ଆତସବାଜି ପ୍ରଦର୍ଶନ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବହୁ ମାନସିକଧାରୀ ବିଭିନ୍ନ ବେଶ ଧାରଣ କରି ସହର ପରିକ୍ରମା କରିଥିଲେ। ବାଘ, ଡ଼ାହାଣୀ, ରାମ, କୃଷ୍ଣ, ହନୁମାନ, ବାବାଜୀ ଇତ୍ୟାଦି ବେଶ ସହ ବିଭିନ୍ନ ସାହିର ଯୁବ ଗୋଷ୍ଠୀ ଆଧୁନିକ ଗଣବେଶରେ ଡ଼ିଜେ ଓ ସଙ୍ଗୀତର ତାଳେ ତାଳେ ସହର ପରିକ୍ରମା କରିଥିଲେ। ସୋମବାର ରଙ୍ଗଣୀ ବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯାଇଥିଲା। ରବିବାର ଉଦ୍‌ଯାପନୀ ସନ୍ଧ୍ୟାରେ ବିଭିନ୍ନ ସାହିରେ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ବହୁ ଦର୍ଶକଙ୍କ ଗହଳି ହୋଇଥିଲା। ପୋଲିସ ସୁରକ୍ଷା ବାହିନୀ ସହ ବିଭିନ୍ନ ସାହିର ସ୍ବେଚ୍ଛାସେବୀ ଦର୍ଶକଙ୍କ ସୁବିଧା ପାଇଁ ନିୟୋଜିତ ଥିଲେ। ରାଜାସାହି ଇନ୍ଦ୍ରଜିତ, ଦେଓସାହି ବୀର ଅର୍ଜୁନ, ବଡ଼ ରଙ୍ଗଣୀ ସାହିର ଶ୍ରୀରାମ, ଲକ୍ଷ୍ମଣ, ଜଗନ୍ନାଥ , ଶ୍ରୀକୃଷ୍ଣଙ୍କ ରାସଲୀଲା ଥାନା ସାହିର ରାଜା ହରିଶ୍ଚନ୍ଦ୍ର ପର୍ଶୁରାମ ଏବଂ କେଉଟ ସାହିରେ ବିଷ୍ଣୁଙ୍କ ଅନନ୍ତ ଶୟନ, ଗରୁଡ଼ ବିଷ୍ଣୁ ମେଢ଼ ଦର୍ଶକଙ୍କ ମନ ମୋହିଥିଲା। ରାତିରେ ସ୍ବତନ୍ତ୍ର ବିମାନରେ ପଟୁଆର ସଂକୀର୍ତ୍ତନରେ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ବିଗ୍ରହକୁ ସହର ପରିକ୍ରମା କରାଯାଇଥିଲା। ପରେ ରାଜବାଟୀ ସମ୍ମୁଖ ବାଣ ପଡିଆରେ ବିଭିନ୍ନ କିସମର ଆତସବାଜି ପ୍ରଦର୍ଶନ ହୋଇଥିଲା। ଏହାକୁ ଦେଖିବାକୁ ବହୁ ଲୋକଙ୍କ ଗହଳି ଲାଗି ରହିଥିଲା। ବିଭିନ୍ନ ସାହିରେ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଯାତ୍ରା ଦର୍ଶକଙ୍କୁ ସରବତ, ପଲଉ, ଦହିବରା, ଆଇସ୍‌କ୍ରିମ, ଶୁଖିଲା ଭୋଗ ବଣ୍ଟନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଓ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ପରିଚାଳନାରେ ସହଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri