ରୋହିତ ସେଟ୍ଟୀଙ୍କ ‘ଖତ୍‌ରୋଁ କେ ଖିଲାଡୀ’ର ଶୁଟିଂ ଆରମ୍ଭ: ପ୍ରଥମ ଦିନର ଭିଡିଓ ଲିକ୍‌

ସୋଫିଆ,୬।୮: ଟେଲି ଜଗତର ପପୁଲାର ରିଅଲଟି ଶୋ ‘ଖତ୍‌ରୋଁ କେ ଖିଲାଡୀ’ ଖୁବ୍‌ଶୀଘ୍ର ଦର୍ଶକ ଟିଭିରେ ଦେଖିପାରିବେ। ଏଥିପାଇଁ ସମସ୍ତ ପ୍ରସ୍ତୃତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥର ମଧ୍ୟ ଶୋର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ ଭାବେ ନଜର ଆସୁଥିବା ବେଳେ ଏଥର କିଛି ନୂଆ ଓ କଷ୍ଟକର ଷ୍ଟଣ୍ଟ ଦେଖିବାକୁ ମିଳିବ। ଏହି ଶୋର ଶୁଟିଂ ଅଗଷ୍ଟ ୫କୁ ବୁଲଗାରିଆରେ ଆରମ୍ଭ ହୋଇଛି। ଶୁଟିଂ ଆରମ୍ଭର ପ୍ରଥମ ଦିନରୁ ହିଁ ସେଟ୍‌ରୁ କିଛି ଭିଡିଓ ସୋସିଆଲ ମିଡିଆରେ ଲିକ୍‌ ହୋଇଥିବା ଜଣାପଡ଼ିଛି। ଲିକ୍‌ ହେବା ପରେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଥିବା ବେଳେ ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଶୋର କଣ୍ଟେଷ୍ଟାଣ୍ଟ ତଥା ଟେଲି କଳାକାର କରଣ ପଟେଲ ଦୁଇ ବିଦେଶୀ ଯୁବତୀଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଶୋର ଅନ୍ୟ କଣ୍ଟେଷ୍ଟାଣ୍ଟମାନେ କରଣଙ୍କ ଡ୍ୟାନ୍ସର ଖୁବ୍‌ ମଜା ନେଉଥିବା ନଜର ଆସିଛନ୍ତି। ସେହିପରି ଅନ୍ୟ ଭିଡିଓଟିରେ ଧର୍ମେଶ ୟେଲଣ୍ଡେ ସୁଉଚ୍ଚରେ ବନ୍ଧାହୋଇଥିବା ଏକ କେବୁଲ ସାହାଯ୍ୟରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ତେବେ ଏହି ଭିଡିଓଗୁଡିକୁ ଦେଖିଲେ ଲାଗୁଛି ପ୍ରଥମ ଦିନରେ ହୋଇଥିବା ଶୁଟିଂରେ କଣ୍ଟେଷ୍ଟାଣ୍ଟମାନେ ଖୁବ୍‌ ମଜା କରିଛନ୍ତି। ଅପରପକ୍ଷରେ ରୋହିତ ମଧ୍ୟ ଶୋର ସେଟ୍‌ରୁ ତାଙ୍କର ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଚଳିତ ଥର ଏହି ଶୋରେ କରଣ ପଟେଲ, କରିଶ୍ମା ତନ୍ନା, ଶିବିନ ନାରଙ୍ଗ, ଅଦା ଖାନ, ଆରଜେ ମଲିଷ୍କା, ବଲରାଜ ସମେତ ବହୁ ପପୁଲାର ଟେଲି କଳାକାର ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri