ରୋହିତଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଫେଭରାଇଟ୍‌ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୩୮ତମ ମ୍ୟାଚ୍‌ରେ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିବା ସହ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ଭାରତର ଏହି ପରାଜୟ ପାକିସ୍ତାନର ଚିନ୍ତା ବଢ଼ାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ଉଇକେଟ ହରାଇ ୩୩୭ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୦୬ ରନ କରି ପରାସ୍ତ ହୋଇଛି। ।ଇଂଲଣ୍ଡ ଏଥିସହିତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ୩ ପରାଜୟ ସହ ୧୦ ପଏଣ୍ଟ ପାଇ ପାକିସ୍ତାନକୁ ହଟାଇ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପଟେ ଭାରତ ୭ଟି ମ୍ୟାଚ୍‌ ଖେଳି ୫ ବିଜୟ, ୧ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ତାଲିକାରେ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛି। ୧୧୧ରନର ଶତକୀୟ ପାଳି ଖେଳିଥିବା ଇଂଲଣ୍ଡ ଓପନର ଜନ୍ନି ବେୟାରଷ୍ଟୋ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ମଙ୍ଗଳବାର ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।
୩୩୮ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଭାରତ ଓପନର ଲୋକେଶ ରାହୁଲଙ୍କୁ ହରାଇ ଆରମ୍ଭରୁ ଝଟ୍‌କା ଖାଇଥିଲା। ଫିଲ୍ଡିଂ କଲାବେଳେ ଆହତ ହୋଇଥିବା ରାହୁଲ ୯ଟି ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲି ନ ପାରି କ୍ରିସ୍‌ ଓ୍ବକ୍ସଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ପ୍ରଥମ ଉଇକେଟ ତାରକା ଓପନର ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଦେଖି ଚାହିଁ ବ୍ୟାଟିଂ କରିଥିଲେ ଓ ୧୫୪ ବଲରୁ ୧୩୮ ରନ କରି ସ୍ଥିତି ସମ୍ଭାଳିଥିଲେ। ତେବେ କୋହଲି ୭୬ ବଲରୁ ୭ ଚୌକା ସହ ୬୬ ରନକରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଲିଅମ ପ୍ଲଙ୍କେଟଙ୍କ ଲେନ୍ଥ ବଲ୍‌କୁ ଷ୍ଟିୟର କରିବାକୁ ଯାଇ ବ୍ୟାକ୍‌ଓ୍ବାର୍ଡ ପଏଣ୍ଟରେ ବଦଳ ଖେଳାଳି ଜେମ୍ସ ଭିନ୍ସଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରୋହିତ ଶର୍ମା ୧୦୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୦୨ ରନର ଶତକୀୟ ପାଳି ଖେଳି ଓ୍ବକ୍ସଙ୍କ ବଲ୍‌ରେ ଉଇକେଟକିପର ବଟଲରଙ୍କ ହାତରେ ଧରା ପଡିଥିଲେ। ସେ ଥାର୍ଡମ୍ୟାନ ଉପରେ ଦେଇ ମାରିବାକୁ ଚେଷ୍ଟା କରିଥିଲେ। ତେବେ ବଲ ବ୍ୟାଟ୍‌ର ଏଜ୍‌ ନେଇଥିଲା। ଏଥିସହିତ ବିଶ୍ୱକପ୍‌ରେ ରୋହିତ ତାଙ୍କର ତୃତୀୟ ଓ କ୍ୟାରିୟରର ୨୫ତମ ଦିନିକିଆ ଶତକ ହାସଲ କରି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ପୂର୍ବରୁ ଗାଙ୍ଗୁଲି ୨୦୦୩ ବିଶ୍ୱକପ୍‌ରେ ୩ଟି ଶତକ ଅର୍ଜନ କରି ରେକର୍ଡ କରିଥିଲେ। ଏହାପୂର୍ବରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୨୨ ଓ ପାକିସ୍ତାନ ବିପକ୍ଷରେ ୧୪୦ରନର ଶତକୀୟ ପାଳି ଖେଳିଥିଲେ। ଏହାପରେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ନବାଗତ ରିଷଭ ପନ୍ତ ୨୯ ବଲରୁ ୪ ଚୌକା ସହ ୩୨ ରନ କରି ପ୍ଲଙ୍କେଟଙ୍କ ବଲ୍‌ରେ ଜୋରଦାର ଶଟ୍‌ ଖେଳିବାକୁ ଯାଇ ସ୍କୋୟାର ଲେଗ୍‌ ବାଉଣ୍ଡାରୀହରେ ଓ୍ବକ୍ସଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟ ଯୋଡିରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ୩୩ ବଲରୁ ୪୧ ରନ ସଂଗ୍ରହ କରିଥିଲେ। ତେବେ ପାଣ୍ଡ୍ୟା ୩୩ ବଲରୁ ୪ ଚୌକା ସହ ୪୫ ରନ କରିଥିବା ବେଳେ ଛକା ମାରିବାକୁ ଯାଇ ପ୍ଲଙ୍କେଟଙ୍କ ବଲ୍‌ରେ ଭିନ୍ସଙ୍କୁ ଲଙ୍ଗ୍‌ଅନ୍‌ରେ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଧୋନୀ ୩୧ ବଲରୁ ୪ ଚୌକା ଓ ୧ ଛକା ସହ ୪୨, କେଦାର ଯାଦବ ୧୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ପ୍ଲଙ୍କେଟ ୩ ଓ ଓ୍ବକ୍ସ ୨ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଘରୋଇ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ। ଇଞ୍ଜୁରି କାରଣରୁ ୪ଟି ମ୍ୟାଚ୍‌ରୁ ବାଦ୍‌ ପଡିଥିବା ଜାସନ ରୟ ଏହି ମୁକାବିଲାରେ ପ୍ରତ୍ୟାବର୍ତ୍ତନ କରି ଦମ୍‌ ଦେଖାଇଛନ୍ତି। ଓପନିଂ ଯୋଡିରେ ରୟ ଓ ଜନ୍ନି ବେୟାରଷ୍ଟୋ ୧୩୩ ବଲରୁ ୧୬୦ ରନ ସଂଗ୍ରହ କରି ଦଳକୁ ଜବରଦସ୍ତ ଆରମ୍ଭ ପ୍ରଦାନ କରିଥିଲେ ଓ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ତେବେ ରୟ ୫୭ଟି ବଲ୍‌ ଖେଳି ୭ ଚୌକା ଓ ୨ ଛକା ସହ ଦ୍ରୂତ ୬୬ ରନ କରି ଚାଇନାମ୍ୟାନ କୁଲଦୀପଙ୍କ ବଲରେ ବଦଳ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଲଙ୍ଗ୍‌ ଅନ୍‌ରେ ଜାଡେଜା ଏହି ଅବିଶ୍ୱସନୀୟ କ୍ୟାଚ୍‌ ନେଇଥିଲେ ଓ ଭାରତକୁ ବ୍ରେକ୍‌ ଥ୍ରୁ ମିଳିଥିଲା। ଏହାପରେ ବେୟାରଷ୍ଟୋ ୧୦୯ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୬ ଛକା ସହ ୧୧୧ ରନର ଶତକୀୟ ପାଳି ଖେଳି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଲ୍‌କୁ ଘୁରାଇ ମାରିବାକୁ ପ୍ରୟାସ କରିଥିଲେ। ତେବେ ବଲ୍‌ ଠିକ୍‌ଭାବେ ବାଉନ୍ସ କରି ନ ଥିବାରୁ ଡିପ୍‌ ପଏଣ୍ଟରେ ରିଷଭ ପନ୍ତ କ୍ୟାଚ୍‌ ନେଇ ତାଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଏଥିସହ ବେୟାରଷ୍ଟୋ କ୍ୟାରିୟରର ଅଷ୍ଟମ ଦିନିକିଆ ଶତକ ହାସଲ କରିଥିଲେ। ଏକଦା ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୨୦୫ ରନ କରି ବେଶ୍‌ ଦୃଢ ସ୍ଥିତିରେ ଥିଲା ଆହୁରି ବଡ଼ ସ୍କୋର ହାସଲ କରିବ ବୋଲି ଆଶା କରାଯାଉଥିଲା ତେବେ ଏହି ସ୍କୋରରେ ବେୟାରଷ୍ଟୋ ଆଉଟ ହେବା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ସାମି ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ କୌଣସି ସୁଯୋଗ ନ ଦେଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଧିପତ୍ୟ ବିସ୍ତାରକରି ଖେଳିଥିଲେ। ଇନ୍‌ ଫର୍ମ ଜୋ ରୁଟ୍‌ ୫୪ଟି ବଲ୍‌ ଖେଳି ୨ ଚୌକା ସହ ୪୪ ରନ କରିଥିବା ବେଳେ ଫାଇନା ଲେଗ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇ ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଚତୁର୍ଥ ଉଇକେଟ ଯୋଡିରେ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସ ୬୩ ବଲରୁ ୭୦ ରନ ସଂଗ୍ରହ କରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଯାଇ ୧ ଚୌକା ଓ ୨ ଛକା ସହ ୮ ବଲରୁ ୨୦ ରନ କରି ସାମିଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ମାତ୍ର ୭ ରନ କରିଥିବା ବେଳେ ସାମିଙ୍କ ପଞ୍ଚମ ଶିକାର ହୋଇଥିଲେ। ସଶେଷରେ ଷ୍ଟୋକ୍ସଙ୍କ ପାଳି ପଡିଥିଲା। ଇନିଂସର ୨ଟି ବଲ୍‌ ବାକିଥିବା ବେଳେ ଷ୍ଟୋକ୍ସ ୬ ଚୌକା ଓ ୩ ଛକା ସହ ୫୪ ବଲରୁ ୭୯ ରନ କରିଥିବା ବେଳେ ଡେଥ୍‌ ଓଭର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ ସିଧାସଳଖ ଫାଇନ ଲେଗ୍‌ରେ ଜାଡେଜାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଲିଅମ ପ୍ଲଙ୍କେଟ ୧ ଓ ଜୋଫ୍ରା ଆର୍ଚର ବିନା ସ୍କୋରରେ ଅପରାଜିତ ରହିଥିଲେ। ବୁମ୍‌ରା ଏକମାତ୍ର ବୋଲର ଭାବେ କଞ୍ଜୁସ୍‌ ବୋଲିଂ କରିଥିଲେ। ଗୋଟିଏ ମେଡେନ ନେବା ସହ ସେ ୪୪ ରନ ବ୍ୟୟ କରିଥିଲେ। ବୋଲିଂରେ ସାମି ସର୍ବାଧିକ ୫, ବୁମ୍‌ରା ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri