closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added
ବ୍ରହ୍ମଗିରି, ୨୦ା୪(ଡି.ଏନ୍.ଏ.): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ଡି ଅନ୍ତର୍ବତ ଗଙ୍ଗାଧରପୁର ଗ୍ରାମର କାହ୍ନୁଚରଣ ଜାଲି(୪୧)। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ କାହ୍ନୁ ସାମିଲ ହୋଇ ବାଇକ୍ରେ ଯାଉଥିଲେ। ଏହି ସମୟରେ ତାଙ୍କ ବାଇକ୍ ଚକା ପଙ୍କଚର୍ ହେବାରୁ ସେ ଅଟକି ମରାମତି କରିଥିଲେ। ସେତେବେଳକୁ ରାଲି ଆଗକୁ ବଢ଼ି ଯାଇଥିଲା। ପୁଣି ସେଥିରେ ଯୋଗଦେବା ପାଇଁ କାହ୍ନୁ ଦ୍ରୁତଗତିରେ ଯାଉଥିବାବେଳେ ଗୋରାପୁର ଛକ ନିକଟରେ ଏକ ଗଛରେ ପିଟି ହୋଇ ଗୁରୁତର ହୋଇପଡିଥିଲେ। ହେଲେ ରାସ୍ତା ଜାମ୍ ଥିବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯିବାରେ ବିଳମ୍ବ ହୋଇଥିଲା। କାହ୍ନୁ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।