ରେଲୱେ କ୍ରାଇମବ୍ରାଞ୍ଚ ଦ୍ୱାରା ଟିକେଟ ଦଲାଲ ଗିରଫ: ୩ ଲକ୍ଷ ୯୨ ହଜାର ୩୭୦ ଟଙ୍କାର ଟିକେଟ ଜବତ

ବାଲେଶ୍ୱର ଅଫିସ, ୧୭।୬-ବାଲେଶ୍ୱର ରେଳଷ୍ଟେଶନ ଟିକେଟ କାଉଣ୍ଟରରୁ ଜଣେ ଦଲାଲ ବାରମ୍ବାର ଟିକେଟ କାଟିବାକୁ ଯା’ଆସ କରୁଥିବା ଦେଖି ବାଲେଶ୍ୱର ଆରପିଏଫ୍‌ ଏବଂ ଖଡଗପୁର ରେଲୱେ କ୍ରାଇମବ୍ରାଞ୍ଚ ଟିମ୍‌ ମିଳିତ ଭାବେ ଚଢାଉ କରିଥିଲେ। ଦଲାଲଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ୩ ଲକ୍ଷ ୯୨ ହଜାର ୩୭୦ ଟଙ୍କାର ଟିକେଟ ଏବଂ ନଗଦ ୬ହଜାର ୮ଶହ ଟଙ୍କା ଜବତ କରାଯାଇଛି। ଏ ସମ୍ପର୍କରେ ରେଲୱେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ସୁରେଶ କୁମାର ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗର ଦାନ୍ତୁନୁ ଥାନା ନେକଡୁଶୁନୀ ଅଞ୍ଚଳର ନିତାଇ ଦାସ (୫୯) ଦୀର୍ଘଦିନ ଧରି ବିଭିନ୍ନ ଟିକେଟ କାଉଣ୍ଟରରୁ ଟିକେଟ କାଟି ଗୌରାଙ୍ଗ ତୀର୍ଥଯାତ୍ରୀ ଏଜେନ୍ସି ମାଧ୍ୟମରେ ଚୋରା ରେଲୱେ ଟିକେଟ କାରବାରରେ ସମ୍ପୃକ୍ତ ଥିଲେ। ପୂର୍ବରୁ ଅଭିଯୋଗ ପାଇ କ୍ରାଇମବ୍ରାଞ୍ଚ ଟିମ୍‌ ନିତାଇଙ୍କୁ ଅନୁସରଣ କରିଆସୁଥିଲେ ମଧ୍ୟ ସଫଳତା ପାଇପାରି ନ ଥିଲେ। ରବିବାର ସକାଳେ ନିତାଇ ବାଲେଶ୍ୱର ରେଳଷ୍ଟେଶନରେ ଟିକେଟ କାଟୁଥିଲା ବେଳେ ଧରାପଡିଛନ୍ତି ା ତାଙ୍କଠାରୁ ୧୧ଟି ବିଭିନ୍ନ ସ୍ଥାନର ଲାଇଭ ଟିକେଟ, ୨୨ଟି ଅଗଷ୍ଟ ପର୍ଯ୍ୟନ୍ତ ଅବଧି ଥିବା ସଂରକ୍ଷଣ ଟିକେଟ ସହିତ ୧ ଲକ୍ଷ ୫୫ ହଜାର ୧୩୦ ଟଙ୍କାର ଅବଧି ପୂରି ଯାଇଥିବା( କ୍ୟାନସ୍‌ଲେଶନ) ଟିକେଟ ସହିତ ନଗଦ ୬ ହଜାର ୮ ଶହ ଟଙ୍କା ଜବତ କରାଯାଇଥିବା ସିଜିଂ ଅଫିସର ଏଏସ୍‌ଆଇ ସୁବାସ ଚଦ୍ର ମୁଦୁଲି ପ୍ରକାଶ କରିଛନ୍ତି ା ଏ ନେଇ ଆରପିଏଫ୍‌ ପୋଷ୍ଟରେ ବାଲେଶ୍ୱର କେସ୍‌ (ନଂ.୫୧୦/୧୯) ମାମଲା ରୁଜୁ କରାଯାଇଛି। ରେଲୱେ ଆକ୍ଟ ଦଫା ୧୪୩ ଅନୁଯାୟୀ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ା ଚଢାଉରେ ହେଡ୍‌ କନଷ୍ଟେବଳ ଗଦାଧର ପାତ୍ର, କନଷ୍ଟେବଳ ସାମଲ କୁମାର ଦାସ, ପବନ କୁମାର ପାଣ୍ଡେ ଓ ଗୁଡୁ କୁମାର ଶାହା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri