ରେନୋ ଆଣିଲା ନୂଆ ଟ୍ରାଇବର

ଭୁବନେଶ୍ୱର, ୨୮।୮: ରୋନୋ ଇଣ୍ଡିଆ ପକ୍ଷରୁ ବଜାରକୁ ନୂଆ ଟ୍ରାଇବର ମଡେଲର ପ୍ରବେଶ କରିଛି। ଯାନଟିର ବଜାର ଦର ୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଗ୍ରାହକ ଅନେକ ଆକର୍ଷଣୀୟ ଫିଚର ଲାଭ କରିପାରିବେ। କମ୍ପାନୀ ଏହାକୁ ସୁପର ସ୍ପେଶିୟସ ଏବଂ ଅଲ୍ଟା ମଡ୍ୟୁଲାର ଗେମ୍‌ ଚେଞ୍ଜର ଭାବେ ପରିକଳ୍ପନା କରିଛି। ଯାନଟିରେ ମନଲୋଭା ଡିଜାଇନ ରହିଥିବା ବେଳେ ପର୍ଯ୍ୟାପ୍ତ ରୁମ, ମଡୁଲାର ଭିତ୍ତି କ ୪ ମିଟର ମଧ୍ୟରେ ୭ ଜଣ ବସିବାର ସୁବିଧା କରାଯାଇଛି। ଏହା ୪ଟି ଟ୍ରିମରେ ଉପଲବ୍ଧ, ଯେଉଁଥିରେ ରହିଛି ୨୦ ପ୍ରମୁଖ ବୈଶିଷ୍ଟ୍ୟ। ଏହାବାଦ ୧୦ରୁ ଅଧିକ ସିଟ କନଫିଗରେଶନ ଗ୍ରାହକ ଲାଭ କରିପାରିବେ। ସେହିଭଳି ଇଜି ଫିକ୍ସ ସିଟ୍‌, ଏସ୍‌ୟୁଭି ସ୍କିଡ ପ୍ଲେଟ, ଏଲ୍‌ଇଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୨ୟ ଏବଂ ତୃତୀୟ ଧାଡିରେ ଦ୍ୱେତ ଏସି ଭେଣ୍ଟ, ୧୮୨ ମିଲି ମିଟରର ଉଚ୍ଚ ଗ୍ରାଉଣ୍ଡ କ୍ଲିୟରାନ୍ସ, ୮ ଇଞ୍ଜର ଟଚ୍‌ ସ୍କ୍ରିନ ମିଡିଆ ଏନ୍‌ଏଭି ଇଭୋଲ୍ୟୁଶନ ସିଷ୍ଟମ ଏଥିରେ ରହିଛି। ଯାନଟି ୧ ଲିଟର ପେଟ୍ରୋଲ ଇଞ୍ଜିନ ସହ ଆସୁଛି ଯାହା ଉନ୍ନତ ଇନ୍ଧନ ଦକ୍ଷତା ପ୍ରଦାନ କରିବ। ଗ୍ରାହକ କମ୍‌ ମୂଲ୍ୟରେ ରକ୍ଷଣାବେକ୍ଷଣ ପ୍ୟାକେଜ ଏବଂ କ୍ଲାସ ଲିଡିଂ ସମ୍ପ୍ରସାରିତ ପ୍ୟାକେଜ ଲାଭ କରିପାରିବେ। ଭାରତର ସମ୍ପ୍ରସାରଣ କ୍ଷେତ୍ରରେ ନୂଆ ଯାନଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରେନୋ ଇଣ୍ଡିଆ ଅପରେଶନ୍ସର ଏମ୍‌ଡି ଭେଙ୍କଟରାମ ମାମିଲାପାଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri