ମସ୍କୋ/କିଭ୍, ୧୬ା୫: ୟୁକ୍ରେନ ଉପରେ ତୁହାକୁ ତୁହା ମିଶାଇଲ ବର୍ଷା କରିଚାଲିଥିବା ରୁଷିଆ ଉପରେ କଟକଣା ବଢ଼ାଇବାକୁ ଜି୭ ସମିଟ୍ର ସଦସ୍ୟ ଦେଶ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସଂକ୍ରାନ୍ତରେ ଚଳିତ ସପ୍ତାହରେ ଜାପାନରେ ସମିଟ୍ ପକ୍ଷରୁ ବୈଠକ ଆୟୋଜନ କରାଯିବ। ଜି୭ ସମିଟ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଠକ ମେ ୧୯ ଓ ୨୧ରେ କରାଯିବ। ବର୍ତ୍ତମାନ ସୁଦ୍ଧା ବହୁ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ କଟକଣା ଲଗାଇଛନ୍ତି। ୟୁକ୍ରେନ୍କୁ ଜର୍ମାନୀ ୨.୭ ବିଲିୟନ ୟୁରୋ ମୂଲ୍ୟର ସାମରିକ ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଜର୍ମାନ୍ ଗସ୍ତରେ ଥିବାବେଳେ ଅନ୍ୟ ୟୁରୋପୀୟ ଦେଶ ମୁଖ୍ୟମାନଙ୍କୁ ଭେଟିଛନ୍ତି। ରୁଷିଆ ମିଶାଇଲ ମାଡ଼ରେ ସୋମବାର ସକାଳେ ୟୁକ୍ରେନ୍ର ଅଭିଭକାରେ ଏକ ହସ୍ପିଟାଲ ନଷ୍ଟ ହୋଇଯାଇଛି। ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଡୋନେକ୍ସ ରିଜିଓନାଲ ଗଭର୍ନର ପାଭଲୋ କିରିଲେଙ୍କୋ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରୁଷିଆର ଏସ୍ୟୁ-୨୭ ଫାଇଟର ଜେଟ୍ ବାଲଟିକ୍ ସାଗର ଆକାଶରୁ ଜର୍ମାନୀ ଓ ଫ୍ରାନ୍ସର ଦୁଇଟି ଏୟାର କ୍ରାଫ୍ଟକୁ ଘଉଡ଼ାଇ ଥିବା କହିଛି। ରୁଷିଆ ଫେଡେରେଶନ୍ ଷ୍ଟେଟ୍ ସୀମାରୁ ବାହାର କରିବା ପରେ ରୁଷିଆ ଯୁଦ୍ଧବିମାନ ସୁରକ୍ଷିତ ଭାବେ ଏୟାର୍ବେସ୍ରେ ପହଞ୍ଚତ୍ଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Posted inHome Left, ଅନ୍ତର୍ଜାତୀୟ View All
‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’
ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…
ପଡ଼ିଆରେ ଅଘଟଣରେ: କ୍ରିକେଟ୍ ମ୍ୟାଚ୍ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ
ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…
ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ
ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…
ରାଜ୍ୟରେ ବଢ଼ିବ ସବ୍ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ
ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍ଡିଭିଜନ ଗଠନ ପାଇଁ ସରକାରଙ୍କୁ…
ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍ରେ ପିଅନଙ୍କ ଝୁଲନ୍ତା ମୃତଦେହ
ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…
ଶିମିଳିପାଳରେ ହେବ ହେଲିପ୍ୟାଡ୍’
ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…
ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…
କଟକ,୧୯ା୨: କଟକରେ ଜଣ୍ଡିସ୍ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…
ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍
ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…
Archives

