ରିୟଲ ଇଷ୍ଟେଟରେ କମିନି ନଗଦ ନେଣଦେଣ

ନୂଆଦିଲ୍ଲୀ,୨୬-୧୧: ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏପଟେ ନଗଦ ପ୍ରତି ଭାରତୀୟଙ୍କ ଭଲ ପାଇବେ ଏବେ ମଧ୍ୟ ଗଭୀର ଥିବା ବଜାର ବିଣେଷଜ୍ଞ ମାନେ କୁହନ୍ତି। ଏହି କ୍ରମରେ ଯଦି ରିୟଲ ଇଷ୍ଟେଟ କଥା ବିଚାରକୁ ନିଆଯାଏ ତେବେ ଉକ୍ତ କ୍ଷେତ୍ରରେ ନଗଦ କାରବାର ମୋଟାମୋଟି ଭାବେ କମି ନ ଥିବା ଜଣାପଡିଛି। ୨୦୧୬ ପରେ ମେଟ୍ରୋ ସହରଗୁଡିକରେ ରିୟଲ ଇଷ୍ଟେଟ ନଗଦ ନେଣଦେଣ କମିଥିବା ଦେଖାଯାଇଛି। ମାତ୍ର ଦେଶର ଛୋଟ ସହର ଏବଂ ଅହମ୍ମଦାବାଦ ଏବଂ ଇନ୍ଦୋର ଭଳି ବଡ ବଡ ସହରଗୁଡିକରେ ଏହି କ୍ଷେତ୍ରରେ ନଗଦ କାରବାର ପୂର୍ବବତ ରହିଛି। ସମ୍ପତ୍ତି କିମ୍ବା ଜମି କିଣାବିକା କ୍ଷେତ୍ରରେ ଡେଭଲପରମାନେ ଗ୍ରାହକଙ୍କୁ ନଗଦରେ ପେମେଣ୍ଟ କରିବାକୁ କହୁଛନ୍ତି। ନଗଦରରେ ଦେବାକୁ କିଛି କ୍ଷେତ୍ରରେ ଲୋକଙ୍କୁ ବାଧ୍ୟ କରାଯାଉଛି। ଏହା ନ ହେଲେ ଅନ୍ୟ ସୋର୍ସରୁ ଟଙ୍କା ବ୍ୟବସ୍ଥା କରାଇବାକୁ କିଛି କ୍ଷେତ୍ରରେ କୁହାଯାଉଛି। ଅପରପକ୍ଷରେ ମେଟ୍ରୋରେ ପ୍ରମୁଖ ରିୟଲ ଇଷ୍ଟେଟ ଡେଭଲପରମାନେ ଚେକ୍‌ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି।
ଅହମ୍ମଦାବାଦ, ଚଣ୍ଡିଗଡ, ଜୟପୁର, ନଏଡା, ଔରଙ୍ଗାବାଦ, କୋଚି ଏବଂ ଇନ୍ଦୋର ଭଳି ସହରଗୁଡିକରେ ସମ୍ପତ୍ତି କିଣାବିକା ଲାଗି କ୍ୟାଶ ବ୍ୟବହାର ପୂର୍ବଭଳି ରହିଛି। ବଡ ବଡ ସହରଗୁଡିକ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ନଜରରେ ରହୁଥିବାରୁ ଏହି ସହରଗୁଡିକରେ ନଗଦ କାରବାର ଉପରେ ବିଲଡର ଆଉ ଦୃଷ୍ଟି ଦେଉ ନାହାନ୍ତି। ମାତ୍ର ଅନ୍ୟ ସହରଗୁଡିକରେ ଏହା ପୂର୍ବ ଭଳି ରହିଛି। କମ୍ୟୁନିଟି ପ୍ଳାଟଫର୍ମ ଲୋକାଲ ସର୍କଲ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ମୁତାବକ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିୟଲ ଇଷ୍ଟେଟରେ କ୍ୟାଶ ପୂର୍ବବତ ବ୍ୟବହାର ହେଉଥିବା ଅଧ୍ୟୟନରେ ଭାଗ ନେଇଥିବା ଅଧିକାଂଶ ଲୋକ ମତ ରଖିଛନ୍ତି। ମତାମତ ଦେଇଥିବା ମୋଟ ଲୋକଙ୍କ ମଧ୍ୟରେ ଟାୟାର ୧ ସହରର ୪୨%, ଟାୟାର ୨ର ୨୮% ଏବଂ ଟାୟାର ୩ ସହରର ୩୦% ରହିଛନ୍ତି। ଏଥିରେ ୨୨୦ ଜିଲାର ୫୦ ହଜାର ଲୋକଙ୍କ ମତ ନିଆଯାଇଥିଲା। ମୋଟ ଲୋକଙ୍କ ମଧ୍ୟରୁ ୫୭% କହିଛନ୍ତି ଯେ, ୨୫ରୁ ୫୦% ଅର୍ଥ ସେମାନେ କ୍ୟାଶରେ ଦେଇଛନ୍ତି।
ବଳକାକୁ ଇ-ପେମେଣ୍ଟ କିମ୍ବା ଚେକ୍‌ ଯୋଗେ ଦେଇଛନ୍ତି। ସମ୍ପୂର୍ଣ୍ଣ ଅର୍ଥକୁ ଇ-ପେମେଣ୍ଟ ଏବଂ ଚେକ୍‌ ଦ୍ୱାରା ଦେଇଥିବା ପ୍ରାୟ ୩୩% କହିଛନ୍ତି। ମୋଟ ଅର୍ଥ ମଧ୍ୟରୁ ଏକ ଚତୁର୍ଥାଶଂ କ୍ୟାଶ ଏବଂ ବଳକା ନଗଦ କିମ୍ବା ଚେକ୍‌ ଯୋଗେ ଦେଇଛନ୍ତି। ଜମି କିଣାବିକା କ୍ଷେତ୍ରରେ କୃଷକ କିମ୍ବା ଅଣସଙ୍ଗଠିତ କ୍ଷେତ୍ରର ହୋଇଥିଲେ କ୍ୟାଶ ବ୍ୟବହାରକୁ ଅଧିକ ସୁବିଧା ଭାବେ ନେଉଛନ୍ତି। ଜମି କିଣାବିକାରେ ଟିକସ ଲୁଚାଇବା ପାଇଁ ମଧ୍ୟ ନଗଦ ବ୍ୟବହାର ହେଉଛି। ଏଭଳି କ୍ଷେତ୍ରରେ ଟିକସ କମିଲେ ଅନୁପାଳନ,ରାଜସ୍ବ ବୃଦ୍ଧି ଏବଂ ନଗଦ ବ୍ୟବହାର କମାଇବ ବୋଲି କନଫେଡେରେଶନ ଅଫ୍‌ ରିୟଲ ଇଷ୍ଟେଟ ଡେଭଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (କ୍ରେଡାଇ) ଜାତୀୟ ଅଧ୍ୟକ୍ଷ ଜାକ୍ସେ ଶାହ କହିଛନ୍ତି। କେତେକ କ୍ଷେତ୍ରରେ ସର୍କଲ ରେଟ, ବଜାର ରେଟ ଏବଂ ଉଚ୍ଚ ହାରର ଷ୍ଟାମ୍ପ ଡ୍ୟୁଟି ରେଟ୍‌ ରହିଥିବାରୁ ନଗଦରେ କାରବାରକୁ ଲୋକ ଉଚିତ ମଣୁଛନ୍ତି। ସର୍କଲ ରେଟ ଠାରୁ ବଜାର ରେଟ୍‌ ଅଧିକ ରହିଲେ ଏହା ନଗଦରେ ନେଣଦେଣ କ୍ରେତା ଏବଂ ବିକ୍ରେତାଙ୍କ ଲାଗି ସୁବିଧା ହେଉଥିବା ଜଣେ ରିୟଲ ଇଷ୍ଟେଟ ଏଜେଣ୍ଟ କହିଛନ୍ତି। ଅନ୍ୟ କିଛି କ୍ଷେତ୍ରରେ ଅଧିକ ଷ୍ଟାମ୍ପ ଡ୍ୟୁଟି ଯୋଗୁ ଲୋକମାନେ ଜାଣିଶୁଣି କ୍ୟାଶ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri