ରିଲ୍‌ ନୁହେଁ, ରିୟଲ୍‌ ହିରୋ

ଭୁବନେଶ୍ୱର,୫।୬(ବ୍ୟୁରୋ): ଅନ୍ୟକୁ ସାହାଯ୍ୟ କରିବା ପାଇଁ କେବଳ ଆବଶ୍ୟକ ଦୃଢ ମନୋବଳ ଓ ସାହାଯ୍ୟ କରିବାର ମନୋବୃତ୍ତି। ନିକଟରେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଅନେକ ବ୍ୟକ୍ତିବିଶେଷ। ଏଭଳିସ୍ଥିତିରେ ଓଡ଼ିଆ କଳାକାର ସବ୍ୟସାଚୀ ମିଶ୍ର ନିଜ ସହଯୋଗ ମନୋବୃତ୍ତି ପାଇଁ ଏବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛନ୍ତି। ରିଲ୍‌ ଭଳି ରିୟଲ୍‌ ଲାଇଫରେ ମଧ୍ୟ ଅନେକଙ୍କ ପାଇଁ ହିରୋ ସାଜିଛନ୍ତି ସବ୍ୟସାଚୀ। ରାଜସ୍ଥାନରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ର ହୁଅନ୍ତୁ କି ଆନ୍ଧ୍ରପ୍ରଦେଶରେ ଫସିଥିବା ପ୍ରବାସୀ ଶ୍ରମିକ, ସବ୍ୟସାଚୀ ସମସ୍ତଙ୍କୁ ସୁରକ୍ଷିତଭାବେ ନିଜ ଜନ୍ମମାଟିକୁ ଫେରାଇ ଆଣିଛନ୍ତି। କେବଳ ସେ ନୁହନ୍ତି, ପରଦା ପଛରେ ରହି ଆଉକିଛି ଓଡ଼ିଆ କଳାକାର, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଏକାଧିକ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି।
ଲକ୍‌ଡାଉନ୍‌ ସମୟରେ ପ୍ରଥମେ କର୍କଟ ରୋଗୀମାନଙ୍କୁ ମେଡିକାଲରେ ପହଞ୍ଚାଇବାରେ ସହଯୋଗ କରିଥିଲେ ସବ୍ୟସାଚୀ। ଲକ୍‌ଡାଉନ ଯୋଗୁ ଜରୁରୀ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ପହଞ୍ଚତ୍ ପାରୁ ନ ଥିବା ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ସେ ଚିକିତ୍ସା ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ୧ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଫେସ୍‌ବୁକ୍‌ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ପୂର୍ବରୁ ନିଜ ଫିଲ୍ମ ପ୍ରମୋଶନ ପାଇଁ ବ୍ୟବହାର କରୁଥିବା ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲକୁ ସବ୍ୟସାଚୀ ଏବେ ସମସ୍ୟାରେ ପଡ଼ିଥିବା ଓଡ଼ିଆମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରୁଛନ୍ତି। ଘରେ ଏକ ‘ମିନି କଣ୍ଟ୍ରୋଲ ରୁମ୍‌’ ଖୋଲି ସେ ନିଜ ଲାପ୍‌ଟପ୍‌ ଓ ମୋବାଇଲ୍‌ ଫୋନ୍‌ରେ ଲୋକଙ୍କୁ ଯୋଗାଯୋଗ କରୁଛନ୍ତି। ଇତିମଧ୍ୟରେ ସବ୍ୟସାଚୀ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଭଳି ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କୁ ସେମାନଙ୍କ ନିଜ ଘରକୁ ଫେରାଇ ଆଣିଛନ୍ତି। ବୁଧବାର ବେଙ୍ଗାଲୁରରେ ଏକ ଭାଟିରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ପରିବାରକୁ ବିମାନ ଯୋଗେ ଘରକୁ ଫେରାଇ ଆଣି ସବ୍ୟସାଚୀ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଗୁରୁବାର ତାମିଲନାଡ଼ୁରେ ଫସିଥିବା ରାୟଗଡ଼ା, ଗଞ୍ଜାମ ଓ ଭଦ୍ରକର ୩୦ ଓଡ଼ିଆ ଶ୍ରମିକଙ୍କୁ ସ୍ବତନ୍ତ୍ର ବସ୍‌ରେ ଓଡ଼ିଶା ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?