ରିଟେଲ ବ୍ୟବସାୟୀଙ୍କୁ ୯ ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୬।୫: କରୋନା ମହାମାରୀକୁ ରୋକିବା ଲାଗି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବଜାର କିନ୍ତୁ କ୍ଷତିଗ୍ରସ୍ତ ହୋଇ ରହିଛି। ଗତ ୬୦ଦିନ ମଧ୍ୟରେ ଦେଶର ରିଟେଲ ବ୍ୟବସାୟୀଙ୍କୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଦେଶର ରିଟେଲ ସେକ୍ଟରରେ ଥିବା ୬୦ ଲକ୍ଷ ବ୍ୟବସାୟୀଙ୍କ ମଧ୍ୟରୁ ପ୍ରାୟ ୪୦% ଆଗାମୀ ୪ ମାସରେ ସେମାନଙ୍କ ଜୀବିକା ହରାଇବା ଆଶଙ୍କା ଉପୁଜିଛି। ସରକାର ଏ କ୍ଷେତ୍ର ଲାଗି ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସ୍ଥିତି ବିଗିଡ଼ିବ ବୋଲି ବଜାର ବିଶେଷଜ୍ଞମାନେ ମତ ରଖିଛନ୍ତି।
ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ, ଗତ ୬୦ଦିନରେ କାରବାର ଠପ୍‌ ହୋଇ ପଡିଛି। ଲକ୍‌ଡାଉନ ଯୋଗୁ ରହିଥିବା କଟକଣା ଫଳରେ ଲୋକମାନେ କିଣାକିଣି କରିବାକୁ ବାହାରକୁ ଆସୁ ନ ଥିବାରୁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡୁଛି। ଫଳରେ ରିଟେଲ ବ୍ୟବସାୟୀଙ୍କୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିିଛି। ରିଟେଲ କ୍ଷେତ୍ରର ଦୋକାନ ବଜାର ଏବଂ କମର୍ସିଆଲ ମାର୍କେଟରେ ବର୍ତ୍ତମାନ କାରବାର ପ୍ରାୟ ୫% ରହିଛି। ବର୍ତ୍ତମାନ ଶ୍ରମ ଶକ୍ତିର ୮୦% ସେମାନଙ୍କ ଘରକୁ ପଳାଇଯାଇଛନ୍ତି। ଦୋକାନଗୁଡିକରେ କାମ କରୁଥିବା ୮% ଶ୍ରମଶକ୍ତି କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି।
ସିଏଆଇଟି ମହାସଚିବ ପ୍ରଭୀନ୍‌ ଖଣ୍ଡେଲଓ୍ବାଲ କହିଛନ୍ତି, ଲକ୍‌ଡାଉନ ସମୟରେ ରିଟେଲ ବ୍ୟବସାୟ କ୍ଷତି ହେବାରୁ ଏହାଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକର ରାଜକୋଷକୁ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ହେବ। ବ୍ୟବସାୟୀମାନେ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳୁନାହିଁ। ଭବିଷ୍ୟତକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ରହିଛନ୍ତି। କରୋନା ଆଗକୁ ବଜାର ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଗୋଟିଏ ପଟେ ସବୁ କ୍ଷେତ୍ରରେ ଚାହିଦା ପୂରା ଖସିଯାଇଛି। ଅନ୍ୟପକ୍ଷରେ ସରକାର ଆଣିଥିବା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜରେ କୌଣସି ବ୍ୟବସ୍ଥା କଲେ ନାହିଁ। ଘରଭଡ଼ା, କାରବାର ଚଳାଇବା , କର୍ମଚାରୀଙ୍କୁ ବେତନ ଦେବା ବର୍ତ୍ତମାନ କଷ୍ଟକର ହୋଇ ପଡିଛି। ସମସ୍ୟା ସମାଧାନ କରିବା ଲାଗି ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସଂଘ ପକ୍ଷରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ନିବେଦନ କରାଯାଇଛି। ପୋଷାକ, ଜୁଏଲେରି ସମେତ ଅନ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟକ୍ତି ବ୍ୟବସାୟୀଙ୍କ ରାଜସ୍ବ ପ୍ରାୟ ୭୫% ଖସିଛି। ଫଳରେ ଉକ୍ତ କ୍ଷେତ୍ରଗୁଡ଼ିକରେ ନିଯୁକ୍ତି କମିବା ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri