ରାସ୍ତା ପାରବେଳେ ଜୀବନ ହାରୁଛନ୍ତି ଜୀବଜନ୍ତୁ: ଅଣ୍ଡରପାସ୍‌ ନିର୍ମାଣ ଦାବି

କେନ୍ଦୁଝର, ୨୩ା୮ (ସ୍ବ.ପ୍ର.)-ରାଜ୍ୟ ଏବଂ କେନ୍ଦ୍ର ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରି ହେଲେ ଅମୂଲ୍ୟ ପ୍ରାଣୀ ସମ୍ପଦ ବିଲୁପ୍ତ ହୋଇଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ। କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ ମଣିଷ ଓ ବନ୍ୟପ୍ରାଣୀଙ୍କ ପାଇଁ ବିପଦର କାରଣ ପାଲଟିଛି ା ଅସମ୍ପୂର୍ଣ୍ଣ ରାସ୍ତା ସାଙ୍ଗକୁ ତ୍ରୁଟିପୂର୍ଣ୍ଣ ରାସ୍ତା ଏହି ବିପଦର କାରଣ ହୋଇଛି ା ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବା ବେଳେ ରାସ୍ତା ଅତିକ୍ରମ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ରାସ୍ତା ରେ ହାତୀ ପଲ ପାର ହେଉଥିବା ବେଳେ ପ୍ରଥମେ ଟ୍ରକ ଓ ତା ପରେ ବସ ଧକ୍କା ଦେବା ଫଳରେ ଏକ ଛୁଆ ହାତୀ ମିଶାଇ ୩ ଟି ମାଈହାତୀର ଶୋଚନୀୟ ମୃତ୍ୟୁ ଘଟିଛି ା ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ଏପରି ଅନେକ ବାର ଘଟିଥିଲେ ମଧ୍ୟ ପ୍ରଶାସନ ସଜାଗ ହେଉନାହିଁ। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏହା ପ୍ରଥମ ନୁହେଁ ଗତ କିଛି ମାସ ମଧ୍ୟରେ ନରଣପୁର, ପଳାଶପଙ୍ଗା ନିକଟରେ ଭାଲୁ, ବାରହା ଆଦି ଜୀବଜନ୍ତ ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ତ୍ରୂଟିପୂର୍ଣ୍ଣ ଆନିମଲ ଅଣ୍ଡରପାସ ଏବଂ ଅନେକ ସ୍ଥାନରେ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ଓ ଠିକ ସ୍ଥାନରେ ନିର୍ମାଣ ହୋଇ ପାରି ନ ଥିବାରୁ ଜଙ୍ଗଲୀ ଜୀବଜନ୍ତୁ ଅକାଳରେ ପ୍ରାଣ ହରାଉଥିବା ବନ୍ୟପ୍ରାଣୀ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି ଯେ ପାଖରେ ବନ୍ୟ ପ୍ରାଣୀଙ୍କ ଯାତାୟାତ ପାଇଁ ଅଣ୍ଡରପାଶ ଅଛି କିନ୍ତୁ ହାତୀ ପଲ ଅନ୍ୟ ସ୍ଥାନରେ ରାସ୍ତା ପାର ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଜାତୀୟ ରାଜପଥ ନଂ ୨୦ରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଯାତାୟତ ପାଇଁ ଅଣ୍ଡର ପାସ ସଂରକ୍ଷିତ ଜଙ୍ଗଲ ନିକଟରେ କରାଯାଇନଥିବାରୁ ବନ୍ୟ ଜନ୍ତୁ ରାସ୍ତା ପାର କରିବାରେ ସମସ୍ୟା ଭୋଗୁଛନ୍ତି। ଅନେକ ସମୟରେ ରାସ୍ତା ପାର ହେଲା ବେଳେ ଗାଡି ଧକ୍କାରେ ମୃତ୍ୟୁବରଣ କରୁଛନ୍ତି। ଏହି ଜାତୀୟ ରାଜପଥ ୨୦, ଜିଲାର ଅଟେଇ ସଂରକ୍ଷିତ ଜଙ୍ଗଲ, ବାଲିବନ୍ଧ ସଂରକ୍ଷିତ ଜଙ୍ଗଲ, ଟାଙ୍ଗରାଣୀ ସଂରକ୍ଷିତ ଜଙ୍ଗଲ, ନରଣପୁର ସଂରକ୍ଷିତ, ବାରବାଙ୍କ, କନ୍ତୋ ଆଦି ଜଙ୍ଗଲ ନିକଟରେ ଯାଇଥିବା ଜଣାପଡିଛି। କେତେକ ରାସ୍ତାରେ ଆନିମଲ ଅଣ୍ଡର ପାସ ନିର୍ମାଣ କରାଯାଇଛି ା ତେବେ କେତେକ ଠିକ ସ୍ଥାନରେ ହୋଇନଥିବା ଏବଂ ନିର୍ମାଣ ଶେଷ ହୋଇନଥିବା ଅଭିଯୋଗ ହୋଇଛି ା ଏହି ଅଣ୍ଡରପାସଗୁଡିକ କରିବାର ମୂଳଲକ୍ଷ୍ୟ ହେଲା ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀ ଓ ଅନ୍ୟ ଜୀବଜନ୍ତୁ ବିନା ବାଧାରେ ଯାତାୟାତ କରିପାରିବେ। ରାତିରେ ରାସ୍ତା ଫାଙ୍କା ହୋଇଥିବାରୁ ଟ୍ରକ ଏବଂ ବସ ଦ୍ରୁତଗତିର ଯାଉଛନ୍ତି। ଏନେଇ ଦୁର୍ଘଟଣାରେ ଅନେକ ଜୀବଜନ୍ତୁ ପ୍ରାଣ ହରାଉଛନ୍ତି। ଏଣୁ ତୁରନ୍ତ ଅଣ୍ଡରପାସ ନିର୍ମାଣ କରିବା ସହ ବନ୍ୟପ୍ରାଣୀ ଯାତାୟତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହଉଛି ା ଏନେଇ ଗାଡିର ବେଗ ନିୟନ୍ତ୍ରଣ କରିବା ସହ ହର୍ଣ୍ଣ ମାରି ଯିବା ଆସିବା କରିବା ପାଇଁ ନୀତିନିୟମ ଲାଗୁ କରିବାକୁ ଦାବି ହେଉଛି। ସାଧାରଣତଃ ବନ୍ୟପ୍ରାଣୀ ଏକ ନିର୍ଦ୍ଦିଷ୍ଟ ପଥରେ ଯାତାୟତ କରିଥାନ୍ତି। ସେସବୁ ପଥରେ ରାସ୍ତା ନିର୍ମାଣ ହେବା ଫଳରେ ପଥଭ୍ରଷ୍ଟ ହୋଇ ଅନ୍ୟ ରାସ୍ତାରେ ଯିବାଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଯେଉଁଠିକି ଦୁର୍ଘଟଣାର ଶିକାର ହୋଇଥାନ୍ତି ବୋଲି କେନ୍ଦୁଝର ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏଣୁ ହାତୀ ମାନଙ୍କ ଗତିପଥକୁ ନୀରିକ୍ଷଣ କରି ଏଭଳି ରାସ୍ତା ବା ରେଳଲାଇନ ପାର ହେବା ସମୟରେ ଗାଡି ଚାଳକଙ୍କୁ ସୂଚନା ଦେବା ବ୍ୟବସ୍ଥା କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri