Posted inଜାତୀୟ

ରାସ୍ତା ଜାମ୍‌: ଟ୍ରାଫିକ୍‌ ନିୟନ୍ତ୍ରଣ କଲେ ମନ୍ତ୍ରୀ ଜିତୁ ପଟଓ୍ବାରି

ଭୋପାଳ,୧୧।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ସରକାରରେ ମନ୍ତ୍ରୀ ଥିବା ଜିତୁ ପଟଓ୍ବାରିଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜିତୁ ଇନ୍ଦୋର ଅଞ୍ଚଳରେ ଏକ ଜାମ୍‌ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳୁଛି। ଜିତୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ବର୍ଷା ପରେ କିଛି ସମୟ ପାଇଁ ପାଗ ସଫା ଥିବାରୁ ସ୍ଥାନୀୟ ଚାଣକ୍ୟପୁରୀ ଅଞ୍ଚଳର ରାସ୍ତା ଜାମ୍‌ ହୋଇଯାଇଥିଲା। ସେ କିଛି ସମୟ ଗାଡ଼ିରେ ବସି ରହି ସ୍ଥାନୀୟ ଟ୍ରାଫିକ୍‌ ଏସ୍‌ପିଙ୍କୁ ଫୋନ୍‌ ଲଗାଇଥିଲେ। ତେବେ ତାହା ନ ଲାଗିବାରୁ ଜିତୁ ଗାଡ଼ିରୁ ବାହାରି ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲେ। ଜାମ୍‌ ହଟିବା ପରେ ଜିତୁ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର CEO ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏହିସବୁ ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଆବେଦନ

ନୂଆଦିଲ୍ଲୀ, ୧୩।୭ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଆବେଦନ…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

ନିଜେ ରୋଲର ଚଲାଇ ଡ୍ରଗ୍ସ ନଷ୍ଟ କଲେ ମୁଖ୍ୟମନ୍ତ୍ରୀ: ୧୦ ଦିନ ମଧ୍ୟରେ ୪୭୨ କୋଟିର…

ଗୁଆହାଟୀ,୧୩।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନାଲବାରୀ ଜିଲାର ଦୌଲାସାଲସ୍ଥିତ ୧୪ତମ ଆସାମ ପୋଲିସ ବାଟାଲିୟନରେ ଏକ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…

ବଲାଙ୍ଗୀର ସହରର ବ୍ୟବସାୟୀଙ୍କ ମିଳୁନି ପତ୍ତା : କଲ୍ କଲେ ଫୋନ ସ୍ୱିଚ୍‌ ଅଫ୍‌

ବଲାଙ୍ଗୀର, ୧୩।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପ୍ୟାଲେସ ଲାଇନ୍ ଅଞ୍ଚଳର ବାସିନ୍ଦା ତଥା ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ…

ଅସୁସ୍ଥ ମା’, ଗ୍ରୁପ୍ ଋଣ ଚିନ୍ତାରେ ଏମିତି କାଣ୍ଡ କରିଦେଲେ ପୁଅ

ଭଞ୍ଜନଗର,୧୩।୭ (ବାବୁଲା ପ୍ରଧାନ): ଆର୍ଥିକ ଅନାଟନରେ ପଡ଼ି ମଣିଷ ଅନେକ ସମୟରେ ଭୁଲ ପଦକ୍ଷେପ ନେଇଥାଏ। ପରବର୍ତ୍ତୀ ସମୟରେ ତାହାର ପରିଣାମ ଭୟାବହ ହୋଇଥାଏ। ଏଭଳି ଏକ…

କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ରଥଯାତ୍ରାରେ ଦେବେ ଯୋଗ

ଦାରିଙ୍ଗବାଡ଼ି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ  ୨ ଦିନିଆ ଦାରିଙ୍ଗବାଡି ଗସ୍ତ  କାର୍ଯ୍ୟକ୍ରମ ରହିଛି | ଏହାକୁ ନେଇ କନ୍ଧମାଳ ଜିଲାର…

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri