ରାସ୍ତାକୁ ପଙ୍କ ମାଟି ବୋହି ଯାତାୟାତରେ ବାଧା

ପଟ୍ଟାମୁଣ୍ଡାଇ,୨୬ା୭(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ସମ୍ପ୍ରସାରଣ ଓ ନବୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତ କରାଯାଇଛି। ସମ୍ପୃକ୍ତ ଠିକାଦାର ବର୍ଷାଋତୁରେ ରାସ୍ତାପାର୍ଶ୍ୱରେ ପଙ୍କୁଆ ମାଟି ପକାଇ ରଖିଥିବାରୁ ଯାତାୟାତରେ ଘୋର ଅସୁବିଧା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହଁି। ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କହିଛନ୍ତି, ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ ଅଳଭା, ମଦନପୁର ଦେଇ ରାଜନଗର ଯାଇଥିବା ୧୫ କିଲୋମିଟର ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ସେହି ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ମୋଟ ୧୫ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଏବେ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି। କିନ୍ତୁ ଠିକାଦାର ବିଭାଗର ଅଟକଳ ଅନୁଯାୟୀ କାର୍ଯ୍ୟ କରୁ ନ ଥିବା ଅଭିଯୋଗ ହୋଇଛି। ପିଚୁରାସ୍ତା ପାର୍ଶ୍ୱରେ ପଙ୍କୁଆ ମାଟି ପଡି ରହିବା କାରଣରୁ ଟୋପାଏ ବର୍ଷା ହେଲେ ଏହା ବୋହିଆସି କାଦୁଅ ହୋଇଯାଉଛି। ଗାଡ଼ିମୋଟର ଦୂରେ ଥାଉ ସାଇକେଲ ନେଇ ଯିବା ମଧ୍ୟ ସମ୍ଭବ ହେଉନାହିଁ। ପିଚୁ ରାସ୍ତାଟି କାଦୁଅ ହେବା ଯୋଗୁ ଗାଡ଼ି ଚକା ଖସି ଆରୋହୀମାନେ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ରାସ୍ତାର ମରାମତି, ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ଦର୍ଶାଇ ୬୩ ଲକ୍ଷ ୨୯ ହଜାର ୩୧୫ ଟଙ୍କା ବିଭାଗ ଖର୍ଚ୍ଚ କରିଥିଲା। ପୁଣି ସେହି ରାସ୍ତାରେ ୨୦୨୧-୨୨ ଡିସେମ୍ବରରେ ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ ଅଳଭା ପର୍ଯ୍ୟନ୍ତ ଯେନତେନ ରଫ୍‌ କାମ କରି ବିଲ୍‌ ଉଠାଇନେଲେ। ହେଲେ ଦୁଇବର୍ଷ ଧରି ରାସ୍ତାର ଦୁରବସ୍ଥା ପାଇଁ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ହଜାର ହଜାର ଲୋକ ନାହଁି ନ ଥିବା ଅସୁବିଧା ଭୋଗ କରୁଥିବା ବେଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡର ଲୋକେ ଯାତାୟାତ ଲାଗି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତା ଦେଇ ଲୋକେ ପଟ୍ଟାମୁଣ୍ଡାଇ ତହସିଲ, ସ୍ବାସ୍ଥ୍ୟକେନ୍ଦ୍ର ତଥା ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବା ନିମନ୍ତେ ନିର୍ଭର କରିଥାନ୍ତି। ରାସ୍ତା କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସେହିପରି ଜୁନ୍‌ ୧୪ ସୁଦ୍ଧା ସମସ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ରହିଥିଲା। ଏହି କାର୍ଯ୍ୟରେ ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହିପରି ସୁଧାଂଶୁ ଦାସ, ନରହରି ଜେନା, ରଘୁବର ସିଂ, ଜଗନ୍ନାଥ ମହାରଣା, ସାଧୁଚରଣ ପଲାଇ, ରାଧାନାଥ ରାୟ ପ୍ରମୁଖ କହିଛନ୍ତି, ଉତିକଣ ବନ୍ୟାବନ୍ଧ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ସମ୍ପ୍ରସାରଣ ଓ ନବୀକରଣ ପାଇଁ ସମ୍ପୃକ୍ତ ଠିକାଦାର ରାସ୍ତାପାର୍ଶ୍ୱରେ ପଙ୍କୁଆ ମାଟି ପକାଇ କାର୍ଯ୍ୟ କରୁଛନ୍ତି। ଏ ନେଇ ଯାତାୟାତରେ ଘୋର ଅସୁବିଧା ହେଉଛି। ଏପରି କି ଜରୁରିକାଳୀନ ପରିସ୍ଥିତିରେ ସ୍ଥାନୀୟ ଗ୍ରାମଗୁଡିକୁ ଦମକଳ କି ଆମ୍ବୁଲାନ୍ସ ଯାଇ ଆସି ପାରୁ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ କରାଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଲୋକେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରେ ପଙ୍କୁଆ ମାଟି ପଡ଼ିବା ଅଭିଯୋଗ ଆସିଛି। ବଡ଼ ଠିକାଦାର ହୋଇଥିବାରୁ ଆମ କଥା ଶୁଣୁନାହାନ୍ତି। ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ଅବଗତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri