ରାସ୍ତାକଡ଼ରେ ଦାନ୍ତକାଠି ପସରା; ଜଙ୍ଗଲ ଉପରୁ କମୁନି ନିର୍ଭରଶୀଳତା

କେନ୍ଦୁଝର, ୨୨।୭ (ସ୍ବ.ପ୍ର.)- ଦିନ ଥିଲା ଲୋକେ ଜଙ୍ଗଲ ଉପରେ ନିିର୍ଭର କରି ଚଳୁଥିଲେ। ସେମାନଙ୍କୁ ଜଙ୍ଗଲ ଦେଉଥିଲା ଦାନାପାଣି। ଦିନକୁ ଦିନ ଜଙ୍ଗଲ ସମ୍ପଦର କ୍ଷୟ ଘଟିବା ଯୋଗୁ ବନଜାତ ଦ୍ରବ୍ୟ ସଂଗ୍ରହ ଉପରେ କଟକଣା ଜାରି କରାଯାଉଛି। ବନବାସୀ ଓ ଜଙ୍ଗଲ ତଳି ଇଲାକାର ଗରିବ ଲୋକେ ଆଜି ବି ଜଙ୍ଗଲ ଉପରେ ଅନେକାଂଶରେ ନିର୍ଭର କରି ପେଟ ପୋଷୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ଲାଗି ଅପହଞ୍ଚ ହୋଇ ରହିଛି। ଏଥିଲାଗି ଜଙ୍ଗଲ ଉପରୁ ନିର୍ଭରଶୀଳତା ହ୍ରାସ ପାଇପାରୁ ନାହିଁ । କେନ୍ଦୁଝର ସହର ରାସ୍ତାକଡ଼ରେ ଅନେକ ବନବାସୀ ଓ ଆଦିବାସୀ ପରିବାରର ମହିଳା ପ୍ରତିଦିନ ଦାନ୍ତକାଠି, ଜାଳକାଠ, ପତ୍ର, ଫଳ ଆଦି ବନଜାତ ଦ୍ରବ୍ୟ ଆଣି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବନଜାତ ଦ୍ରବ୍ୟ ସଂଗ୍ରହ ଦ୍ୱାରା ଜଙ୍ଗଲ ସମ୍ପଦ କ୍ଷୟ ହେଉଥିବା ଅଭିଯୋଗକୁ ସେମାନେ ମାନିବାକୁ ରାଜି ନ ଥିବା ସେମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି।
ରାସ୍ତାକଡରେ ଦାନ୍ତକାଠି ବିକୁଥିବା ବାଂଶପାଳ ବ୍ଲକର ତଳଚମ୍ପେଇ ପଞ୍ଚାୟତର ଉପରକାଇପୁର ଗ୍ରାମର ମମତା ନାୟକ କହିଛନ୍ତି, ଆମେ ଜଙ୍ଗଲରୁ ଦାନ୍ତ କାଠି ଓ ପତ୍ର ତୋଳି ଆଣି ବିକି ପେଟ ପୋଷୁଛୁ। ଆମେ ଜଙ୍ଗଲ ଓ ପରିବେଶ କେବେ ନଷ୍ଟ କରି ନାହୁଁ। ଆମକୁ କାମଧନ୍ଦା ମିଳୁ ନ ଥିବା ବେଳେ ଜଙ୍ଗଲକୁ ନ ଗଲେ କିଭଳି ପେଟ ପୋଷିକୁ ବୋଲି ସେ ପ୍ରଶ୍ନ କରିଥିଲେ। ପୁରୁଷାନୁକ୍ରମେ ଜଙ୍ଗଲକୁ ସୁରକ୍ଷା ଦେଇଥିବା ଲୋକଙ୍କୁ ଏବେ ଜଙ୍ଗଲ ସୁରକ୍ଷା ଆଳରେ ନାନା ଭାବେ ହଇରାଣ କରାଯାଉଛି। ପ୍ରକୃତରେ ଯେଉର୍ଁମାନେ ଜଙ୍ଗଲ ଉଜାଡୁଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଉପସ୍ଥିତ ଅନ୍ୟ ମହିମାନେ କହିଥିଲେ। ସେମାନେ ଆହୁରି କହିଥିଲେ, ଆଗ ଭଳି ଏବେ ଦାନ୍ତକାଠିର ଆଉ ଚାହିଦା ନାହିଁ ା ବିଭିନ୍ନ ପେଷ୍ଟ ଓ ବ୍ରଶକୁ ଲୋକେ ଆଦର କରୁଛନ୍ତି। ଦେଶୀ ଦାନ୍ତକାଠିର ଔଷଧୀୟ ଗୁଣ ହେତୁ ଏହାକୁ କେତେକ ଗ୍ରାହକ କିଣିଥାନ୍ତି।
ଜଙ୍ଗଲ ଉପରେ ବନବାସୀଙ୍କ ନିର୍ଭରଶୀଳତା କମାଇବା ଲାଗି ସରକାରୀ ସ୍ତରରେ ହେଉଥିବା ଯୋଜନାର ସୁଫଳ ରୂପାୟନ ନେଇ ବିଭିନ୍ନ ସମୟରେ ପଶ୍ନ ଉଠୁଛି। କେନ୍ଦୁଝର ଜିଲାର ବଣପାହାଡ଼ ଘେରା ଜଙ୍ଗଲ ଇଲାକାରେ କର୍ମନିଯୁକ୍ତି ଯୋଜନା ତଥା ଆଦିବାସୀଙ୍କ ବିକାଶ ଲାଗି ଉଦ୍ଦିଷ୍ଟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ସତ୍ତ୍ୱେ ବନବାସୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ନ ବଦଳିବା ଚିନ୍ତାଜନକ ହୋଇଛି। ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (ଅବୈତନିକ) ହରେକୃଷ୍ଣ ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟପ୍ରାଣୀ ଖାଦ୍ୟ ନ ପାଇ ଗ୍ରାମମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ବନବାସୀଙ୍କୁ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଦିଆଗଲେ ସେମାନେ ଏହାର ରକ୍ଷଣାବେକ୍ଷଣ କରି ନିଜେ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ମଧ୍ୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri