ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ ବୃଦ୍ଧି ଘଟି ୩୧୨ ପଏଣ୍ଟ ହୋଇଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୨୮ ପଏଣ୍ଟ ଥିଲା। ଏଥିରେ ୪ ପଏଣ୍ଟ ବଢି ଘଟି ୩୩୨ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୦୯ ପଏଣ୍ଟ ଥିବା ବେଳେ ଏଥିରେ ୭ ପଏଣ୍ଟ ବୃଦ୍ଧି ଘଟି ୩୧୬ ପଏଣ୍ଟ ଛୁଇଁଛି। ଜୁନରେ ରିଜର୍ଭ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ କୌଣସି ମହଙ୍ଗା ଭତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୪୧.୪% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୪.୭୮% ବଢିି ୧୪୬.୧୮% ହୋଇଛି। ଏମାନେ ଏହି ବର୍ଦ୍ଧିତ ଡିଏ ଜୁଲାଇ ପହିଲାରୁ ପାଇବେ। ଅବସରପ୍ରାପ୍ତ ଓ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ୧୨% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୪% ବୃଦ୍ଧି ଘଟି ୧୬% ହୋଇଛି। ଏମାନେ ୨୦୧୯ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ଡିଏ ପାଇବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର, ଡେପୁଟି ଗଭର୍ନର, ସମସ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏବଂ ମହୀଶୂର ଓ ଶାଳବଣି ନୋଟ୍‌ ଛାପା କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟାଙ୍କର ସିଏମ୍‌ଡି ମାନେ ମଧ୍ୟ ୧୬% ମହଙ୍ଗା ଭତ୍ତା ପାଇବେ। ଏହା ଜୁଲାଇ ପହିଲାରୁ ଲାଗୁ ହେବ। ଜାନୁୟାରୀ ୮ ଏବଂ ୯ରେ ସିଜିଏମ୍‌ଙ୍କଠାରୁ ମେସେଞ୍ଜରଙ୍କ ପର୍ଯ୍ୟନ୍ତ ଯେଉଁ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିଥିଲେ ସେମାନେ ବର୍ତ୍ତମାନ ୬୪.୫% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୨.୫% ବୃଦ୍ଧି ଘଟି ୬୭% ହୋଇଛି। ଏହା ଅଗଷ୍ଟ ପହିଲାରୁ ଏହା ଲାଗୁ ହେବ।
ଓଡ଼ିଶାରେ ୩ ଲକ୍ଷ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀ ୧୯୮୨ରୁ ପେନସନ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଆସୁଛନ୍ତି। ଜାନୁୟାରୀ ୨୧ରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏମାନେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଶୁକ୍ରବାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି। ବୀମା କର୍ମଚାରୀମାନେ ବର୍ତ୍ତମାନ ୫୭.୮% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୨.୫% ବୃଦ୍ଧି ଘଟି ୬୦.୩% ହୋଇଛି। ଏହି ବର୍ଦ୍ଧିତ ଡିଏ ଅଗଷ୍ଟ ପହିଲାରୁ ସେମାନେ ପାଇବେ।
ସେପ୍ଟେମ୍ବର ୪ ଏବଂ ୫ ଦୁଇ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପେନ୍‌ସନ ଏବଂ ପେନ୍‌ସନ ସଂଶୋଧନ ପାଇଁ ଯେଉଁ ଧର୍ମଘଟ ଡାକରା ଦେଇଥିଲେ ତାହା ସ୍ଥଗିତ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ହଜାର ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କର ପେନ୍‌ସନ ସଂଶୋଧନ କରାଯାଇଛି। ପ୍ରାୟ ୩,୦୦୦ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ପେନଶନକୁ ଅପେକ୍ଷା କରିଛନ୍ତି। ଜୁନ ୩ରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କ ମାସିକ ସଭାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri