Posted inRasifala

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ
ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ। ପରୋକ୍ଷ ଶତ୍ରୁତାରୁ ବ୍ୟବସାୟ ଓ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ସ୍ଥଗିତ କାମକୁ ସମ୍ପନ୍ନ କରିବାରେ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲୋଡ଼ିପାରିବେ। ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ପୁଣି କେତେକ କାମରେ ମନ ବଳାଇବେ, ଯାହାକି ଅନର୍ଥର କାରଣ ହୋଇପାରେ। ଆନୁଷ୍ଠାନିକ କାମରେ ସହଯୋଗ ସକାଶେ ବନ୍ଧୁଙ୍କ ନିମନ୍ତ୍ରଣ ପାଇପାରନ୍ତି।
ମିଥୁନ
ମିଥୁନ
ଦୈହିକ ଦୁର୍ବଳତା ହେତୁ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ ସକାଶେ ବନ୍ଧୁଙ୍କ ଉପରେ ନିର୍ଭର କରିବେ। ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ସଭାସମିତିରେ ନିଷ୍ପତ୍ତି ବଦଳାଇବା ପାଇଁ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ପଡ଼ିପାରେ। ନୂତନ କର୍ମାରମ୍ଭ ସକାଶେ ଅଧିକ ପୁଞ୍ଜିର ଆବଶ୍ୟକତା ଅନୁଭବକରିବେ।
କର୍କଟ
କର୍କଟ
ସମସ୍ୟା ଲାଗିରହୁଥିବାରୁ ପାରିବାରିକ ଅସ୍ଥିରତା ମାନସିକ ଅବସାଦର କାରଣ ହେବ। ଅର୍ଥ ସଙ୍କଟ ହେତୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହେବ। ଭାବପ୍ରବଣତାଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁଙ୍କ ସହ ଆଲୋଚନା କାଳରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିପାରନ୍ତି।
ସି˚ହ
ସି˚ହ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ଦେହ ଭଲ ରହିବ, ମାତ୍ର କଠିନ ପରିଶ୍ରମ କିମ୍ବା ବିଶେଷ ଭ୍ରମଣଜନିତ କ୍ଲାନ୍ତିବୋଧ କରିବେ। ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବା ସମ୍ଭାବନା ରହିଛି। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି।
କନ୍ୟା
ପାରିବାରିକ ସମସ୍ୟା ପାଇଁ ମାନସିକ ସ୍ଥିତି ଭଲ ରହିବନାହିଁ। କୌଣସି ଖଳଲୋକଙ୍କ କଥାରେ ପଡ଼ି ଭୁଲ୍‍ ମାର୍ଗର ଅନୁସରଣକଲେ ହଇରାଣ ହେବେ। ଅବହେଳା ଯୋଗୁ କେତେକ କାମ ପାଇଁ ଅନ୍ୟର ସାହାଯ୍ୟ ନେବେ। କଚେରି ମାମଲା, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ଆଜି କାମ ହାସଲ ସକାଶେ ବିରୋଧ ଓ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ବନ୍ଧୁଙ୍କୁ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢ଼ିପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେତୁ ଏକ ପ୍ରକାର ଆଶ୍ୱସ୍ତି ଲାଭକରିବେ । ଶିଳ୍ପ, ବାଣିଜ୍ୟ, ରାଜନୀତି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟହେବାରୁ ରାଗିପାରନ୍ତି। ଅନୁରାଧା ନକ୍ଷତ୍ର ସକାଶେ ସହକର୍ମୀଙ୍କ ବଦାନ୍ୟତାରୁ ଅର୍ଥ ଓ ସମ୍ମାନ ପାଇ ମନ ଖୁସି ହୋଇଯିବ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସଙ୍ଗଠନ ଓ କ୍ରୀଡ଼ାରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପଡ଼ୋଶୀଙ୍କ ଭୁଲ୍‍ ପରାମର୍ଶ ବାଟବଣା କରିପାରେ। ସହକର୍ମୀଙ୍କଠାରୁ କୌଣସି ଖବର ପାଇ ନିଜକୁ ପ୍ରସ୍ତୁତ ରଖିବାକୁ ଚେଷ୍ଟା କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସମ୍ମୁଖରେ ପ୍ରିୟ କଥା କହି ସମସ୍ୟା ସୁଧାରିନେବାର ଉଦ୍ୟ୍ୟମ ଚଳାଇପାରନ୍ତି। ଅସହିଷ୍ଣୁ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବାଧିଲା ଭଳି ଅପଶବ୍ଦ କହିପାରନ୍ତି।
ମକର
ମକର
ସାଂସ୍କୃତିକ କାର୍ଯ୍ୟରେ ବନ୍ଧୁମାନେ ଆପଣଙ୍କୁ ଅର୍ଥ, ମିତ୍ରତା, ମିଷ୍ଠାନ୍ନ ଭୋଜନାଦିରେ ଆପ୍ୟାୟିତ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ବନ୍ଧୁଙ୍କ ସହ ପ୍ରୀତିପ୍ରଦ ଆଲୋଚନା କରିବେ। ପିଲାଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ ଲଘୁକ୍ରୋଧ ପ୍ରକାଶ କରିବେ। ସନ୍ତାନଙ୍କ ବିବାହ ସମ୍ବନ୍ଧରେ ପଡ଼ୋଶୀଙ୍କ ଅବଦାନ ରହିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରର ସମସ୍ୟା ସମାଧାନ ସକାଶେ ଚେଷ୍ଟା କରି ସଫଳତା ପାଇବେ। ଆର୍ଥିକ ଉନ୍ନତି ଘଟିବ, ଯଦିଓ ଏଥିପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବ୍ୟବସାୟ, ପରିବହନରୁ ଲାଭ ପାଇପାରନ୍ତି। ପରିବାରର ଆବଶ୍ୟକତା ଅନୁଭବକରି ନୂତନ ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି।
ମୀନମୀନ
ଅନୁକୂଳ ଗ୍ରହ ସ୍ଥିତିରୁ ଆଜିର କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ଆମତ୍ୀୟଙ୍କ ସହଯୋଗରୁ ପ୍ରାପ୍ୟ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତହୋଇ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri