Posted inRasifala

ରାଶିଫଳ: ସୋମବାର,ଡିସେମ୍ବର ୩୦ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ସବିଶେଷ ଆଲୋଚନାପୂର୍ବକ ପୂର୍ବ ସ୍ଥିରୀକୃତ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରୁ ଫେରିବା ବାଟରେ ବନ୍ଧୁଙ୍କୁ ଭେଟି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରିପାରନ୍ତି।
ବୃଷ
ବୃଷ
ଅଫିସ୍‌ କାମରେ ବ୍ୟସ୍ତ ରହି ଘରୁ ବରାଦ ପାଇଥିବା ଜିନିଷଟି ନେବା ସକାଶେ ଭୁଲିଯାଇପାରନ୍ତି। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ। ରୋହିଣୀ ଖଳ ଲୋକମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଅର୍ଥ ସମ୍ପର୍କିତ କାମ ହାସଲରେ ସଫଳତା ପାଇବେ।
ମିଥୁନ
ମିଥୁନ
ବହୁତ ଦିନରୁ ସମାଧାନ ହୋଇପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ ଓ ଘରେ ଏଥି ସକାଶେ ସ୍ତ୍ରୀଙ୍କୁ ଦାୟୀ କରି ବିଭିନ୍ନ ପ୍ରକାରର କଥା କହି ପାରନ୍ତି। ମନ ଭଲ ନ ଥିବା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବନ୍ଧୁ ଅର୍ଥ ସାହାଯ୍ୟର ଦୃଢ଼ ପ୍ରତିଶ୍ରୁତି ଦେଇପାରନ୍ତି।
କର୍କଟ
କର୍କଟ
କେତେକ କ୍ଷେତ୍ରରେ ବିରକ୍ତିଜନିତ ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ,ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ନିର୍ମାଣ କାର୍ଯ୍ୟ ସକାଶେ ପାରିବାରିକ ସହଯୋଗ ସେତେଟା ଉତ୍ସାହ ଜନକ ହେବନାହିଁ। ଆର୍ଥିକ ଦିଗଟି ମନ୍ଦ ହେବନାହିଁ କିନ୍ତୁ ଋଣ ପରିଶୋଧ କରିପାରିବେ ନାହିଁ।
ସି˚ହ
ସି˚ହ
ସବୁ ଦିଗରୁ ହଇରାଣ ହେବା ସକାଶୁଁ ମନ ଭାବନାରେ ବୁଡି ରହିବ। କେତେକ କ୍ଷେତ୍ରରେ ଅନୁତାପ କରିବେ ସିନା କିଛି ଲାଭ ମଧ୍ୟ ହେବନି। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ କୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ଆଳାପ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହେବ।
କନ୍ୟା
କେତେକ ବ୍ୟତିକ୍ରମ ଓ କୌଣସି କାମରେ ଭୂମିକା ନ ଥାଇ ମଧ୍ୟ ସବୁ କ୍ଷେତ୍ରରେ ଦୋଷୀ ରୂପେ ପରିଗଣିତ ହୋଇ ପାରନ୍ତି। ହଠାତ୍‌ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ। ଅଫିସରେ ଥିବା ସମୟରେ ହଠାତ୍‌ କୌଣସି ଖବର ପାଇ ହତଚକିତ ହେବେ। ପ୍ରକାଶନ, ପ୍ରଶାସନ, କଳା, ଓ ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହବେ।
ତୁଳା
ତୁଳା
ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ରହି ପାରନ୍ତି। ଆର୍ଥିକ ଦିଗଟି ଦୁର୍ବଳ ରହିଥିବାରୁ ସବୁ କାମରେ ପଛେଇ ଯିବେ।
ବିଛା
ବିଛା
ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ବ୍ୟବସାୟ ଓ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆନୁଷ୍ଠାନିକ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଧନୁ
ଧନୁ
କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବ ନାହିଁ, କାରଣ ଭଲ କରିବାକୁ ଯାଇ ଅପଦସ୍ଥ ହେବାକୁ ପଡିବ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ସାମାନ୍ୟ ଶାରୀରିକ ଅସୁସ୍ଥି ମଧ୍ୟ ଅନୁଭବ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ମକର
ମକର
ହାତକୁ ନେଇଥିବା କାମଟି ସହଜରେ ସମ୍ପନ୍ନ ହେବାରୁ ଖୁସୀ ଅନୁଭବ କରିବେ। ସରକାରୀ କ୍ଷେତ୍ରରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ନିକଟ ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ଅଫିସ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ କିଛି ନବୁଝି ନଶୁଝି କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଭିତରେ ଭିତରେ ଶତ୍ରୁତା ଆଚରଣ କରୁଥିବା ବନ୍ଧୁଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ପ୍ରେସ୍‌, ପବ୍ଲ୍ଳିକେଶନ, ଆଇନ ଅଦାଲତ, ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା କାରଣରୁ ମନ ଖୁସୀ ରହିବ।
ମୀନମୀନ
ଆଜିର ଆଲୋଚନା ସମୟରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁଙ୍କ ବିରୋଧାମତ୍କ କଥାକୁ ଶୁଣି କୌଣସି ମନ୍ତବ୍ୟ ଦେବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆକସ୍ମିକ ଭାବେ ସୃଷ୍ଟି ହୋଇଥିବାବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri