Posted inRasifala

ରାଶିଫଳ: ଶୁକ୍ରବାର, ଫେବ୍ରୁଆରି ୧୪ ତାରିଖ – Daily Horoscope

ମେଷ
ଆଜି ସପ୍ତମ କେନ୍ଦ୍ରରେ ଚନ୍ଦ୍ର ଯୋଗୁ ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଜିନିଷଟି ଆଜି ଅପରାହ୍ନେ ପାଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ମନୋମାଳିନ୍ୟଜନିତ ବିବାଦ ବଢ଼ିପାରେ। ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
କର୍ମଭାବରେ ରବି ଓ ବୁଧ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ଥ ଲୋକମାନେ ମଧ୍ୟ କ୍ରମଶଃ ପାଖେଇ ଆସୁଥିବାର ଲକ୍ଷ୍ୟ କରିବେ। ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ। ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ କିନ୍ତୁ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।
ମିଥୁନ
ମିଥୁନ
ଚନ୍ଦ୍ର ଶତ୍ରୁଗୃହୀ ହେତୁ ଆଜିର ଆଲୋଚନାରେ ବିତର୍କର ସମ୍ଭାବନା ରହିଛି। କିନ୍ତୁ ପୁନର୍ବସୁର କାମ ହାସଲ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସଂକଟ ହେବ ନାହିଁ,ଜଣେ ବନ୍ଧୁଙ୍କଠାରୁ ହାତ ଉଧାରି ଟଙ୍କା ଆଣି ଆବଶ୍ୟକତାକୁ ପୂରଣ କରିବେ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି।
କର୍କଟ
କର୍କଟ
ସ୍ବଗୃହୀ ଶନି ସପ୍ତମସ୍ଥ ହେତୁ ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଠିକ୍‌ ହେବ ଅନ୍ୟଥା ସମସ୍ୟା ଆସିପାରେ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ଭାଗ୍ୟସ୍ଥାନ ପ୍ରତି ଶୁଭଗ୍ରହର ଦୃଷ୍ଟି ପ୍ରଭାବରେ ଆଜି ଯାହା ଚାହିଁବେ ତାହା ପାଇବାରେ ଅସୁବିଧା ହେବନାହିଁ। କାର୍ଯ୍ୟବ୍ୟସ୍ତତା ଯୋଗୁ ମଜା ମଉଜ କରିବାକୁ ଅବସର ପାଇବା କଷ୍ଟକର ହୋଇପାରେ। ଆଜି ହଠାତ୍‌ ସାହାଯ୍ୟ କରିବା ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ରାହୁଙ୍କର ପ୍ରଭାବ ପରିସ୍ଥିତିକୁ ଗୋଳମାଳିଆ କରିବ। ନିକଟ ସମ୍ପର୍କୀୟମାନଙ୍କ ଭଲ କରିବାକୁ ଯାଇ ନିଜକୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅସାବଧାନତା ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରି ପାରନ୍ତି। ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
ରାଶିରେ କର୍ମାଧିପତିଙ୍କ ସ୍ଥିତି କାର୍ଯ୍ୟହାସଲ ପାଇଁ ଅନୁପ୍ରେରିତ କରିବ। ପରିବାରର ଅବସ୍ଥାକୁ ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ବିଭିନ୍ନ ପ୍ରକାରର ଅନାକାଂକ୍ଷିତ ସମସ୍ୟା ଦେଖାଦେଇପାରେ। ବାଟରୁ ଆପଣ କହିଥିବା ଜିନିଷଟି ଧରି ବନ୍ଧୁ ନିଶ୍ଚୟ ଆସିବେ। କରୁଥିବା ବ୍ୟବସାୟରେ ବିଶେଷ ଲାଭ ନ ହେଲେ ସୁଧା କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ।
ବିଛା
ବିଛା
ଶନିଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଆପଣଙ୍କ ପ୍ରତ୍ୟେକ ଉଦ୍ୟମକୁ ବିଳମ୍ବିତ କରିବ। ତଥାପି ସମସ୍ୟାର ଯଥାବିଧି ସମାଧାନ ପାଇଁ ତପତ୍ରତା ପ୍ରକାଶ କରି ସଫଳ ମଧ୍ୟ ହେବେ। ପରିବାର କିମ୍ବା କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ନିକଟ ସମ୍ପର୍କୀୟମାନେ ଭିତରେ ଚେର କାଟି ପାରନ୍ତି।
ଧନୁ
ଧନୁ
ପାରିବେଶିକ କୁପ୍ରଭାବ ଆପଣଙ୍କୁ ନୀରବ ରହିବାକୁ ବାଧ୍ୟ କରିବ ଏବଂ ଚିନ୍ତା କରିଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ନାହିଁ। କର୍ମଜଞ୍ଜାଳ ବୃଦ୍ଧି ପାଇବା ସହିତ ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟିକ ସଫଳତା ଓ ରାଜନୈତିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ମକର
ମକର
ରାଶିର ଗୁଣ ଓ ଶନିଙ୍କ ପ୍ରଭାବରେ ସବୁସମୟରେ ଥଣ୍ଡାଜନିତର ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଶେଷ ଭାବରେ ବିଚଳିତ କରିପାରେ। ଅନ୍ୟର ମନ ଅନୁଯାୟୀ କାମ କରି ବାହାବା ନେଇ ପାରନ୍ତି, ଫଳରେ କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶ୍ରବଣା ନକ୍ଷତ୍ର ବିଭିନ୍ନ ପ୍ରକାରର କଥାକୁ ନେଇ ଟେନସନ ଭିତରେ ଗତି କରିବେ।
କୁମ୍ଭ
କୁମ୍ଭ
ଧନ ସ୍ଥାନରେ ଶୁକ୍ର ଥିବାରୁ ଆର୍ଥିକ ପ୍ରଗତି କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଯାହା ଖୋଜୁଛନ୍ତି ତାହା ଅବଶ୍ୟ ପାଇବେ। ଏଣୁ ତେଣୁ ଗୁଡ଼ାଏ ଖାଦ୍ୟ ଖାଇ ପେଟ ଗୋଳମାଳ ଓ ଅଜୀର୍ଣ୍ଣ ଜନିତ ବ୍ୟାଧି ଦେଖାଦେଇ ପାରେ। ଭ୍ରମଣ ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ।
ମୀନମୀନ
ବଳବାନ୍‌ ଏକାଦଶସ୍ଥ ଶନି ଓ କର୍ମସ୍ଥ ମଙ୍ଗଳ ଯୋଗୁ ବହୁତ ପରିଶ୍ରମ କରିବା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅବହେଳାଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରି ପାରନ୍ତି। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାରିବାରିକ ବ୍ୟତିକ୍ରମକୁ ସୁଧାରି ନେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri