Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ,କଥା କଟାକଟି ଜନନିତ ମତାନ୍ତରର ଆଶଙ୍କା ରହିଛି । ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ର ପାଇଁ କୈାଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ସାମାଜିକ ସ୍ତରରେ ପାଖ ପଡୋଶୀ ମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି ।
ବୃଷ
ବୃଷ
ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ମତନ୍ତର ଓ ଯୁକ୍ତିତର୍କ ମାଧ୍ୟମରେ ବିଜାତୀୟ ବ୍ୟକ୍ତିଙ୍କ ସହ କଳହ ଘଟିପାରେ । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । କୈାଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି ।
ମିଥୁନ
ମିଥୁନ
ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ଆଜିର ମୁଖ୍ୟ ସମସ୍ୟା ରୂପେ ଦେଖାଦେବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା,ରପ୍ତାନୀ କାରବାରରେ କଳହ,କିମ୍ବା ବନ୍ଧୁଙ୍କ ସହ ମତାନ୍ତର ଏହାର କାରଣ ହୋଇପାରେ । ଅସୁବିଧାରେ ପଡିଥିବା ଲୋକଟି କୁ ସାହାଯ୍ୟ କରିବେ କିନ୍ତୁ ସମାଲୋଚିତ ହେବାକୁ ପଡିପାରେ ।
କର୍କଟ
କର୍କଟ
ବିଭିନ୍ନ୍‌ ପ୍ରକାରର ପାରିବାରିକ ସମସ୍ୟା କୁ କେନ୍ଦ୍ର କରି ମାନସିକ ସ୍ଥିତି ଠିକ୍‌ ରହିନପାରେ । ଶିଳ୍ପ,ବାଣିଜ୍ୟ,ବ୍ୟବସାୟ. ପରିବହନ,ହୋଟେଲ,ଯାନ୍ତ୍ରିକ ଶିଳ୍ପ,ଓ ପରିବହନରେ ସଫଳତା ମିଳିବ । ଅଫିସ୍‌ ରେ ସହକର୍ମୀ ମାନଙ୍କ ସହ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।
ସି˚ହ
ସି˚ହ
ନିଜର କଥା ଓ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ଉପକୃତ ହୋଇପାରିବେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବାର ଅଅଶା କରାଯାଇପାରେ ।
କନ୍ୟା
ପରିବାରର ଅଶାନ୍ତ ପରିସ୍ଥିତି,ଗୃହଛିଦ୍ର.ବନ୍ଧୁଙ୍କ ଅନୁଚିତ କାର୍ଯ୍ୟକଳାପ ଦୁଃଶ୍ଚିନ୍ତାର କାରଣ ହୋଇପାରେ । ମନ ଭଲ ନଥିବାରୁ ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ । କଚେରୀ ମାମଲା ଦିଗରୁ ସାମୟିକ ଆଶ୍ୱସ୍ଥି ଲାଭର ସୂଚନା ପାଇବେ । ଅନ୍ୟମନସ୍ଥତା ହୋଇପାରନ୍ତି।
ତୁଳା
ତୁଳା
ଯାହା ଚାହୁଁଛନ୍ତି ତାହା କରିପାରିବେ,ପ୍ରତିବନ୍ଧକ ବିନା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଜମିଜମା କିମ୍ବା ନିର୍ମାଣ ଓ ସାଂଗଠନିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି । ଯାନାବାହନ ଚାଳନାରେ ସତର୍କ ରହନ୍ତୁ,ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ବନ୍ଧୁ ଗହଣରେ ବ୍ୟବହାରିକ ବ୍ୟତିକ୍ରମ ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
 ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ଅନୁପସ୍ଥିତି ପାଇଁ କୈଫିୟତ ଦେବାକୁ ପଡିପାରେ । ଆପଣଙ୍କ ଆସିବା ବାଟକୁ ଚାହିଁ ବସିଥିବା ବନ୍ଧୁଟି ମନେ ମନେ ବହୁତ ବିରକ୍ତି ପ୍ରକାଶ କରିବ । ପୂର୍ବର ଅସୁବିଧାଜନକ ସମୟ କ୍ରମଶଃ ବଦଳି ଯିବ ଓ ବନ୍ଧୁ ମାନେ ସହେଯାଗର ହାତ ବଢାଇବେ । ଯାନବାହନ,ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।
ଧନୁ
ଧନୁ
ପରିବାର ମଧ୍ୟରେ ବୁଝାମଣାର ଅଭାବ ଜନିତ ସମସ୍ୟା ଯୋଗୁଁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ । ମାନସିକ ଅସ୍ଥିରତା ମଧ୍ୟରେ ପଡୋଶୀମାନେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ମଧ୍ୟ କଳହ କରିପାରନ୍ତି । ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଏବଂ କୈାଣସି ମୂଲ୍ୟବାନ ଜିନିଷ ଖରିଦ କରିପାରନ୍ତି ।
ମକର
ମକର
ପାରିବାରିକ କ୍ଷେତ୍ରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ । ଶୀଘ୍ର ଆସିବାକୁ କହି ଆସିନଥିବା ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ବିବାଦ ଅପସରି ଯିବ ଓ କାମ ମଧ୍ୟ ସନ୍ତୋଷଜନକ ରହିବ । ତଥାପି ପିଲା ମାନଙ୍କ ସକାଶେ କୈାଣସି ବ୍ୟକ୍ତିଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନର ଆଶା ରହିଛି ।
ମୀନମୀନ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଅନ୍ୟ ମାନଙ୍କ କଥାକୁ ନେଇ ମାନସିକ ସୁସ୍ଥତା କେତେକାଂଶରେ ବାଧାପ୍ରାପ୍ତ ହେବ । ଆର୍ଥିକ ଦିଗରୁ ଦିନଟି ସନ୍ତୋଷଜନକ ରହିବା ସହ ପାରିବାରିକ ସଦ୍‌ଭାବ ଜନିତ ମନ ଖୁସୀ ରହିବ । ବନ୍ଧୁ ଗହଣରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ କାରଣ ଅଯଥା ମନାନ୍ତର ସୃଷ୍ଟି ହୋଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri