Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ

ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁ ମିଳନ ଓ ସକାଳୁଆ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ। ଯାନବାହନ ଚଳାଇବା ସମୟରେ ଅନ୍ୟମନସ୍କତା ଅସୁବିଧାର କାରଣ ହେବାର ସମ୍ଭାବନା ରହିଛି।
ବୃଷ
ବୃଷ
ଆର୍ଥିକ ଅଭାବ ଓ ଅନଟନକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ ସମସ୍ୟା ଲାଗି ରହିବାରୁ କର୍ମକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁ ମିଳନ, କଳା, ସାହିତ୍ୟ, ସଭା ସମିତିରେ ସମ୍ମାନିତ ହେବେ। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଆପଣଙ୍କର ସହନଶୀଳତା ଓ ଉଦାରତା ଗୁଣରୁ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡିପାରେ। ପ୍ରକୃତ ଘଟଣା ନ ବୁଝି ପଡୋଶୀ ବିନା କାରଣରେ କ୍ରୋଧ ପ୍ରକାଶ କରିପାରନ୍ତି। ସହକର୍ମୀଙ୍କ ବାକି ରହିଥିବା ଟଙ୍କା, ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ବିଗତ ଦିନ ମାନଙ୍କରୁ ରହିଯାଇଥିବା କାମଗୁଡିକ ସହଜ ଓ ସୁବିଧାରେ ହେବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଏଣୁ ସତର୍କତାର ସହ କାମ କରିବା ଭଲ।
ସି˚ହ
ସି˚ହ
ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ କାମଗୁଡିକ ସୁବିଦାରେ ହୋଇପାରିବ ନାହିଁ। ରାଜନୀତି ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଜମିଜମା, କଳକାରଖାନା, ସଭାସମିତିରେ ସଫଳତା ଅର୍ଜନ କରିବେ। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମଧ୍ୟ ମନ ବଳିପାରେ।
କନ୍ୟା
କାମ ଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିବେ। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ଯାହା କାମକୁ ଆସିବନାହିଁ। ଅର୍ଥ ଲାଭରୁ କିମ୍ବା କଳ୍ପନାର ବାହାରେ ଥିବା କୈାଣସି କାର୍ଯ୍ୟ ହାସଲ ହେତୁ ଖୁସୀ ରହିବେ। ସଭାସମିତି,କଳା,ସାହିତ୍ୟ, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି।
ତୁଳା
ତୁଳା
ଆଜି ଆପଣ ଆଜି ନିଜ ଲୋକମାନଙ୍କ ଉପରେ ଭରସା କରି ପାରିବେ ନାହିଁ। ଫଳରେ କାମ ହାସଲ ପାଇଁ ଅନ୍ୟର ସହାଯ୍ୟ ଲୋଡିବାକୁ ବାଧ୍ୟ ହେବେ। ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା କୈାଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିବ। ଚିତ୍ରାର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା
ବିଛା
ସହକର୍ମୀଙ୍କ ପ୍ରାୟୋଜିତ କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଆଲୋଚନା ପରିସରରେ ଶତ୍ରୁତା କରୁଥିବା ବ୍ୟଚ୍ଛି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୁତ୍ରରେ ଅର୍ଥ ଆଣିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବନ୍ଧୁ ମିଳନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ଧନୁ
ଧନୁ
କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ଚିନ୍ତା ବୃଦ୍ଧି କରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ। ନିର୍ମାଣ, ଚୁକ୍ତିପତ୍ର, ମାଲିମକଦ୍ଦମା ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରୋକ୍ଷଶତ୍ରୁତା କାରଣରୁ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଏହା ସଙ୍ଗକୁ ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ମନରେ ଅସ୍ଥିରତା ସୃଷ୍ଟି କରିପାରନ୍ତି।
କୁମ୍ଭ
କୁମ୍ଭ
ଆକସ୍ମିକ ଭାବରେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଆକସ୍ମିକ ଦୂର ଯାତ୍ରା କରିବାକୁ ପଡିପାରେ। ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ।
ମୀନମୀନ

ପରିବାରରେ ସମସ୍ୟା ସମାଧାନ ନହେବା କାରଣରୁ ଟେନସନ୍‌ ବଢିଯାଇପାରେ। କର୍ମକ୍ଷେତ୍ରରେ ସହଯୋଗ ଭିତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ସାଧାରଣ କଥାକୁ କେନ୍ଦ୍ର କରି ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri