Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରି ୨୪ ତାରିଖ – Daily Horoscope

ମେଷ
କର୍ମାଧିପ କର୍ମକ୍ଷେତ୍ରକୁ ଯାଉଥିବାରୁ ଆଜି ଆପଣଙ୍କର କର୍ମତତ୍ପରତା, ବନ୍ଧୁମିଳନ, ଦୂରଯାତ୍ରାରୁ ସଫଳତା ପାଇବେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିପାରେ। ରାସ୍ତାକାମ, ଘରତିଆରି କିମ୍ବା ଯାନବାହନ, କଳକବ୍ଜା ସମ୍ବନ୍ଧୀୟ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ବୃଷ
ବୃଷ
ଧର୍ମାଧିପଙ୍କ ଧର୍ମଭାବ ମଣ୍ଡନରୁ ଧର୍ମକାର୍ଯ୍ୟ, ଆଧ୍ୟାତ୍ମିକତା, ସତ୍ସଙ୍ଗ, ଦେବାର୍ଚ୍ଚନା ସକାଶେ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇପାରନ୍ତି। ପ୍ରିୟବ୍ୟକ୍ତି ଚିନ୍ତାଧାରା ଭିନ୍ନ ପ୍ରକାରର ରହିପାରେ। କ୍ରୀଡା,କଳା,ସାହିତ୍ୟ,ସଙ୍ଗୀତ,ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ ।
ମିଥୁନ
ମିଥୁନ
ନବମସ୍ଥ ଶୁକ୍ର ଶିକ୍ଷା,ପରୀକ୍ଷା,ସନ୍ତାନଙ୍କ କୃତିତ୍ୱ,ଗୁରୁତ୍ୱପୂର୍ଣ୍ଣ ଆଲୋଚନାଦିରେ ସୁଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବା ସହ ସ୍ଥଗିତ କାଯର୍‌ୟ ଗୁଡିକ ତ୍ୱରାନ୍ବିତ ହୋଇପାରିବ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ମାଜିବା ଠିକ୍‌ ହେବନି। ବିଶେଷ ସମସ୍ୟା ଦେଖାନଦେଲେ ମଧ୍ୟ ପୁରାତନ ରୋଗର ପୀଡା ଅନୁଭବର ସୂଚନା ରହିଛି।
କର୍କଟ
କର୍କଟ
ବୃହସ୍ପତି ଦୁଃସ୍ଥାନସ୍ଥ ହୋଇ ପାପଗ୍ରହ ଯୁକ୍ତ କାରଣରୁ ଆପଣଙ୍କ ଉଦ୍ୟମ ପୂର୍ଣ୍ଣାଙ୍ଗ ହେବା କଷ୍ଟକର ହୋଇପାରେ। ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ହେତୁ ଘରେ ବିଶେଷ ସମୟ ରହିପାରିବେ ନାହିଁ। ବ୍ୟବସାୟରେ ଲାଭବାନ ହେବେ। ଅଫିସରୁ ପ୍ରତ୍ୟାବର୍ତ୍ତନ ପଥରେ ଯାନାବାହନ ଜନିତ କଷ୍ଟ ସ୍ବୀକାର କରିବାକୁ ପଡିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ରବି ଓ ରାହୁଙ୍କ ସୁପ୍ରଭାବରେ ରାଜନୈତିକ ସ୍ଥିତିରେ ପ୍ରାଧାନ୍ୟତା ବୃଦ୍ଧି ପାଇବ। ଆଇନ, ଅଦାଲତାର ରାୟ ଆପଣଙ୍କ ସପକ୍ଷରେ ଯିବା ସହ ଜନ ସମର୍ଥନ ହାସଲ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧୀକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ମଘା ନକ୍ଷତ୍ର କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
କନ୍ୟା
ଚତୁଃଗ୍ରହଙ୍କ ସ୍ଥିତି ପ୍ରଭାବରେ ଆପଣଙ୍କ ଆଲୋଚନା ଅସମ୍ପୂର୍ଣ୍ଣ ରହିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୈାଣସି କାରଣ ନ ଥାଇ ପ୍ରତିଦ୍ୱନ୍ଦ୍ୱୀ ଆପଣଙ୍କୁ ଦୋଷ ଦେଇପାରନ୍ତି। ଆପଣଙ୍କ ପ୍ରତି ମନୋଭାବ ବଦଳିଯିବା କାରଣରୁ ପ୍ରିୟ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡିବ ନାହିଁ । ଯାତ୍ରା ସମୟରେ ନିଜର ଅନ୍ୟମନସ୍କତା କାରଣରୁ କେତେକ ସମସ୍ୟା ସୃଷ୍ଟି ହୋଇପାରେ।
ତୁଳା
ତୁଳା
ଗ୍ରହ ସାମ୍ୟତା କାରଣରୁ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ଲାଭ କରି କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ତଥାପି ପ୍ରତ୍ୟେକ କାଯର୍‌ୟ ଆରମ୍ଭରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ନିଜର ଘରୋଇ କାମ ସକାଶେ ଖର୍ଚ୍ଚାନ୍ତ ହୋଇ କାମକୁ ବଢାଇ ନେବେ।
ବିଛା
ବିଛା
ଚନ୍ଦ୍ର ଓ ବୃହସ୍ପତିଙ୍କ ପ୍ରଭାବରେ ଭଲ ସମ୍ପର୍କ ରହିଥିବା ବନ୍ଧୁଟି ଆପଣଙ୍କୁ ଆଜି ନୈରାଶ୍ୟବାଣୀ ଶୁଣାଇପାରେ। ରାସ୍ଥାରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। କିନ୍ତୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ବିଶେଷତଃ କଳା, ସାହିତ୍ୟ ଓ ସଂଗୀତରେ ମଧ୍ୟ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ମଙ୍ଗଳଙ୍କ ଦୃଷ୍ଟି ସମ୍ବନ୍ଧରୁ ସମ୍ପର୍କହାନୀ,ଜମିଜମା ବିକ୍ରି, ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ଲାଗିପାରେ। ସଭାସମିତିରେ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁଚ୍ଛିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ଆଜି ଯଥା ସମ୍ଭବ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ଚତୁର୍ଥଭାବ ପ୍ରତି କୋଣାଧିପଙ୍କ ସମ୍ପର୍କ ତର୍କବିତର୍କ ପରେ ଅଭିଳାଷକୁ ପୂରଣ କରିବାରେ ସାହାଯ୍ୟ କରିବ। ରାଶ୍ୟାଧିପଙ୍କ ସ୍ବଗୃହ ପ୍ରତି ସୁଦୃଷ୍ଟି ହେତୁ ଶାରୀରିକ ସୁସ୍ଥତା ପୂର୍ବପରି ବଳବତ୍ତର ରହିବ। କୌଣସି ବିସ୍ମୟକର ଖବର ପାଇ ବନ୍ଧୁଙ୍କ ପାଇଁ ମନ ଛଟପଟ ହୋଇପାରେ। ଶିଳ୍ପ, ବାଣିଜ୍ୟ, କଳା, ସାହିତ୍ୟ ଅଥବା ପରିବାରରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ରାହୁଙ୍କ ପ୍ରଭାବରେ ଆପଣଙ୍କ ଚିନ୍ତାଧାରା ବଦଳିଯିବାରୁ ମନ ବିବ୍ରତ ରହିବ। କର୍ମକ୍ଷେତ୍ରରେ ଅଧିକାଂଶ ସମୟ ଡିପ୍ରେଶନ ଲାଗି ରହିବା କାରଣରୁ ନିଜକୁ ନ୍ୟୂନ ମନେ କରି ପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଜଣେ ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବାର ସୂଚନା ରହିଛି।
ମୀନମୀନ
ଦ୍ୱାଦଶସ୍ଥ ଶୁକ୍ର ଆପଣଙ୍କୁ ମନୋରନର ଖୁରାକି ଯୋଗଇପାରେ ଏବଂ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। କିଛି ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଓ ସ୍ଥଗିତ କାମ ସହଜରେ ସମ୍ପନ୍ନ ହେବାରେ ଅସୁବିଧା ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri