Categories: Video

ରାମଦେବଙ୍କ କରୋନା ଔଷଧର ତଥ୍ୟ ମାଗିଲା ଆୟୁଷ ମନ୍ତ୍ରାଳୟ

ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଥିଲେ । ଏବେ ଏହାକୁ ନେଇ ଅଡୁଆ ବଢିବାରେ ଲାଗିଛି । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିକୁ ସବିଶେଷ ତଥ୍ୟ ମଗାଯାଇଛି । ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପତଞ୍ଜଳିର କରୋନା ଔଷଧ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ସରକାର ଅନୁଧ୍ୟାନ କରିବା ଯାଏ, ପତଞ୍ଜଳିକୁ କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ କୁହାଯାଇଛ ।