ରାଜ୍ୟ ସଭା ନିର୍ବାଚନ: ଚତୁର୍ଥ ଆସନ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡିଶାରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ ଆସନ୍ତା ୨୬ରେ ନିର୍ବାଚନ ହେବ। ଇତି ମଧ୍ୟରେ ବିଜେଡି ଏହି ସମସ୍ତ ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରି ଦେଇଛି। ଭାଜପା ପ୍ରାର୍ଥୀ ଦେବ ନା ନାହିଁ ସେନେଇ କୌଣସି ସୂଚନା ଦଳ ପକ୍ଷରୁ ଦିଆଯାଉନାହିଁ। ସଂଖ୍ୟା ହିସାବ ଦେଖିଲେ ଭାଜପା ପ୍ରାର୍ଥୀ ଦେଇ ନ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଅପରପକ୍ଷରେ ଆବଶ୍ୟକ ସଂଖ୍ୟା ନଥିବା କାରଣରୁ କଂଗ୍ରେସ ଭୋଟିଂ ପ୍ରକ୍ରିୟାରୁ ବିରତ ରହିବ ବୋଲି ଶନିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେବା ପରେ ବିଜେଡିର ଚତୁର୍ଥ ଆସନର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ରାଜ୍ୟ ସଭା ଗଣିତ ଅନୁଯାୟୀ ବିଧାୟକଙ୍କ ଭୋଟ ସଂଖ୍ୟା (୧୪୭x୧୦୦/୪+୧)+୧ ଅଟେ। ସେହି ଅନୁସାରେ ଦେଖିଲେ ଏଠାରେ ୧୪୭ ବିଧାୟକ ହେଉଛନ୍ତି ଭୋଟର। ଆସନ ସଂଖ୍ୟା ହେଉଛି ୪। ଅର୍ଥାତ୍‌ ହିସାବ ଅନୁଯାୟୀ ଜଣେ ପ୍ରାର୍ଥୀଙ୍କୁ ୨୯୪୧ ଭୋଟ ଆବଶ୍ୟକ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଭୋଟକୁ ୧୦୦ ବୋଲି ହିସାବ କରାଯିବ। ଅର୍ଥାତ୍‌ ଜଣେ ପ୍ରାର୍ଥୀକୁ ୩୦ଜଣଙ୍କ ଭୋଟ ଆବଶ୍ୟକ ରହିଛି। ଏହି ଅନୁସାରେ ବିଜେଡିର ୩ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଯିବେ। ୪ର୍ଥ ପ୍ରାର୍ଥୀ ପାଇଁ ଆବଶ୍ୟକ ଭୋଟ ଶାସକ ଦଳ ପାଖରେ ନାହିଁ। ବିଧାନସଭାରେ ଶାସକ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୧୧୩ ଥିବାବେଳେ ୪ର୍ଥ ପ୍ରାର୍ଥୀ ପାଇଁ ମାତ୍ର ୨୩ଟି ଭୋଟ ରହିବ, ଆବଶ୍ୟକ ୭ ଭୋଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ଭାଜପାର ବିଧାନସଭାରେ ସଦସ୍ୟ ସଂଖ୍ୟା ୨୩ ରହିଛି, ତେଣୁ ଯଦି ମୁଖ୍ୟ ବିରୋଧୀ ଦଳ ତରଫରୁ ପ୍ରାର୍ଥୀ ଦିଆଯାଏ ସେମାନଙ୍କୁ ମଧ୍ୟ ୭ଟି ଭୋଟର ଆବଶ୍ୟକତା ରହିବ। ଅପରପକ୍ଷରେ କଂଗ୍ରେସର ୯ଜଣ ବିଧାୟକ ଥିବାବେଳେ ଏମାନଙ୍କ ଭୋଟ ବହୁ ଗୁରୁତ୍ୱ ବହନ କରିବ। ହେଲେ ଦଳ ପ୍ରାର୍ଥୀ ଦେଉ ନ ଥିବାରୁ ଭୋଟିଂ ପ୍ରକ୍ରିୟାରୁ ବିରତ ରହିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ନିରଞ୍ଜନଙ୍କ ଏପରି ସୂଚନା ଶାସକ ଦଳକୁ ବେଶ୍‌ ସୁହାଇବ ବୋଲି ସଂଖ୍ୟା ହିସାବରୁ ଜଣାପଡୁଛି। ଅନ୍ୟପଟେ ସିପିଆଇ(ଏମ୍‌) ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଏକ ପ୍ରକାର ବିଜେଡି ସପକ୍ଷରେ ରହିବ ବୋଲି କୁହାଯାଉଥିବା ବେଳେ ଉଭୟ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନ ଥିବା ଧରିତ୍ରୀକୁ କହିଛନ୍ତି। ଯଦିଓ ବିଜେଡି ସପକ୍ଷରେ ଅନ୍ୟ ଦଳର ଭୋଟ ପଡ଼ିବାର ସମ୍ଭାବନା ରହିଛି ଭାଜପା କ୍ଷେତ୍ରରେ ସେଭଳି ଆଶା କମ୍‌। ଅନ୍ୟପଟେ ବିଜେଡି ଏବଂ ଭାଜପାର ସମାନ ସମାନ ଭୋଟ ହେଲେ ମଧ୍ୟ ଦ୍ୱିତୀୟ ପସନ୍ଦ ଭୋଟରେ ବିଜେଡିର ୪ର୍ଥ ପ୍ରାର୍ଥୀ ନିଶ୍ଚିତ ବିଜୟୀ ହେଉଥିବା ଜଣାପଡିଛି।
ଅନ୍ୟପଟେ ଦେଖିଲେ ସିପିଆଇ(ଏମ୍‌) ବିଧାୟକ ପୂର୍ବରୁ ଭୋଟିଂରେ ଭାଗ ନେବ ନାହିଁ ବୋଲି କହିବାପରେ କଂଗ୍ରେସ ମଧ୍ୟ ଏହି ପ୍ରକ୍ରିୟାରୁ ଓହରିଛି। ପ୍ରାର୍ଥୀ ଦେବାକୁ ହେଲେ ଗୋଟିଏ ଦଳକୁ ସର୍ବନିମ୍ନ ୧୦ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡେ। ଯେହେତୁ ସିପିଆଇ(ଏମ୍‌) ରାଜି ହେଲାନାହିଁ ସେହି ଅନୁଯାୟୀ ୯ଜଣ ବିଧାୟକରେ କଂଗ୍ରେସ ପ୍ରାର୍ଥୀ ଦେବାରୁ ଅସମର୍ଥ ହୋଇ ଏଭଳି ନିଷ୍ପତ୍ତି ନେଇଛି। ଯଦି ୧୦ଜଣ ବିଧାୟକଙ୍କ ଭୋଟ ନ ଦିଅନ୍ତି, ସେକ୍ଷେତ୍ରରେ ରାଜ୍ୟ ସଭା ଅଙ୍କରେ ପରିବର୍ତ୍ତନ ହେବ। ଭୋଟର ସଂଖ୍ୟା ୧୩୭ଜଣ ହୋଇଯିବ, ସେହି ଦୃଷ୍ଟିରୁ ହିସାବ କରାଗଲେ ଜଣେ ପ୍ରାର୍ଥୀକୁ ବିଜୟୀ ହେବାକୁ ୨୮ଟି ଭୋଟର ଆବଶ୍ୟକତା ପଡିବ। ଏମିତି ହେଲେ ୪ଜଣ ପ୍ରାର୍ଥୀ ଜିତିବାକୁ ବିଜେଡିକୁ ୧୧୨ଟି ଭୋଟର ଆବଶ୍ୟକତା ପଡିବ, ଯାହା ଶାସକ ଦଳ ନିକଟରେ ରହିଛି। ଏହାବାଦ୍‌ ବିଜେଡି ପାଖରେ ଆଉ ଗୋଟିଏ ଭୋଟ ବଳକା ପ଼ଡିବ।
ସେହିପରି ଭାଜପା ନିକଟରେ ଆବଶ୍ୟକ ସଂଖ୍ୟା ନ ଥିବାବେଳେ ଦଳ ତରଫରୁ ପ୍ରାର୍ଥୀ ଦିଆଯିବ ନା ନାହିଁ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଏନେଇ ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବେ। ସିଆଡୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ ଖୁବ୍‌ଶୀଘ୍ର ଜଣାଇ ଦିଆଯିବ। କିନ୍ତୁ କୌଣସି ଦଳକୁ ସମର୍ଥନ ଦେବାର ନାହିଁ ବୋଲି ସମୀର ଜଣାଇ ଦେଇଛନ୍ତି। ରାଜନୈତିକ ମହଲରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ, ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଦେଇ ହାରିବାକୁ ଚାହୁଁନାହିଁ। ପରାଜିତ ହେବା ଅପେକ୍ଷା ପ୍ରାର୍ଥୀ ନ ଦେବାକୁ ଦଳ ପସନ୍ଦ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବିଜେଡି ସବୁ ଆସନ ହାତେଇବାର ସମ୍ଭାବନା ଉଜ୍ୱଳ ଥିବାବେଳେ ଭାଜପା ସତ ମାନିବାକୁ ଅମଙ୍ଗ ବୋଲି ଚାରିଆଡେ ଗୁଞ୍ଜରଣ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri