ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଉଦ୍ୟମ, ବିଭାଗୀୟ ଅଧିକାରୀଙ୍କ ସହ ସରୋଜିନୀଙ୍କ ଆଲୋଚନା

ବାରିପଦା ଅଫିସ,୨୬ା୮- ମୟୂରଭଞ୍ଜ ଜିଲାର କଳାବାଡିଆ-ବାଙ୍ଗିରିପୋଷି, ଯଶୀପୁର- ଚମ୍ପୁଆ, ଆନନ୍ଦପୁର-ଠାକୁରମୁଣ୍ଡା – ଉଦଳା – ବାରିପଦା, ନୀଳଗିରି – କପ୍ତିପଦା – ବାରିପଦା ଏବଂ ଭଦ୍ରକ – ଆନନ୍ଦପୁର -କରଞ୍ଜିିଆ – ସିଙ୍ଗଡା ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ରାଜପଥଗୁଡିକୁ ୪ ଥାକିଆ କରିବା ପାଇଁ ସେ ପୂର୍ବରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କୁ ପ୍ରସ୍ତାବ ଦେବା ସହିତ ଆଲୋଚନା କରିଥିଲେ। ରାଜ୍ୟ ରାଜପଥଗୁଡ଼ିକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରିବା ପାଇଁ ଡିପିଆର ପ୍ରସ୍ତୁତ ନିମନ୍ତେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଲକ୍ଷ୍ମୀପୋଷି ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ଡାକବଙ୍ଗଳାରେ ଜାତୀୟ ରାଜପଥ, ଏନଏଚଏଆଇ ପି.ଡି. ନାଗେଶ୍ୱର ରାଓ, ଆଇରନ ଟ୍ରାଏଙ୍ଗେଲ ଲିମିଟେଡ ପି.ଡି. ଇଂ.ମୋହନ କୁମାର ମିଶ୍ର, ଏଲଏଣ୍ଡଟି ପ୍ରୋଜେକ୍ଟ ମ୍ୟାନେଜର ମାନବ ପଣ୍ଡା ଏବଂ ପୂର୍ତ୍ତ ବିଭାଗ ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଇଂ. ପୀତବାସ ସେଠୀଙ୍କ ମଧ୍ୟରେ ଡିପିଆର ପ୍ରସ୍ତୁତ ଏବଂ ମୟୂରଭଞ୍ଜ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ୪ ଥାକିଆ କାର୍ଯ୍ୟ ବିଷୟରେ ସେ ଆଲୋଚନା କରିଛନ୍ତି। ଜାତୀୟ ରାଜପଥ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ସବୁ କାର୍ଯ୍ୟ ଯଥାଶୀଘ୍ର ଶେଷ ହେବ ବୋଲି ଜାତୀୟ ରାଜପଥ ଅଧିକାରୀମାନେ ରାଜ୍ୟ ସଭା ସଦସ୍ୟାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଫୁଲ ଗଛ ଲଗାଇବା ସହିତ ଫ୍ଲାଏଓଭର ବ୍ରିଜର ଊଭୟ ପାର୍ଶ୍ୱରେ ମୟୂରଭଞ୍ଜର ଐତିହ୍ୟ କଳାକୃତିରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରୋଜିନୀ ଜାତୀୟ ରାଜପଥ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଦ୍ୱାରଶୁଣି ଘାଟି ରାସ୍ତାର ପ୍ରଶସ୍ତୀକରଣ ପାଇଁ ମଧ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ବିଭାଗମାନଙ୍କ ପାଖରେ କୌଣସି କାର୍ଯ୍ୟ ଅଟକି ରହିଲେ ସେ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri