Posted inଖେଳ

ରାଜ୍ୟ ଓପନ ଜୁଡୋ ଚାମ୍ପିୟନଶିପ୍‌ :ଭୁବନେଶ୍ୱର, କିସ୍‌ ଚାମ୍ପିୟନ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟ ଓପନ ଜୁଡୋ (ସବ୍‌ଜୁନିୟର, କ୍ୟାଡେଟ, ଜୁନିୟର, ସିନିୟର) ଚାମ୍ପିୟନଶିପ୍‌ ଓ ଚୟନ ଟ୍ରାଏଲ ପାରାଦୀପର ମ୍ୟୁନିସପାଲ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୩୧ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୧ରେ ଶେଷ ହୋଇଥିଲା। ଉଭୟ ଜୁନିୟର ଓ ସିନିୟର କାଟେଗୋରିରେ ଭୁବନେଶ୍ୱର (ଖୋର୍ଦ୍ଧା) ଏବଂ ସବ୍‌ଜୁନିୟର ଓ କ୍ୟାଡେଟ କାଟେଗୋରିରେ କିସ୍‌ ଚାମ୍ପିୟନ ହୋଇଛି। ଏହି ପ୍ରତିଯୋଗିତାରେ କିସ୍‌ ଓ ଓଡ଼ିଶା ପୋଲିସକୁ ମିଶାଇ ୨୨ ଜିଲା/ୟୁନିଟରୁ ୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଓ ଅଫିସିଆଲ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏଶନ(ଓଏସଜିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ଟେକ୍ନିକାଲ ସମ୍ପାଦକ କନ୍ଦନ ମୁର୍ମୁ ଓ ଜଗତସିଂହପୁର ଜୁଡୋ ଆସୋସିଏଶନ ସମ୍ପାଦକ ଲୋପାମୁଦ୍ରା ପତି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ବାଳିକା ବିଭାଗରେ ମାଲକାନଗିରିର ଲକ୍ଷ୍ମୀ ସୋଦି ଏବଂ ବାଳକ ବିଭାଗରେ ଭୁବନେଶ୍ୱରର ରାଜେଶ କୁମାର ସାହୁ ଓ ରାଜେଶ ନାୟକ ଶ୍ରେଷ୍ଠ ଜୁଡୋକା ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଏମ୍‌ପି ବିଭୂ ପ୍ରସାଦ ତରାଇ ମୁଖ୍ୟ ଅତିଥି, ପାରାଦୀପ ଫସପେଟ ଲିମିଟେଡ(ପିପିଏଲ) ଏଚ୍‌ଆର ଜଗନ୍ନାଥ ଖୁଣ୍ଟିଆ, ପାରାଦୀପ ପୋର୍ଟ ପିଆରଓ ପ୍ରକାଶ ମିଶ୍ର, ପିପିଏଲ ଲେଡିଜ୍‌ କ୍ଲବ ସଭାପତି ଜ୍ୟୋତି ଖୁଣ୍ଟିଆ, ଗୋପବନ୍ଧୁ ଷ୍ଟାଡିୟମର ଭଲିବଲ କୋଚ୍‌ ସଞ୍ଜୟ କୁମାର ଦାସ ଓ କ୍ରିକେଟ କୋଚ୍‌ ରବି ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri