ରାଜ୍ୟର ପ୍ରଥମ ବିଦେଶ ଡାକଘର ଉଦ୍‌ଘାଟିତ: ଏଣିକି ବିଦେଶରେ ଶୀଘ୍ର ପହଞ୍ଚିବ ଚିଠି, ପାର୍ସଲ

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଓଡ଼ିଶାରୁ ବିଦେଶକୁ ପଠାଯାଉଥିବା ଚିଠି ଓ ପାର୍ସଲ କୋଲକାତାସ୍ଥିତ ଫରେନ ପୋଷ୍ଟ ଅଫିସ୍‌ର କଷ୍ଟମ ବିଭାଗରେ ଯାଞ୍ଚ ହୁଏ। ଏହାଦ୍ୱାରା ଚିଠି ପହଞ୍ଚତ୍ବାରେ ବହୁତ ବିଳମ୍ବ ହୁଏ। ହେଲେ ଏବେ ଆଉ ବିଳମ୍ବ ହେବ ନାହିଁ। ଏହି ସମସ୍ୟା ଦୂର କରିବାକୁ ଭାରତୀୟ ଡ଼ାକ ଓ କଷ୍ଟମ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଫରେନ ପୋଷ୍ଟ ଅଫିସ (ବିଦେଶ ଡାକଘର)ର ଶୁଭାରମ୍ଭ ହୋଇଛି। ଶନିବାର ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ଠାରେ ଏହାକୁ ଭାରତୀୟ ଡାକ ବିଭାଗର ସଚିବ ଅନନ୍ତନାରାୟଣ ନନ୍ଦ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ଡ଼ାକପାଳ ଡ. ସନ୍ତୋଷ କୁମାର କମିଳା, ଡାକ ନିର୍ଦ୍ଦେଶାଳୟ ନୂଆଦିଲ୍ଲୀର ନିର୍ଦ୍ଦେଶକ ପଦ୍ମଗନ୍ଧା ମିଶ୍ର, ଡ଼ାକସେବା ମୁଖ୍ୟାଳୟ ଭୁବନେଶ୍ୱରର ଜି. ଗୁରୁନାଥନ, ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ପରିମଣ୍ଡଳ ମୁଖ୍ୟ ଡ଼ାକପାଳ ଡ. କମିଳା ସୂଚନା ଦେଇ କହିଛନ୍ତି ଯେ, ଏଠାରେ ବିଦେଶ ପଠାଯାଉଥିବା ଚିଠି ଓ ପାର୍ସଲଗୁଡିକର କଷ୍ଟମ ଯାଞ୍ଚ ହେବା ସହ ବୁକିଂ କାଉଣ୍ଟର କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ୍ସପୋର୍ଟ ଫାସିଲିଟେଶନ ସେଣ୍ଟର ଭାବେ କାର୍ଯ୍ୟ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅଧିକ ବିଦେଶୀ ରାଷ୍ଟ୍ରକୁ ବିମାନ ସେବା ଉପଲବ୍ଧ ହେବା ପରେ ଅନ୍ୟାନ୍ୟ ବୈଦେଶିକ ଡ଼ାକସେବା ମଧ୍ୟ ଏଠାରେ ଉପଲବ୍ଧ ହେବ। ଏହା ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ହସ୍ତତନ୍ତ, ଓଡ଼ିଶୀ ନୃତ୍ୟର ଆଭୂଷଣ, ପିତ୍ତଳ ମୂର୍ତ୍ତିର ଚାହିଦା ବିଦେଶରେ ଭଲ ଥିବାରୁ ଏଣିକି ସହଜରେ ପଠାଯାଇପାରିବ। ଏହାଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ ହେବା ସହ କାରିଗରମାନେ ମଧ୍ୟ ଆହୁରି ଉତ୍ସାହିତ ହେବେ। ବିଦେଶକୁ ଚିଠି ପ୍ରେରଣ ଅଧିକ ହେଲେ ଏହି ସେବାକୁ ଆହୁରି ବ୍ୟାପକ କରାଯିବ। ଯେଉଁମାନେ ଡ଼ାକ ମାଧ୍ୟମରେ ରପ୍ତାନି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ତ୍ୱରିତ ସେବା ମିଳିବ। ଅନ୍ୟ ମାଧ୍ୟମ ଅପେକ୍ଷା ଡ଼ାକ ଦ୍ୱାରା କମ୍‌ ମୂଲ୍ୟରେ ରପ୍ତାନି ସେବା ମିଳିପାରିବ। ଓଡ଼ିଶାର ୧୨୧୦ଟି ଡ଼ାକଘର ମାଧ୍ୟମରେ ବିଦେଶକୁ ବୁକିଂ କରାଯାଉଥିବା ସମସ୍ତ ଚିଠି ଏବଂ ପାର୍ସଲ ଏବେ ଏଠି ପ୍ରୋସେସିଂ କରାଯିବ। ବର୍ତ୍ତମାନ ଦୈନିକ ୩୦ରୁ ୪୦ ଚିଠି ଓ ପାର୍ସଲ ବିଦେଶ ଡ଼ାକଘରେ ପ୍ରୋସେସିଂ କରାଯିବାର ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାରେ ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ନିଶ୍ଚୟ ଉନ୍ନତି ଆସିବ ବୋଲି ଡ. କମିଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri