ରାଜ୍ୟର ଋଣଭାର ୧,୦୩,୪୧୦ କୋଟି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ବଢ଼ି ବଢ଼ି ଚାଲିଛି। ୨୦୦୯-୧୦ରେ ମୁଣ୍ଡପିଛା ଋଣ ୯,୧୮୦ ଟଙ୍କା ଥିବାବେଳେ ୨୦୨୧ ଜାନୁୟାରୀ ସୁଦ୍ଧା ୨୩,୫୨୪ ଟଙ୍କା ହୋଇଛି। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ତେବେ ରାଜ୍ୟର ମୁଣ୍ଡପିଛା ଋଣ ଜାତୀୟ ଏବଂ ଅଗ୍ରଣୀ ରାଜ୍ୟର ଋଣଠାରୁ କମ୍‌ ରହିଛି। ୨୦୨୧ ଜାନୁୟାରୀ ସୁଦ୍ଧା ରାଜ୍ୟର ସମୁଦାୟ ଋଣ ଭାର ୧,୦୩,୪୧୦.୪୦ କୋଟି ଟଙ୍କା ରହିଛି। ସେଥିରୁ ବିଦେଶୀ ସଂସ୍ଥାରୁ ୬୩୪୭.୪୪ କୋଟି ଟଙ୍କା ଅଣାଯାଇଥିବାବେଳେ ୫୩,୩୮୫.୯୨ କୋଟି ଟଙ୍କା କାମ୍ପା, ଓଏମ୍‌ବିଡିଏସି ଏବଂ ଖୋଲା ବଜାରରୁ ଅଣାଯାଇଛି। ରାଜ୍ୟ ସରକାର ଅନ୍ତର୍ଜାତୀୟ ସଂସ୍ଥା, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଅନ୍ୟାନ୍ୟ ଉତ୍ସରୁ ଋଣ ଆଣିଥାଆନ୍ତି। ବିଶ୍ୱବ୍ୟାଙ୍କ, ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କ, ଇଣ୍ଟରନ୍ୟାଶନାଲ ଫଣ୍ଡ ଫର୍‌ ଏଗ୍ରିକଲଚର ଡେଭେଲପମେଣ୍ଟ (ଆଇଏଫ୍‌ଏଡି), ଜାପାନ ଇଣ୍ଟରନ୍ୟାଶନାଲ କୋପରେଶନ ଏଜେନ୍ସି, କେଏଫ୍‌ଡବ୍ଲ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ, ବ୍ରକିକ୍ସ ବ୍ୟାଙ୍କ ଏବଂ ଏସିଆନ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କରୁ ଋଣ ଆଣିଥାଆନ୍ତି। ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ବ୍ୟାଙ୍କ, ନାବାର୍ଡ ଓ୍ବେରହାଉସିଂ ସ୍କିମ ଏବଂ ଦୀର୍ଘ ମିଆଦ ଜଳସେଚନ ପାଣ୍ଠି ଆଦିରୁ ୧୫,୬୨୩.୫୫ କୋଟି ଋଣ ନେଇଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ଆଦାୟ ପ୍ରଭାବିତ ହେଇଛି। ସେଥିପାଇଁ କେନ୍ଦ୍ର ସରକାର ସ୍ପେଶାଲ ଓ୍ବିଣ୍ଡୋ ଜରିଆରେ ରାଜ୍ୟ ସରକାର ୩,୮୨୨ କୋଟି ଟଙ୍କା ଚଳିତ ଆର୍ଥିକବର୍ଷରେ ଋଣ କରିଛନ୍ତି। ସେହିପରି ୨୦୨୧ ଜାନୁୟାରୀ ସୁଦ୍ଧା ରାଜ୍ୟ ସରକାର ଜିଏସ୍‌ଟି କ୍ଷତି ଭରଣା ବାବଦରେ ୨୯,୯୯୪.୬୧ କୋଟି ପାଇଛନ୍ତି। ବିତ୍ତୀୟ ଉତ୍ତରଦାୟିତ୍ୱ ଓ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନର୍ମ ଅନୁଯାୟୀ ଋଣ ଭାର ରହିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri