ରାଜ୍ୟରେ ସ୍ଥାପନ ହେବ ୧୫ କତା କ୍ଲଷ୍ଟର

ଭୁବନେଶ୍ୱର, ୨୫-୮(ବ୍ୟୁରୋ): କେନ୍ଦ୍ର ଏମ୍‌ଏମ୍‌ଏମ୍‌ଇ ମନ୍ତ୍ରଣାଳୟର ସ୍କିମ୍‌ ଅଫ୍‌ ଫଣ୍ଡ୍‌ ଫର୍‌ ରିଜେନେରେଶନ ଅଫ୍‌ ଟ୍ରାଡିଶନାଲ ଇଣ୍ଡଷ୍ଟ୍ରିଜ(ସ୍ଫ୍ରୁତି) କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାରେ ୧୫ କତା କ୍ଲଷ୍ଟର ସ୍ଥାପନ ନେଇ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୫ କ୍ଲଷ୍ଟର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଭିଡିଓକନଫରେନ୍ସି ଯୋଗେ ୫ କ୍ଲଷ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। କୋଣାର୍କଠାରେ ସ୍ପେଶାଲ ପର୍‌ପୋଜ ଭେଇକିଲ(ଏସ୍‌ପିଭି)ରେ ଏକ କ୍ଲଷ୍ଟର ନିର୍ମାଣ ହେବ। ସେହିଭଳି କେନ୍ଦ୍ରାପଡାର ରାଜକନିକା କଏର କ୍ଲଷ୍ଟର, ପୁରୀରେ ରାଧାରାଣୀ କଏର କ୍ଲଷ୍ଟର, ବ୍ରହ୍ମପୁରରେ ରଘୁନାଥ କଏର କ୍ଲଷ୍ଟର ଏବଂ ବାଲେଶ୍ୱରର ଭୋଗରାଇ କଏର କ୍ଲଷ୍ଟର ଏହା ମଧ୍ୟରେ ସାମିଲ ରହିଛି। ପ୍ରତି କ୍ଲଷ୍ଟର ପିଛା ଅଢେଇ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି।
ରାଜ୍ୟରେ କତା ଶିଳ୍ପର ବିକାଶ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏହି ଶିଳ୍ପର ବିକାଶ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ସ୍ଥାପନ ହେବାକୁ ଥିବା ୫ କ୍ଲଷ୍ଟର ଲାଗି କେନ୍ଦ୍ର ସରକାର ୧୦ କୋଟି ଟଙ୍କା ମଞ୍ଜୁର ଲାଗି ଲକ୍ଷ୍ୟ ରଖିଛନ୍ତି। ତାଲିମ ଲାଗି ଏକ ଇନକ୍ୟୁବେଶନ ସେଣ୍ଟର ସ୍ଥାପନ ହୋଇଥିବା ବେଳେ ୧୦୦ ମହିଳା ରହି ତାଲିମ ନେବା ଲାଗି ହଷ୍ଟେଲ ସୁବିଧା କରାଯାଉଛି। ସେହିଭଳି ପିଏମ୍‌ଇଜିପି ଯୋଜନାରେ ଋଣ ଯୋଗାଣ, ଏସ୍‌ଏସ୍‌ଜିଗୁଡିକୁ କତାରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ କରାଯିବ। କତାରୁ ପ୍ରସ୍ତୁତ ସାମଗ୍ରୀ ଏବଂ ପରିବେଶ ଉପଯୋଗୀ ଖତ ବ୍ୟବହାର ସହ ପ୍ଲାଷ୍ଟିକର ଏକ ବିକଳ୍ପ ଭାବେ କତା ଶିଳ୍ପ ଉଭା ହେଉଥିବା ଷଡଙ୍ଗୀ ମତ ରଖିଛନ୍ତି। ସଡକ ନିର୍ମାଣ ଏବଂ ଖଣିରେ କତା ମ୍ୟାଟ ବ୍ୟବହାର ବଢୁଛି। ଘର ସାଜସଜ୍ଜା ପ୍ରଡକ୍ଟ , ଆକ୍ୟୁପ୍ରେସର ସାମଗ୍ରୀ ବ୍ୟବହାର ସହ କତାର ଭାଲ୍ୟୁ ଆଡିଶନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଫନୀରେ କ୍ଷତିଗ୍ରସ୍ତ ୟୁନିଟଗୁଡିକ ପ୍ରତ୍ୟକ୍ଷ ଭାବେ କିଭଳି ସୁବିଧା ପାଇ ପାରିବେ ସେ ନେଇ କେନ୍ଦ୍ର ସରକାରଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି କତା ସାମଗ୍ରୀର ମାର୍କେଟିଂ , ବିକ୍ରୟ ଲାଗି ନୂଆ କାଉଣ୍ଟର ବ୍ୟବସ୍ଥା ଏବଂ କ୍ଲଷ୍ଟରଗୁଡିକରେ ତାଲିମ ସୁବିଧା, ଏକ୍ଷେତ୍ରରେ କୃଷକଙ୍କର ଆୟବୃଦ୍ଧି ଏବଂ ସବୁ ସରକାରୀ ବିଭାଗରେ କତା ସାମଗ୍ରୀ ବ୍ୟବହାର ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ କହିଛନ୍ତି ଯେ, କତା ଶିଳ୍ପରେ ରାଜ୍ୟର ୧୫ ହଜାର ମହିଳା ଏବଂ ୩ ଶହ ଏସ୍‌ଏସ୍‌ଜି ଏବଂ ୧୬ ପ୍ରାଥମିକ ସୋସାଇଟି କାର୍ଯ୍ୟ କରୁଛି। ସାରା ଦେଶରୁ ପ୍ରାୟ ୩ ହଜାର କୋଟି ଟଙ୍କାର କତା ସାମଗ୍ରୀ ରପ୍ତାନି ହେଉଛି। ଏପରିସ୍ଥିତିରେ ନୂଆ ଏସ୍‌ପିଭି ଗଠନ ହେଲେ ରାଜ୍ୟରେ କ୍ଲଷ୍ଟରଗୁଡିକ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଏହି ଅବସରରେ ଓଡ଼ିଶା କୋଅପରେଟିଭ୍‌ କୟର କର୍ପୋରେଶନ ଲିମିଟେଡ(ଓସିସିସି) ଏମ୍‌ଡି ପି.କେ ଜେନା କହିଛନ୍ତି, ରାଜ୍ୟରେ ମାତ୍ର ୨୦ ଲକ୍ଷ ଟଙ୍କାର କତା ସାମଗ୍ରୀ ମାର୍କେଟିଂ ହେଉଛି। ରାଜ୍ୟରେ ୩୨୫ ନିୟୁତ ନଟ୍ସ( ନଡିଆ ଗୋଳା) ଉତ୍ପାଦନ ହେଉଛି। ଏହାର ମାତ୍ର ୧୭% ବ୍ୟବହାର ହେଉଛି। ଏକ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ କାରିଗରଙ୍କ ସହାୟତା ଲାଗି ସେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲେ। ଏଥିରେ କତା ବୋର୍ଡର ସେକ୍ରେଟାରୀ ଶ୍ରୀ ଏମ୍‌. କୁମାର ରାଜା କହିଛନ୍ତି, ଭୁବନେଶ୍ୱରରେ ୧ କୋଟି ଟଙ୍କା ବିନିଯୋଗରେ ଇନକୁବେଶନ ସେଣ୍ଟର ନିର୍ମାଣ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର କାରିଗରଙ୍କୁ ତାଲିମ ପ୍ରଦାନ କରାଯିବାକୁ ପ୍ରସ୍ତାବ ରହିଛି। ଏପରିସ୍ଥିତିରେ କାରିଗରଙ୍କ ପ୍ରଡକ୍ଟ ମାର୍କେଟିଂ ଏବଂ ଉତ୍ପାଦକତା ବୃଦ୍ଧି ଏବଂ ଉଦ୍ୟୋଗ ବିକାଶକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?