ରାଜ୍ୟରେ ମୁଣ୍ଡ ପିଛା ଋଣ ୧୭ ହଜାର

ଭୁବନେଶ୍ୱର, ୨।୭(ବ୍ୟୁରୋ): ରାଜ୍ୟବାସୀ ବର୍ତ୍ତମାନ ଋଣଭାରରେ ବୁଡି ରହିଛନ୍ତି। ଏପରିକି ଛୁଆଟିଏ ଜନ୍ମ ହେଉ ହେଉ ମୁଣ୍ଡଭାର ତାକୁ ମୁଣ୍ଡାଇବାକୁ ପଢ଼ୁଛି। ରାଜ୍ୟ ସରକାର ଏମିତି ତଥ୍ୟ ରଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର ଥିଲା ୭୯,୮୬୬.୦୮ କୋଟି ଟଙ୍କା। ଅର୍ଥାତ୍‌ ସରକାରଙ୍କ ହିସାବ ଅନୁଯାୟୀ ଏହା ମୁଣ୍ଡ ପିଛା ୧୭ ହଜାର ଟଙ୍କାରୁ ଅଧିକ ବୋଲି ଜଣାପଡିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୩,୫୮୪ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ୪,୭୦୭ କୋଟି ଟଙ୍କା ଶୁଝିବାକୁ ଲକ୍ଷ୍ୟ ରଖିଥିବା ଜଣାପଡିଛି। ସେହି ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ପୂର୍ବ ଋଣ ସହ ୧୮,୮୭୭ କୋଟି ଟଙ୍କା ଯୋଡ଼ି ହୋଇଯିବ। ସୋମବାର କେନ୍ଦୁଝର ବିଧାୟକ ମୋହନ ମାଝୀ ପଚାରିଥିବା ଏକ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଋଣ ଆହରଣ ସୀମା ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୩ ପ୍ରତିଶତ ହେବ। ଏନେଇ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ କରିଛନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ୨୦୦୫-୦୬ଠାରୁ କ୍ରମାଗତଭାବେ ପ୍ରତ୍ୟେକ ବର୍ଷ ରାଜସ୍ବ ବଳକା ସୃଷ୍ଟି କରିଆସୁଛନ୍ତି। ତେଣୁ ଆହରଣ କରାଯାଉଥିବା ଋଣ ସମ୍ପୂର୍ଣ୍ଣଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ କରାଯାଉଛି। ୨୦୧୭-୧୮ରେ ସରକାର ୧୪,୪୧୯. ୪୧ କୋଟି ଟଙ୍କା ଋଣ କରିଥିବା ବେଳେ ୨୫,୬୭୪.୧୮ ପୁଞ୍ଜି ଖର୍ଚ୍ଚ କରିଥିଲେ। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୯,୯୩୬.୩୦ ହଜାର କୋଟି ଟଙ୍କା ଋଣ କରିଥିବା ବେଳେ ୨୮,୭୮୯.୧୩ ପୁଞ୍ଜି ଖର୍ଚ୍ଚ କରିଛନ୍ତି।
ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ୩୧ ମାର୍ଚ୍ଚ ୨୦୧୯ ଶେଷସୁଦ୍ଧା କେନ୍ଦ୍ର ସରକାରଙ୍କ ଠାରୁ ୭୮୩୬.୫୪ କୋଟି ଟଙ୍କା, ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ୯୧୭୨.୯୯ କୋଟି ଟଙ୍କା, ଖୋଲା ବଜାରରୁ ୨୮,୦୩୦.୯୦ କୋଟି, ଭାରତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ୧୩୦୯୨.୨୯ କୋଟି, ଜୀବନ ବୀମା ନିଗମରୁ ୦.୪୭ କୋଟି, ସାଧାରଣ ବୀମା ନିଗମରୁ ୬.୩୬ କୋଟି, ଜାତୀୟ ସମବାୟ ଉନ୍ନୟନ ନିଗମରୁ ୭.୩୦ କୋଟି, ଗ୍ରାମ୍ୟ ବିଦ୍ୟୁତ୍‌କରଣ ନିଗମ ଓ ଅନ୍ୟାନ୍ୟରୁ ୧୧୦.୭୧ କୋଟି, ଭବିଷ୍ୟନିଧି ପାଣ୍ଠିରୁ ୨୧,୬୦୮.୫୨ କୋଟି ଟଙ୍କା ଋଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri