ରାଜ୍ୟରେ ବଢ଼ିଚାଲିଛି ମହିଳା ବିରୋଧୀ ହିଂସା, କେବେ ପ୍ରତିଷ୍ଠା ହେବ ଫାଷ୍ଟଟ୍ରାକ୍‌ କୋର୍ଟ: ଭାଜପା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଅପରାଧୀଙ୍କର ପୋଲିସ ପ୍ରତି ଆଉ ଭୟ ନାହିଁ। ଏସବୁ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶର ୭୨ଟି, ତାମିଲନାଡ଼ୁରେ ୬୯ଟି, ପଶ୍ଚିମବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ୍‌ କୋର୍ଟ ରହିଛି। ମାତ୍ର ଓଡ଼ିଶାରେ ଏହାର ସଂଖ୍ୟା ଶୂନ। ଏବେ ସୁଦ୍ଧା ରାଜ୍ୟ ସରକାର ଫାଷ୍ଟଟ୍ରାକ୍‌ କୋର୍ଟ ସ୍ଥାପନ କାହିଁକି କରି ନାହାନ୍ତି ତା’ର ଜବାବ ଦିଅନ୍ତୁ। ଏପରିକି କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍‌ କୋର୍ଟ ପାଇଁ ୬୦% ଅର୍ଥ ଦେଉଛନ୍ତି। ଓଡ଼ିଶା ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ। ୫ଥର ଲାଗି କ୍ରମାଗତ ଶାସନରେ ରହିବା ପରେ ମଧ୍ୟ ରାଜ୍ୟରେ ଏହି କୋର୍ଟ ସ୍ଥାପନ ହୋଇପାରିନାହିଁ। ଏବେ ଏହାକୁ ସ୍ଥାପନା କରାଯିବ ବୋଲି କୁହାଯାଉଛି। ନିଷ୍ପତି ସେପ୍ଟେମ୍ବରରୁ ନିଆଯାଇଥିବା ବେଳେ ୩ ମାସ ବିତିସାରିଛି। ହେଲେ କାର୍ଯ୍ୟ ଦିଗରେ କିଛି ଅଗ୍ରଗତି ହୋଇନାହିଁ ବୋଲି ମଙ୍ଗଳବାର ରାଜ୍ୟ କାର୍ଯାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି, ରାଜ୍ୟରେ ଏବେ ୬ଟି ମହିଳା ଥାନା ରହିଛି। ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ଏତିକି ଥାନା ଯଥେଷ୍ଟ ନୁହେଁ। ୨ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲାରେ ମହିଳା ଥାନା ସ୍ଥାପନ କରାଯାଉ। ପୋଲିସ ବିଭାଗରେ ସ୍ପେଶାଲ ସ୍କ୍ବାର୍ଡ ଗଠନ ହେଉ। ବିଶେଷକରି ବଳାତ୍କାର ମାମଲାଗୁଡ଼ିକର ତଦନ୍ତ ଉକ୍ତ ସ୍କ୍ବାର୍ଡ କରୁ। ୨୦୧୮ରେ ୨୫୦୨ଟି ବଳାତ୍କାର ଘଟଣା ଘଟିଥିଲା। ୨୦୧୯ ନଭେମ୍ବର ସୁଦ୍ଧା ୧୧୪୯ ବଳାତ୍କାର ଘଟଣା ପୋଲିସରେ ରେକର୍ଡ ହୋଇଛି। ଏହାକୁ ଦେଖିଲେ ରାଜ୍ୟରେ ବଳାତ୍କାର ମାମଲା ବଢ଼ିଚାଲୁଥିବା ସହଜରେ ଅନୁମେୟ। ଏସବୁ ଘଟଣାରେ କେବେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଖବରଦାତା ସମ୍ମିଳନୀରେ ରାଜ୍ୟ ଭାଜପା ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ରାଜ୍ୟ ମୁଖ୍ୟପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri