ରାଜ୍ୟରେ ଖୋଲିବ ଆଉ ୩ ସାଇବର ଥାନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଗତ କିଛିବର୍ଷ ହେବ ବଢ଼ି ଚାଲିଛି ସାଇବର ଅପରାଧ। କେବଳ ଓଡ଼ିଶା ନୁହେଁ, ଦେଶ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ରାଜ୍ୟରେ ସାଇବର ଅପରାଧ ରୋକିବାକୁ ଆଉ ୩ ସାଇବର ଥାନା ଖୋଲିବ। ବର୍ତ୍ତମାନ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ସାଇବର ଥାନା ରହିଛି। ଏବେ ଭୁବନେଶ୍ୱର, ବାଲେଶ୍ୱର ଓ କୋରାପୁଟରେ ଖୁବ୍‌ଶୀଘ୍ର ସାଇବର ଥାନା ଖୋଲିବାକୁ ଯାଉଛି। ଭୁବନେଶ୍ୱର ସାଇବର ଥାନାରେ ଫରେନ୍‌ସିକ୍‌ ଲ୍ୟାବ୍‌ ସହ ଟ୍ରେନିଂ ସେଣ୍ଟର ରହିବ। ଏହାଦ୍ୱାରା ସାଇବର ଅପରାଧର ତଦନ୍ତ ଲାଗି ଆବଶ୍ୟକ ପରୀକ୍ଷାନିରୀକ୍ଷା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି। ଏଠାରୁ ରାଜ୍ୟ ପୋଲିସ ଆବଶ୍ୟକ ପ୍ରଶିକ୍ଷଣ ନେଇ ସାଇବର ଅପରାଧ ରୋକିବାକୁ ଦକ୍ଷତା ଅର୍ଜନ କରିପାରିବେ ବୋଲି ପୋଲିସ ଡିଜି ଡା. ଆର୍‌.ପି. ଶର୍ମା କହିଛନ୍ତି।
ସୋମବାର ପୋଲିସ ଭବନଠାରେ କ୍ରାଇମବ୍ରାଞ୍ଚ ଓ ୟୁନିସେଫ୍‌ ପକ୍ଷରୁ ଆରମ୍ଭ ହୋଇଥିବା ସାଇବର ଅପରାଧ ସଂକ୍ରାନ୍ତ ଚାରିଦିନିଆ ରାଜ୍ୟସ୍ତରୀୟ କର୍ମଶାଳାକୁ ଉଦ୍‌ଘାଟନ କରି ଡିଜିପି ଶର୍ମା କହିଲେ, ଆତଙ୍କବାଦୀମାନେ ଇଣ୍ଟରନେଟ୍‌ ମାଧ୍ୟମରେ ଆକ୍ରମଣ କରୁଥିବାବେଳେ ୱେବ୍‌ସାଇଟ୍‌ ହ୍ୟାକିଂ, ଭିଡିଓ ଭାଇରାଲ ଓ କୋଟି କୋଟି ଟଙ୍କା ଠକେଇ ଘଟଣା ବଢ଼ି ଚାଲିଛି। ତେବେ ସାଇବର ଅପରାଧ ସହ ନିରୀହ ନାବାଳକ ଓ ନାବାଳିକା ଯୋଡ଼ିହେବା ସବୁଠୁ ଉଦ୍‌ବେଗର ବିଷୟ ହୋଇଛି। ସେମାନଙ୍କୁ ଅପରାଧୀମାନେ ଫସାଇବା ସହ ନାନା ନିର୍ଯାତନା ଦେଉଥିବାର ଅନେକ ଘଟଣା ନଜରକୁ ଆସିଛି। ସାଇବର ଅପରାଧରୁ ଶିଶୁଙ୍କୁ ମୁକ୍ତ କରିବା ବର୍ତ୍ତମାନ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ ପିତାମାତା ଓ ପରିବାର ଲୋକେ ମଧ୍ୟ ସଚେତନ ହେବା ଆବଶ୍ୟକ ବୋଲି ଡିଜିପି କହିଛନ୍ତି। ଏହି ଅବସରରେ ସାଇବର ଅପରାଧର ଫରେନ୍‌ସିକ୍‌ ତଦନ୍ତ ଓ ଆପରାଧିକ ରେକର୍ଡ ଉପରେ ସିଆଇଡି ଦ୍ୱାରା ପ୍ରସ୍ତୁତ ଏକ ବୁକ୍‌ଲେଟ୍‌ ଉନ୍ମୋଚିତ ହୋଇଥିଲା।
ୟୁନିସେଫ୍‌ର ଓଡିଶା ମୁଖ୍ୟ ଡ. ମୋନିକା ନେଲଶନ୍‌ କହିଲେ, ଇଣ୍ଟରନେଟ୍‌ ଜରିଆରେ ସାଇବର ଅପରାଧୀମାନେ ନିରୀହ ଶିଶୁମାନଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ପୋଲିସକୁ ସାଇବର ଅପରାଧ ଉପରେ ଦକ୍ଷତା ଆଣିବାକୁ ପଡିବ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶା ପୋଲିସକୁ ୟୁନିସେଫ୍‌ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇବ ବୋଲି ସେ କହିଥିଲେ। ଅତିରିକ୍ତ ଡିଜିପି ସନ୍ତୋଷ ଉପାଧ୍ୟାୟ କହିଲେ, ଦିଲ୍ଲୀରୁ ଆସିଥିବା ଦକ୍ଷ ପ୍ରଶିକ୍ଷକମାନେ ପୋଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବେ। ପ୍ରଥମ ଦୁଇଦିନ ୧୩୦ ଜଣ ଏବଂ ଶେଷ ଦୁଇଦିନ ଅନ୍ୟ ୧୩୦ ଜଣ ପୋଲିସ ଅଧିକାରୀ ଟ୍ରେନିଂ ନେବେ। ଶେଷରେ ଦୁଇ ବ୍ୟାଚ୍‌ର ପରୀକ୍ଷା ହେବ ଓ ଶ୍ରେଷ୍ଠ ୩ ଅଧିକାରୀଙ୍କୁ ଅଧିକ ପ୍ରଶିକ୍ଷଣ ପାଇଁ ଦେଶ ବାହାରକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଗତ ୪ବର୍ଷରେ ହୋଇଥିବା ସାଇବର ଅପରାଧ ସଂକ୍ରାନ୍ତରେ ସେ ସୂଚନା ଦେଇଥିଲେ। କ୍ରାଇମବ୍ରାଞ୍ଚ ଏସ୍‌ପି ସନ୍ଦୀପ ମାଡକେର ପରିଚାଳନା ଓ ଆଇଜିପି ଅରୁଣ ବୋଥ୍ରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri