ରାଜ୍ୟରେ ଖୋଲିବ ଆଉ ୩ ସାଇବର ଥାନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଗତ କିଛିବର୍ଷ ହେବ ବଢ଼ି ଚାଲିଛି ସାଇବର ଅପରାଧ। କେବଳ ଓଡ଼ିଶା ନୁହେଁ, ଦେଶ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ରାଜ୍ୟରେ ସାଇବର ଅପରାଧ ରୋକିବାକୁ ଆଉ ୩ ସାଇବର ଥାନା ଖୋଲିବ। ବର୍ତ୍ତମାନ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ସାଇବର ଥାନା ରହିଛି। ଏବେ ଭୁବନେଶ୍ୱର, ବାଲେଶ୍ୱର ଓ କୋରାପୁଟରେ ଖୁବ୍‌ଶୀଘ୍ର ସାଇବର ଥାନା ଖୋଲିବାକୁ ଯାଉଛି। ଭୁବନେଶ୍ୱର ସାଇବର ଥାନାରେ ଫରେନ୍‌ସିକ୍‌ ଲ୍ୟାବ୍‌ ସହ ଟ୍ରେନିଂ ସେଣ୍ଟର ରହିବ। ଏହାଦ୍ୱାରା ସାଇବର ଅପରାଧର ତଦନ୍ତ ଲାଗି ଆବଶ୍ୟକ ପରୀକ୍ଷାନିରୀକ୍ଷା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି। ଏଠାରୁ ରାଜ୍ୟ ପୋଲିସ ଆବଶ୍ୟକ ପ୍ରଶିକ୍ଷଣ ନେଇ ସାଇବର ଅପରାଧ ରୋକିବାକୁ ଦକ୍ଷତା ଅର୍ଜନ କରିପାରିବେ ବୋଲି ପୋଲିସ ଡିଜି ଡା. ଆର୍‌.ପି. ଶର୍ମା କହିଛନ୍ତି।
ସୋମବାର ପୋଲିସ ଭବନଠାରେ କ୍ରାଇମବ୍ରାଞ୍ଚ ଓ ୟୁନିସେଫ୍‌ ପକ୍ଷରୁ ଆରମ୍ଭ ହୋଇଥିବା ସାଇବର ଅପରାଧ ସଂକ୍ରାନ୍ତ ଚାରିଦିନିଆ ରାଜ୍ୟସ୍ତରୀୟ କର୍ମଶାଳାକୁ ଉଦ୍‌ଘାଟନ କରି ଡିଜିପି ଶର୍ମା କହିଲେ, ଆତଙ୍କବାଦୀମାନେ ଇଣ୍ଟରନେଟ୍‌ ମାଧ୍ୟମରେ ଆକ୍ରମଣ କରୁଥିବାବେଳେ ୱେବ୍‌ସାଇଟ୍‌ ହ୍ୟାକିଂ, ଭିଡିଓ ଭାଇରାଲ ଓ କୋଟି କୋଟି ଟଙ୍କା ଠକେଇ ଘଟଣା ବଢ଼ି ଚାଲିଛି। ତେବେ ସାଇବର ଅପରାଧ ସହ ନିରୀହ ନାବାଳକ ଓ ନାବାଳିକା ଯୋଡ଼ିହେବା ସବୁଠୁ ଉଦ୍‌ବେଗର ବିଷୟ ହୋଇଛି। ସେମାନଙ୍କୁ ଅପରାଧୀମାନେ ଫସାଇବା ସହ ନାନା ନିର୍ଯାତନା ଦେଉଥିବାର ଅନେକ ଘଟଣା ନଜରକୁ ଆସିଛି। ସାଇବର ଅପରାଧରୁ ଶିଶୁଙ୍କୁ ମୁକ୍ତ କରିବା ବର୍ତ୍ତମାନ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ ପିତାମାତା ଓ ପରିବାର ଲୋକେ ମଧ୍ୟ ସଚେତନ ହେବା ଆବଶ୍ୟକ ବୋଲି ଡିଜିପି କହିଛନ୍ତି। ଏହି ଅବସରରେ ସାଇବର ଅପରାଧର ଫରେନ୍‌ସିକ୍‌ ତଦନ୍ତ ଓ ଆପରାଧିକ ରେକର୍ଡ ଉପରେ ସିଆଇଡି ଦ୍ୱାରା ପ୍ରସ୍ତୁତ ଏକ ବୁକ୍‌ଲେଟ୍‌ ଉନ୍ମୋଚିତ ହୋଇଥିଲା।
ୟୁନିସେଫ୍‌ର ଓଡିଶା ମୁଖ୍ୟ ଡ. ମୋନିକା ନେଲଶନ୍‌ କହିଲେ, ଇଣ୍ଟରନେଟ୍‌ ଜରିଆରେ ସାଇବର ଅପରାଧୀମାନେ ନିରୀହ ଶିଶୁମାନଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ପୋଲିସକୁ ସାଇବର ଅପରାଧ ଉପରେ ଦକ୍ଷତା ଆଣିବାକୁ ପଡିବ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶା ପୋଲିସକୁ ୟୁନିସେଫ୍‌ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇବ ବୋଲି ସେ କହିଥିଲେ। ଅତିରିକ୍ତ ଡିଜିପି ସନ୍ତୋଷ ଉପାଧ୍ୟାୟ କହିଲେ, ଦିଲ୍ଲୀରୁ ଆସିଥିବା ଦକ୍ଷ ପ୍ରଶିକ୍ଷକମାନେ ପୋଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବେ। ପ୍ରଥମ ଦୁଇଦିନ ୧୩୦ ଜଣ ଏବଂ ଶେଷ ଦୁଇଦିନ ଅନ୍ୟ ୧୩୦ ଜଣ ପୋଲିସ ଅଧିକାରୀ ଟ୍ରେନିଂ ନେବେ। ଶେଷରେ ଦୁଇ ବ୍ୟାଚ୍‌ର ପରୀକ୍ଷା ହେବ ଓ ଶ୍ରେଷ୍ଠ ୩ ଅଧିକାରୀଙ୍କୁ ଅଧିକ ପ୍ରଶିକ୍ଷଣ ପାଇଁ ଦେଶ ବାହାରକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଗତ ୪ବର୍ଷରେ ହୋଇଥିବା ସାଇବର ଅପରାଧ ସଂକ୍ରାନ୍ତରେ ସେ ସୂଚନା ଦେଇଥିଲେ। କ୍ରାଇମବ୍ରାଞ୍ଚ ଏସ୍‌ପି ସନ୍ଦୀପ ମାଡକେର ପରିଚାଳନା ଓ ଆଇଜିପି ଅରୁଣ ବୋଥ୍ରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri