ରାଜ୍ୟରେ ଆରମ୍ଭ ହେବ ସ୍ବଚ୍ଛ ସର୍ବେକ୍ଷଣ ଲିଗ୍‌

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାର ସହରାଞ୍ଚଳଗୁଡିକ କେତେ ସଫାସୁତୁରା ରହିଛି ତାହା ଜାଣିବା ଲାଗି ପ୍ରଥମଥର ସାରା ରାଜ୍ୟରେ ସ୍ବଚ୍ଛ ସର୍ବେକ୍ଷଣ (ଏସ୍‌ଏସ୍‌) ଲିଗ୍‌ ୨୦୨୦ ଆରମ୍ଭ ହେବ। ତରଳ, କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ସହ ସ୍ବଚ୍ଛତା କ୍ଷେତ୍ରରେ ସମସ୍ତ ୧୧୪ ପୌରସଂସ୍ଥାର ର଼୍ୟାଙ୍କିଙ୍ଗ୍‌ କରାଯିବ। ଲୋକଙ୍କୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସଂଶ୍ଳୀଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ସର୍ବେକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ରବିବାର ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ, ଏସ୍‌ଏସ୍‌ ଲିଗ୍‌ ୩ ତ୍ରୈମାସିକ ଅର୍ଥାତ୍‌ ଏପ୍ରିଲ୍‌-ଜୁନ୍‌, ଜୁଲାଇ-ସେପ୍ଟେମ୍ବର ଓ ଅକ୍ଟୋବର-ଡିସେମ୍ବରରେ କାର୍ଯ୍ୟକାରୀ ହେବ। ସ୍ବଚ୍ଛ ଭାରତ ସର୍ବେକ୍ଷଣ ୨୦୨୦ ଲାଗି ସହରାଞ୍ଚଳଗୁଡିକୁ ଏସ୍‌ଏସ୍‌ ଲିଗ୍‌ରେ ଅଂଶଗ୍ରହଣ କରିବା ଜରୁରୀ। କାରଣ ତ୍ରୈମାସିକ ସର୍ଭେ ସହ ହେବାକୁ ଥିବା ବାର୍ଷିକ ସର୍ବେକ୍ଷଣରେ ୨୫% ଗ୍ରେସ୍‌ମାର୍କ ମିଳିବ। ବିଭାଗ ପକ୍ଷରୁ ଏ କ୍ଷେତ୍ରରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୌରସଂସ୍ଥାଗୁଡିକୁ ନେଇ ରାଜ୍ୟ ସ୍ତରରେ ଏକ କର୍ମଶାଳା ଆୟୋଜିତ ହୋଇଛି। ସ୍ବଚ୍ଛ ସର୍ବେକ୍ଷଣରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ଏ ସଂକ୍ରାନ୍ତ କିଟ୍‌ ଯୋଗାଇ ଦିଆଯାଇଛି। ସ୍ବଚ୍ଛ ସର୍ବେକ୍ଷଣ ଡାଟା ଅପ୍‌ଲୋଡ ଆବଶ୍ୟକ ଥିବାରୁ ଏ ସଂକ୍ରାନ୍ତରେ ଏକ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଛି। କର୍ମଶାଳା ପରେ ବରିଷ୍ଠ ଅଧିକାରୀଙ୍କ ଲାଗି ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରଦାନ କରାଯାଇଥିବାବେଳେ ସ୍ବଚ୍ଛ ସର୍ବେକ୍ଷଣ ସଂକ୍ରାନ୍ତରେ ପୌରାଞ୍ଚଳ ଲୋକଙ୍କୁ ସଚେତନ ଲାଗି ବ୍ୟାପକ ଆଇଇସି ସାମଗ୍ରୀ ଯୋଗାଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ସମସ୍ତ ପୌରାଞ୍ଚଳରେ ସ୍ବଚ୍ଛ ସର୍ବେକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସହଯୋଗୀ ସଂସ୍ଥାଗୁଡିକ ସହ ବୈଠକ କରାଯାଇ ସଚେତନ କରାଯାଉଛି। ଲୋକେ କିଭଳି ସର୍ବେକ୍ଷଣରେ ଅଂଶଗ୍ରହଣ କରିବେ ସେଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଚାରପତ୍ର, ମାଇକ ପ୍ରଚାର, କାନ୍ଥରେ ଚିତ୍ର, ରାଲି, ପ୍ରତିଯୋଗିତା, ଷ୍ଟ୍ରିଟ ପ୍ଲେ, ହୋର୍ଡିଂ ମାଧ୍ୟମରେ ସଚେତନ କରାଯାଉଥିବାବେଳେ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ସ୍ବଚ୍ଛସାଥୀ ଭାବେ ମୁତୟନ କରାଯାଇଛି। ଏମାନେ ପ୍ରତିଘରକୁ ଯାଇ ଲୋକଙ୍କୁ ସଚେତନ କରିବେ। ଏଭଳି କାର୍ଯ୍ୟକ୍ରମ କେବଳ ସ୍ବଚ୍ଛ ସର୍ବେକ୍ଷଣ ପାଇଁ ନୁହେଁ, ବରଂ ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା ଗଠନ ଦିଗରେ ବେଶ୍‌ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri