Posted inଜାତୀୟ

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ: ଆସ୍ଥାଭୋଟ କରାଇଦେଲେନି

ବେଙ୍ଗାଲୁରୁ,୧୮ା୭(ପି.ଟି./ଆଇଏଏନ୍‌ଏସ୍‌):
ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାବେଳେ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଏଥିଲାଗି ବିଧାନସଭାରେ ଗୁରୁବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏଥିରେ ସାମିଲ ହୋଇଥିଲେ ଉଭୟ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ଏବଂ ବିରୋଧୀ ଭାଜପା ବିଧାୟକମାନେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଭାଜପା ନେତାମାନେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ। ଗୁରୁବାର ହିଁ ଶକ୍ତିପରୀକ୍ଷା କରାଇବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଧାନସଭାରେ ହଟ୍ଟଗୋଳ ଓ ଅଚଳାବସ୍ଥାକୁ ଆଳକରି ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କଲେ। ଏହାର ପ୍ରତିବାଦରେ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କ ସମେତ ଦଳର ବିଧାୟକମାନେ ରାତିସାରା ବିଧାନସଭାରେ ଧାରଣାରେ ବସିବାର ନିଷ୍ପତ୍ତି ନେଲେ। ଶୁକ୍ରବାର ଆସ୍ଥାଭୋଟ କରା ନ ଗଲେ ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ଛୁଟି ପଡ଼ୁଥିବାରୁ ସୋମବାର ରାଜ୍ୟ ରାଜନୀତି କେଉଁ ଆଡ଼େ ମୁହଁାଇସାରିଥିବ ସେନେଇ ଭବିଷ୍ୟବାଣୀ କରିବା କାଠିକର।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri