ରାଜ୍ୟଗୁଡ଼ିକୁ ୧୯,୯୫୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୧-୨: କେନ୍ଦ୍ର ସରକାର ରାଜ୍ୟଗୁଡ଼ି୧୯,୯୫୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଗତ ସୋମବାର ଏହି ଅର୍ଥ ପ୍ରଦାନ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହାଦ୍ୱାରା ରାଜ୍ୟଗୁଡିକୁ ମୋଟ୍‌ ୧.୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି। ଚଳିତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା କ୍ଷତିପୂରଣ ସେସ୍‌ ବାବଦକୁ ମୋଟ ୭୮,୮୭୪ କୋଟି ଟଙ୍କା ଆଦାୟ କରାଯାଇଛି। ୨୦୧୭-୧୮ରେ ଏହି ସେସ୍‌ ବାବଦକୁ ୬୨,୬୧୧ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୪୧,୧୪୬ କୋଟି ଟଙ୍କା କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଥିଲା। ୨୦୧୮-୧୯ ଆର୍ଥତ୍କ ବର୍ଷରେ କ୍ଷତିପୂରଣ ସେସ୍‌ ବାବଦ ୯୫,୦୮୧ କୋଟି ଆଦାୟ କରାଯାଇଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ୬୯,୨୭୫ କୋଟି ଟଙ୍କା ଦିଆଯାଇଥିଲା ବୋଲି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri