ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ, ଥାନାରେ ମାମଲା

ବାରିପଦା ଅଫିସ,୧୬ା୬- ମୟୂରଭଞ୍ଜ ଜିଲା ବାରିପଦା ତହସିଲ ଅଧୀନ ଆରଆଇ-୩ର ରାଜସ୍ବ ନିରୀକ୍ଷକ ତନ୍ମୟ ରଞ୍ଜନ ସାହୁଙ୍କୁ ଆକ୍ରମଣ କରାଯାଇଥିତ୍ବା ନେଇ ସୋମବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ରାଜସ୍ବ ନିରୀକ୍ଷକ ସାହୁ ଦେବେନ୍ଦ୍ରପୁରଠାରେ ଥିବା ଜବରଦଖଲ ଜମିର ମାପଚୁପ କରିବାକୁ ଯାଇଥିତ୍ବା ସମୟରେ ସେଠାରେ କେତେଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୩୬୭/୨୦୨୦) ରୁଜୁ କରି ତଦନ୍ତ ଜାରି ରଖିଛି।